କଟକ : ମହାନଦୀ ବସ୍ ଦୁର୍ଘଟଣାରେ ଆହତ ହୋଇଥିବା ଲୋକଙ୍କ ଭିତରୁ ୭ଜଣଙ୍କ ଅବସ୍ଥା ସଂକଟାପନ୍ନ ରହିଛି । ସେମାନଙ୍କ ମଧ୍ୟରୁ ୩ଜଣଙ୍କୁ ଟ୍ରୋମା ଆଇସିୟୁ ଓ ୪ ଜଣଙ୍କୁ ସେଂଟ୍ରାଲ ଅ ।ଇସିୟୁରେ ରଖାଯାଇଛି । ସେମାନଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି । ୭୨ ଘଂଟା ପରେ ସେମାନଙ୍କ ଅବସ୍ଥାରେ ସୁଧାର ଅ ।ସିଛି କି ନାହିଁ କୁହାଯାଇପାରିବ ବୋଲି ଏସସିବି ଡାକ୍ତରଖାନାର ଜରୁରୀକାଳୀନ ଅଧିକାରୀ ଭୁବନାନନ୍ଦ ମହାରଣା ପ୍ରକାଶ କରିଛନ୍ତି ।
ସେ କହିଛନ୍ତି ଯେ ତକାଲି ୫୦ ଜଣ ଗୁରୁତର ଏଠାକୁ ଅସିଥିଲେ । ଅ ।ହତଙ୍କ ମଧ୍ୟରୁ ୪୨ ଜଣ ଏବେ ଏଠାରେ ଚିକିତ୍ସିତ ହେଉଛନ୍ତି । ସେମାନଙ୍କୁ ଡାକ୍ତରଖାନାର ସ୍ୱତନ୍ତ୍ର ଟିମ୍ ଚିକିତ୍ସା କରୁଛନ୍ତି । ଅ ।ଉ ୮ ଜଣଙ୍କୁ ସେମାନଙ୍କ ସଂପର୍କୀୟମାନେ ଘରୋଇ ନର୍ସିଂହୋମକୁୁ ନେଇ ଯାଇଛନ୍ତି । ସେହିପରି ମୃତକମାନଙ୍କ ଶବ ବ୍ୟବଛେଦ ·ଲିଛି । ଶବ ବ୍ୟବଛେଦ ପରେ ପରିବାର ଲୋକଙ୍କୁ ମୃତଦେହକୁ ପଠାଇବାର ବ୍ୟବସ୍ଥା କରାଯାଇଛି । ମୃତକଙ୍କ ମଧ୍ୟରେ ୭ପୁରୁଷ ଓ ୩ଜଣ ମହିଳା ରହିଛନ୍ତି ବୋଲି ସେ କହିଛନ୍ତି ।
ସୂଚନାଯୋଗ୍ୟ ଯେ ଗତକାଲି ସଂଧ୍ୟାରେ ତାଳଚେର ବଲଣ୍ଡାରୁ ଭୁବନେଶ୍ୱର ଅ ।ସୁଥିବା ଜଗନ୍ନାଥ ନାମକ ଏକ ଯାତ୍ରୀବାହୀ ବସ୍ (ଓଡି୩୫ଏ୦୨୧୧) ଏକ ମଇଁଷିକୁ ଧକ୍କା ଦେବା ପରେ ମହାନଦୀ ପୋଲର ପ୍ରାୟ ୩୦ ଫୁଟ ତଳକୁ ଖସିପଡିଥିଲା ।ଏହି ଦୁର୍ଘଟଣାରେ ୧୦ଜଣଙ୍କର ମୃତ୍ୟୁ ହୋଇଛି ।

Loading...

LEAVE A REPLY

Please enter your comment!
Please enter your name here