ଭୁବନେଶ୍ୱର : ଭାରତ ନିର୍ବାଚନ କମିଶନଙ୍କ ଆଦେଶାନୁସାରେ ସ୍ୱତନ୍ତ୍ର ସଂକ୍ଷିପ୍ତ ଫଟୋ ଭୋଟର ତାଲିକା ସଂଶୋଧନ କାର୍ଯ୍ୟକ୍ରମରେ ପରିବର୍ତନ କରାଯାଇଛି । ପରିବର୍ତିତ କାର୍ଯ୍ୟସୂଚୀ ଅନୁସାରେ, ଦାବି ଓ ଆପତି ଫଇସଲା ୩୦/୧୧/୧୮ ପରିବର୍ତେ ୧୫/୧୨/୧୮ତାରିଖକୁ ବଢ଼ାଇ ଦିଅ ।ଯାଇଛି । ଯଦି ଉପରୋକ୍ତ ଦାବି ଓ ଅ ।ପତି ଉପରେ କୌଣସି ଅଭିଯୋଗ ଥାଏ ତେବେ ନିର୍ବାଚନ ପଂଜୀକରଣ ଅଧିକାରୀ ତଥା ଉପଜିଲ୍ଲାପାଳଙ୍କ ନିକଟରେ ୧୫/୧୨/୧୮ ତାରିଖ ସୁଦ୍ଧା ଆବେଦନ କରିପାରିବେ । ଡାଟାବେସ୍ ଓ ଅତିରିକ୍ତ ଭୋଟର ତାଲିକାର ପ୍ରସ୍ତୁତି ଏବଂ ମୁଦ୍ରଣ କାର୍ଯ୍ୟ ତା ୦୩/୦୧/୧୯ ତାରିଖ ପରିବର୍ତେ ତା ୧୯/୦୧/୧୯ ତାରିଖକୁ ବୃଦ୍ଧି କରାଯାଇଛି । ସେହିପରି ଚୂଡ଼ାନ୍ତ ଭୋଟର ତାଲିକାର ପ୍ରକାଶନ ତା୦୪/୦୧/୧୯ରିଖ ପରିବର୍ତେ ୨୧/୦୧/୧୯ ତାରିଖରେ ହେବ ।
ଜାତୀୟ ଓ ପ୍ରାଦେଶିକ ସ୍ତରର ରାଜନୈତିକ ଦଳ ଏବଂ ଭୋଟରମାନେ ଏହାର ସୁଯୋଗ ନେବାକୁ ଯୁଗ୍ମ ନିର୍ବାଚନ ଅଧିକାରୀ ତଥା ଯୁଗ୍ମ ଶାସନ ସଚିବ ଶତ୍ରୁଘ୍ନ କର ଜଣାଇଛନ୍ତି ।

Loading...

LEAVE A REPLY

Please enter your comment!
Please enter your name here