ଭୁବନେଶ୍ୱର : ଚତୁର୍ଦ୍ଦଶ ହକି ବିଶ୍ୱକପ୍‌ରେ ରବିବାର ପଇଶା ଅସୁଲ୍‌ ମ୍ୟାଚ୍‌ର ମଜା ନେଇଛନ୍ତି ଦର୍ଶକ । ପୁଲ୍‌ ସିର ତୀବ୍ର ସଂଘର୍ଷପୂର୍ଣ୍ଣ ମ୍ୟାଚ୍‌ ଆୟୋଜକ ଭରତ ଓ ଶକ୍ତିଶାଳୀ ବେଲ୍‌ଜିୟମ୍‌ ମଧ୍ୟରେ ଦୁଇ ଦୁଇ ଗୋଲ୍‌ରେ ଡ୍ର ରହିଛି । ଏହି ଉତ୍କଣ୍ଠାପୂର୍ଣ୍ଣ ମ୍ୟାଚ୍‌ରେ ଭାରତୀୟ ଖେଳାଳି ସବୁ ଦର୍ଶକଙ୍କ ହୃଦୟ ଜିତିଛନ୍ତି ।ବେଲ୍‌ଜିୟମ୍‌ ସହ ମ୍ୟାଚ୍‌ ଡ୍ର ରଖି ଭାରତ ପଏଣ୍ଟ ଭାଗ କରିଛି । ଏହାସତ୍ତେ୍ୱ ପୁଲ୍‌ ସିର ଶୀର୍ଷ ସ୍ଥାନ ବଜାୟ ରଖିବାରେ ଭାରତ ସମର୍ଥ ହୋଇଛି । ଦୁଇ ମ୍ୟାଚ୍‌ରୁ ଭାରତ ୪ ପଏଣ୍ଟ ଓ ବେଲ୍‌ଜିୟମ୍‌ ୪ ପଏଣ୍ଟ ପାଇଛି । ଭାରତ ପକ୍ଷରୁ ପେନାଲଫି ଷ୍ଟ୍ରୋକ୍‌ରେ ହରମନ୍‌ପୀତ୍‌ ସିଂ ଓ ସିମ୍‌ରନ୍‌ଜିତ୍‌ ସିଂ (ଫିଲïଗୋଲ) ଗୋଲ୍‌ କରିଥିବାବେଳେ ବେଲ୍‌ଜିୟମ୍‌ର ଆଲେକ୍‌ଜାଣ୍ଡାର ହେଣ୍ଡି୍ରକ୍ସ ଓ ସିମନ୍‌ ଗୌନାର୍ଡ ଗୋଲ୍‌ କରିଥିଲେ । ଭାରତର ବରୁଣ କୁମାରଙ୍କୁ ପ୍ଲେୟାର ଅଫ୍‌ ଦି ମ୍ୟାଚ୍‌ ବିବେଚିତ କରାଯାଇଛି ।
କଳିଙ୍ଗ ଷ୍ଟାଡିୟମ୍‌ରେ ଭାରତ ଓ ବେଲ୍‌ଜିୟମ୍‌ ମୁକାବିଲା ବେଶ୍‌ ପୁରୁଣା । ଏଠାରେ ଦୁଇ ଦଳ ପରସ୍ପରକୁ ୩ ଥର ଭେଟିଛନ୍ତି । ଘରୋଇ ଭାରତ ଥରେ ମ୍ୟାଚ୍‌ ଜିତିଥିବାବେଳେ ଅନ୍ୟ ଦୁଇଟି ଡ୍ର ରହିଛି । ୨୦୧୪ ଚାମ୍ପିଅନ୍ସ ଟ୍ରଫିରେ ଭାରତ ବିଶ୍ୱର ୩ ନମ୍ବର ଦଳ ବେଲ୍‌ଜିୟମ୍‌କୁ ୪-୨ ଗୋଲ୍‌ରେ ଚିଟ୍‌ପଟାଙ୍ଗ କରିଥିଲା । ଶେଷ ଥର ପାଇଁ ୨୦୧୭ ହକି ବିଶ୍ୱଲିଗ୍‌ ଫାଇନାଲ୍‌ରେ ଭାରତ ଓ ବେଲ୍‌ଜିୟମ୍‌ କଳିଙ୍ଗରେ ମୁହæôମୁହିଁ ହୋଇଥିଲେ । ଏହି ମ୍ୟାଚ୍‌ ଅମିମାଂଶିତ ରହିଥିଲା । ପୁଣିଥରେ ପୂର୍ବ ପ୍ରଦର୍ଶନର ପୁନରାବୃତ୍ତି ଘଟିଛି । ସର୍ବଦା ଘରୋଇ ଦଳ ପାଇଁ ଲକି ସାବ୍ୟସ୍ତ ହୋଇଥିବା କଳିଙ୍ଗ ଷ୍ଟାଡିୟମ୍‌ ଆଜିବି ମେନ୍‌ ଇନ୍‌ ବ୍ଲì୍ୟ ପାଇଁ ସହାୟକ ହୋଇଥିଲା । ଛୋଟ ଛୋଟ ଭୁଲ୍‌ ଯୋଗୁଁ ନିଶ୍ଚିତ ବିଜୟ ମ୍ୟାଚ୍‌କୁ ଭାରତ ହାତଛଡା କରିଥିଲା ।
ମ୍ୟାଚ୍‌ର ପ୍ରଥମାର୍ଦ୍ଧରେ ଶକ୍ତିଶାଳୀ ବେଲ୍‌ଜିୟମ୍‌ ଶକ୍ତି ପ୍ରଦର୍ଶନ କରିଥିଲା । ଅଷ୍ଟମ ମିନିଟ୍‌ରେ ଆଲେକ୍‌ଜାଣ୍ଡାର ହେଣ୍ଡି୍ରକ୍ସ ପେନାଲଫି କର୍ଣ୍ଣରକୁ ଗୋଲ୍‌ରେ ପରିଣତ କରିଥିଲେ । ଫଳରେ ଟିମ୍‌ ଇଣ୍ଡିଆର ସବୁ ଖେଳାଳିଙ୍କ ସହ ଗ୍ୟାଲେରିରେ ଉପସ୍ଥିତ ୧୫ ହଜାର ଦର୍ଶକ ହତବାକ୍‌ ହୋଇଯାଇଥିଲେ । ପ୍ରଥମାର୍ଦ୍ଧ ମଧ୍ୟରେ ଭାରତ ଗୋଲ୍‌ ସୁଝାଇବାକୁ ସମର୍ଥ ହୋଇପାରିନଥିଲା । କିନ୍ତୁ ମଧ୍ୟାନ୍ତର ବ୍ରେକ୍‌ ପରେ ଭାରତୀୟ ଖେଳାଳିଙ୍କ ତୀବ୍ରତା ବଢ଼ିଥିଲା । ଅଧିକାଂଶ ସମୟ ବେଲ୍‌ଜିୟମ୍‌ ଗୋଲ୍‌ ପୋଷ୍ଟ ନିକଟରେ ବଲ୍‌ ରହିଥିଲା । କ୍ରମାଗତ ଦୁଇଟି ପେନାଲଫି ପାଇଥିବା ଭାରତର ଗୋଲ୍‌ ସନ୍ଧାନ ପୂରଣ ହୋଇଥିଲା । ବେଲ୍‌ଜିୟମ୍‌ ଗୋଲ୍‌ କିପର ଓ ଖେଳାଳି ପେନାଲଫି ସର୍ଟଟିକୁ ରୋକିବାକୁ ଯାଇ ଭୁଲ୍‌ କରିଥିଲେ । ଫଳରେ ରେଫରି ପେନାଲଫି ଷ୍ଟ୍ରୋକ୍‌ର ଇସାରା ଦେଇଥିଲେ । ଏଭଳି ସୁଯୋଗକୁ ଆଦୌ ହାତଛଡା କରିନଥିଲା ଭାରତ । ହରମନ୍‌ପ୍ରୀତ୍‌ ସିଂ ବହୁ ପ୍ରତୀକ୍ଷିତ ଗୋଲ୍‌ର ଅନ୍ତ ଘଟାଇଥିଲେ । ମ୍ୟାଚ୍‌ ୧-୧ ସ୍ଥିତିକୁ ଆସିଥିଲା । ୪୭ତମ ମିନିଟ୍‌ରେ ସିମ୍‌ରନ୍‌ଜିତ୍‌ ସିଂ ବେଲ୍‌ଜିୟମ୍‌ର ଡିଫେନ୍ସ ବଳୟ ଓ ଗୋଲ୍‌ କିପରଙ୍କୁ ଭେଦ କରି ପ୍ରଥମ ଫିଲï ଗୋଲ୍‌ କରାଇଥିଲେ । ଏହାପରେ ଭାରତୀୟ ଶିବିରରେ ଉତ୍ସାହ ବଢ଼ି ଯାଇଥିଲା । ମ୍ୟାଚ୍‌ ହାରିବା କଥା ଚିନ୍ତା କରି ବେଲ୍‌ଜିୟମ୍‌ ଶେଷ ୫ ମିନ୍‌ଟିରେ ଗୋଲ୍‌ କିପରଙ୍କୁ ପାଭିଲିଅନ୍‌ ପଠାଇ ତାଙ୍କ ସ୍ଥାନରେ ଅତିରିକ୍ତ ଖେଳାଳିଙ୍କୁ ସାମିଲ କରିଥିଲା । ଏହାସତ୍ତେ୍ୱ ଭାରତ ଭୁଲ୍‌ କରିବାରୁ ବେଲ୍‌ଜିୟମ୍‌ ଗୋଲ୍‌ କରି ମ୍ୟାଚ୍‌ ଛଡାଇ ନେଇଥିଲା । ୫୬ତମ ମିନିଟ୍‌ରେ ସିମନ୍‌ ଗୌନାର୍ଡ ଗୋଲ୍‌ କରି ଭାରତର ବିଜୟ ଆଶାକୁ ପାଣିଚିଆ କରିଥିଲେ । ୮ ତାରିଖ ଶେଷ ଲିଗ୍‌ ମ୍ୟାଚ୍‌ରେ ଭାରତ ପ୍ରତିପକ୍ଷ କନାଡାକୁ ଭେଟିବ । ଏହି ମ୍ୟାଚ୍‌ ଜିତି ପାରିଲେ ସିଧାସଳଖ କ୍ୱାର୍ଟର ଫାଇନାଲ ଖେଳିବାର ସୁଯୋଗ ପାଇବ ଭାରତ । ସେହିଭଳି ପୁଲ୍‌ ସିର ଅନ୍ୟ ଏକ ମ୍ୟାଚ୍‌ ବେଲ୍‌ଜିୟମ୍‌ ଓ ଦ.ଆଫି୍ରକା ମଧ୍ୟରେ ଖେଳାଯିବ । ଏହି ପୁଲ୍‌ର ଶ୍ରେଷ୍ଠ ଦଳ ସିଧାସଳଖ କ୍ୱାର୍ଟରରେ ପ୍ରବେଶ କରିବ । ପୁଲ୍‌ ପର୍ଯ୍ୟାୟର ଦ୍ୱିତୀୟ ଏବଂ ତୃତୀୟ ସ୍ଥାନରେ ଥିବା ଦଳ କ୍ରସ୍‌ ଓଭର ମ୍ୟାଚ୍‌ରେ ଅବତୀର୍ଣ୍ଣ ହେବେ ।

Loading...

LEAVE A REPLY

Please enter your comment!
Please enter your name here