ଭୁବନେଶ୍ୱର : ବିଜେପିର ବରିଷ୍ଠ ନେତା ତଥା ପୂର୍ବତନ ମନ୍ତ୍ରୀ ଶ୍ରୀ ବିଶ୍ୱ ଭୂଷଣ ହରିଚନ୍ଦନ ଆଗାମୀ ନିର୍ବାଚନରେ ଭୁବନେଶ୍ୱର ନିର୍ବାଚନ ମଣ୍ଡଳୀରୁ ଲଢିବେନି । ମୋର ରାଜନୀତିରେ ଆଉ ଭାଗ ନେବାର ନାହିଁ ବୋଲି ସେ କହିଛନ୍ତି । ତାଙ୍କ ପୁଅ ପୃଥ୍ୱୀରାଜ ଚିଲିକା ଆସନରୁ ଲଢିବେ ବୋଲି ଶ୍ରୀ ହରିଚନ୍ଦନ ଘୋଷଣା କରିଛନ୍ତି । ଚିଲିକାରୁ ତାଙ୍କ ଭାଇ ବିଭୂତି ଭୂଷଣ ହରିଚନ୍ଦନ ପ୍ରତିନିଧିତ୍ୱ କରୁଛନ୍ତି । ଏହି ଘୋଷଣା ପରେ ପୂର୍ବତନ ଆଇଏଏସ୍ ଅଧିକାରୀ ଅପରାଜିତା ଷଡଙ୍ଗୀ ପାଇଁ ଭୁବନେଶ୍ୱର ଆସନରୁ ଲଢିବାକୁ ବାଟ ଫିଟିଯାଇଛି ବୋଲି ଦଳୀୟ ରାଜନୈତିକ ମହଲରେ ଚର୍ଚ୍ଚା ହେଉଛି । ଶ୍ରୀ ହରିଚନ୍ଦନ କହିଛନ୍ତି ଯେ ଶ୍ରୀମତୀ ଷଡଙ୍ଗୀ ସକାଳେ ତାଙ୍କ ସହିତ ଆଲୋଚନା କରିଛନ୍ତି । ସେ ବିଜେପିରେ ମିଶିଲେ ଦଳ ତାଙ୍କୁ ସ୍ୱାଗତ କରିବ ଏବଂ ଦଳ ତାଙ୍କୁ ଯେଉଁ ଦାୟିତ୍ୱରେ ରଖିବ ତାଙ୍କୁ ସମସ୍ତେ ସହଯୋଗ କରିବୁ । ସେ ଜଣେ ଦକ୍ଷ ପ୍ରଶାସକ , ବିଜ୍ଞ ମହିଳା । ଓଡିଶାରେ ତାଙ୍କ ଚାକିରୀକାଳ ମଧ୍ୟରେ ସାଧାରଣ ଲୋକଙ୍କ ପାଇଁ ସେ ବହୁ କାର୍ଯ୍ୟ କରିଛନ୍ତି । ସାଧାରଣ ଲୋକଙ୍କ ପାଖରେ ସେ ବିଶେଷ ଭାବେ ପରିଚିତ ।

Loading...

LEAVE A REPLY

Please enter your comment!
Please enter your name here