ଭୁବନେଶ୍ୱର : ଭୁବନେଶ୍ୱରରୁ ବ୍ୟାଙ୍କକ୍ କୁ ଏୟାର ଏସିଆର ବିମାନ ଉଡାଣ ଆରମ୍ଭ ହୋଇଛି । ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା ଏହାର ଶୁଭାରମ୍ଭ କରିଥିଲେ । ସପ୍ତାହରେ ୩ ଦିନ(ରବିବାର, ବୁଧବାର ଓ ଶୁକ୍ରବାର) ବିମାନ ବ୍ୟାଙ୍କକ୍ କୁ ଚାଲିବ । ମଧ୍ୟରାତ୍ରୀରେ ଭୁବନେଶ୍ୱରରୁ ବ୍ୟାଙ୍କକକୁ ପ୍ରଥମ ଉଡାଣ ଭରିଛି ଏୟାର ଏସିଅ ।ର ଏହି ବିମାନ ଏଫଡି-୧୧୩ । ପ୍ରଥମ ଦିନରେ ବ୍ୟାଙ୍କକକୁ ଏୟାର ଏସିଅ । ବିମାନରେ ୨୮ ଜଣ ଯାତ୍ରୀ ଯାଇଥିଲେ ଏବଂ ୧୬୫ ଯାତ୍ରୀ ଆସିଥିଲେ ।
ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା, ବିଭାଗୀୟ ସଚିବ ବିଶାଲ ଦେବ, ପର୍ଯ୍ୟଟନ ନିର୍ଦ୍ଦେଶିକା ଅର୍ଚ୍ଚନା ପଟ୍ଟନାୟକ, ଭୁବନେଶ୍ୱର ବିମାନବନ୍ଦରର ଭାରପ୍ରାପ୍ତ ନିର୍ଦ୍ଦେଶକ ଦେବାଶିଷ ସାହୁ, ଏୟାର ଏସିଆର ଭାରତ ଦାୟିତ୍ୱରେ ଥିବା ମହାପ୍ରବନ୍ଧକ ସୁରେଶ ନାୟାର, ଷ୍ଟେସନ ମ୍ୟାନେଜର ଶ୍ରୀନିବାସନ୍ ବି ପ୍ରମୁଖ ବିମାନବନ୍ଦର ପରିସରରେ ଏୟାର ଏସିଅ ।ର ଚେକ୍ ଇନ୍ କାଉଂଟର ସମ୍ମୁଖରେ ପ୍ରଦୀପ ପ୍ରଜ୍ୱଳନ କରି ବିମାନ ସେବାକୁ ଉଦଘାଟନ କରିଥିଲେ ।
ଏୟାର ଏସିଅ । ପକ୍ଷରୁ ସପ୍ତାହକୁ ୩ ଦିନ ଭୁବନେଶ୍ୱରରୁ ବ୍ୟାଙ୍କକ୍ ବିମାନ ସେବା ମିଳିବ । ଭୁବନେଶ୍ୱରରୁ ରବିବାର, ବୁଧବାର ଓ ଶୁକ୍ରବାର ବିମାନ ବ୍ୟାଙ୍କକ୍ ଅଭିମୁଖେ ଯିବ । ଏଠାରୁ ଏୟାର ଏସିଆର ଏଫଡି୧୧୩ ବିମାନ ରାତି ୧୨ଟା ୨୫ରେ ବାହାରି ବ୍ୟାଙ୍କକରେ ସ୍ଥାନୀୟ ସମୟ ଅନୁଯାୟୀ ରାତି ୪ଟା ୩୦ରେ ପହଂଚିବ । ଓଡ଼ିଶାର ଯାତ୍ରୀମାନଙ୍କୁ ଆକୃଷ୍ଟ କରିବା ପାଇଁ ସଂସ୍ଥା ପ୍ରଥମ ତିନି ଦିନ ପାଇଁ ଭଡ଼ାରେ ୨୦% ରିହାତି ପ୍ରଦାନ କରାଯାଇଛି ।

Loading...

LEAVE A REPLY

Please enter your comment!
Please enter your name here