ମେଲବୋର୍ଣ୍ଣ: ଅଷ୍ଟ୍ରେଲିଆ ବିପକ୍ଷ ଟେଷ୍ଟ ଶୃଙ୍ଖଳାର ତୃତୀୟ ମ୍ୟାଚରେ ଭାରତ ଭଲ ସ୍ଥିତିରେ ରହିଛି । ଧିମା ବ୍ୟାଟିଂ ସତ୍ତେ୍ୱ ଭାରତ ପ୍ରଥମ ଇନିଂସରେ ୧୬୯.୪ ଓଭର ଖେଳି ୪୪୩/୭ରନ୍‌ ସହ ପାଳି ଘୋଷଣା କରିଛି । ଗତକାଲି ଦୁଇଟି ୱିକେଟ୍‌ ହରାଇ ୨୧୫ ରନ୍‌ କରିଥିବା ଟିମ୍‌ ଇଣ୍ଡିଆ ଦ୍ୱିତୀୟ ଦିନ ୫ ୱିକେଟ୍‌ ହରାଇ ଦଳୀୟ ସ୍କୋରରେ ଆଉ ୨୨୮ ରନ୍‌ ଯୋଡ଼ିବାକୁ ସମର୍ଥ ହୋଇଛି । ଷ୍ଟମ୍ପ ଅପସାରଣ ବେଳକୁ ଅଷ୍ଟେଲିଆ ପ୍ରଥମ ଇନିଂସ୍‌ ବ୍ୟାଟିଂ ଆରମ୍ଭ କରି ୬ ଓଭରରେ ୮ରନ୍‌ କରିଛି । ହାରିସ ୫ ଓ ଫିଞ୍ଚ୍‌ ୩ରନ କରି ଅପରାଜିତ ଅଛନ୍ତି ।
ଚେତେଶ୍ୱର ପୂଜାରା ଓ ଅଧିନାୟକ ବିରାଟ କୋହଲି ପାଳି ଆରମ୍ଭ କରିଥିଲେ । ୬୯ ରନ୍‌ କରି ଅପରାଜିତ ଥିବା ପୂଜାରା ଶତକ ପୂରଣ କରିଥିଲେ । ସେ ୩୧୯ ବଲରୁ ୧୦ ଚୌକା ସହାୟତାରେ ୧୦୬ ରନ୍‌ କରି ପାଟ୍‌ କୁମିନ୍ସଙ୍କ ବଲରେ ବୋଲï ହୋଇଥିଲେ । ପୂଜାରା ଟେଷ୍ଟ କ୍ୟାରିୟର ୧୭ତମ ଶତକ ହାସଲ କରିଛନ୍ତି । ଅଧିନାୟକ ବିରାଟ କୋହଲି ଅର୍ଦ୍ଧଶତକ କରିବାରେ ସଫଳ ହୋଇଥିଲା ବେଳେ ଅଳ୍ପକେ ଶତକରୁ ବଞ୍ଚିତ ହୋଇଥିଲେ । ସେ ୨୦୪ ବଲରୁ ୮୨ ରନ୍‌ କରି ମିଚେଲ୍‌ ଷ୍ଟାର୍କଙ୍କ ବଲରେ ଆରୋନ୍‌ ଫିଞ୍ଚ୍‌ ଙ୍କ ହାତରେ କ୍ୟାଚ୍‌ ଆଉଟ୍‌ ହୋଇଥିଲେ । ଉପ-ଅଧିନାୟକ ଆଜିଙ୍କ୍ୟ ରାହାଣେ ୭୬ ବଲରୁ ୩୪ ରନ୍‌ କରିଥିବା ବେଳେ ରୋହିତ ଶର୍ମା ଭଲ ଖେଳିଥିଲେ । ସେ ୧୧୪ ବଳରେ ୬୩ ରନ୍‌ର ଅପରାଜିତ ଇନିଂସ ଖେଳିଥିଲେ । ୱିକେଟ୍‌ କିପର ରିଷଭ ପନ୍ତ ୭୬ ବଲରୁ ୩୯ ରନ୍‌ ଓ ରବୀନ୍ଦ୍ର ଜାଡେଜା ମାତ୍ର ୪ ରନ୍‌ କରି ଆଉଟ୍‌ ହୋଇଥିଲେ । ଜାଡେଜା ଆଉଟ୍‌ ହେବା ପରେ ଅଧିନାୟକ ବିରାଟ କୋହଲି ଇନିଂସ୍‌ ଘୋଷଣା କରିଥିଲେ । ଅଷ୍ଟ୍ରେଲିଆ ପକ୍ଷରୁ ପାଟ୍‌ କୁମିନ୍ସ ସର୍ବାଧିକ ୩ଟି, ମିଚେଲ ଷ୍ଟାର୍କ ୨ଟି ଓ ଜୋଶ୍‌ ହେଜଲେଉଡ୍‌ ଏବଂ ନାଥନ ଲିଅନ ଗୋଟିଏ ଲେଖାଏଁ ୱିକେଟ୍‌ ନେଇଛନ୍ତି ।

LEAVE A REPLY

Please enter your comment!
Please enter your name here