ମେଲବୋର୍ଣ୍ଣ: ମେଲବୋର୍ଣ୍ଣ ବକ୍ସିଂ ଡେ’ ଟେଷ୍ଟ ନିର୍ଣ୍ଣାୟକ ମୋଡରେ ପହଞ୍ଚିଛି । ଘରୋଇ ଅଷ୍ଟ୍ରେଲିଆ ପାଇଁ ବିପତ୍ତି ଅଜାଡି ହୋଇପଡ଼ିଥିବା ବେେଳେ ଭାରତ ଦ୍ୱିତୀୟ ବିଜୟଠୁ ଦୁଇ ୱିକେଟ୍‌ ପଛରେ ରହିଛି । କଙ୍ଗାରୁ ବ୍ୟାଟ୍ସମ୍ୟାନ୍‌ ଯାହା କରିପାରିଲେ ନାହିଁ, ସେକଥା ଦ୍ରୁତ ବୋଲର ପାଟ୍‌ କୁମିନ୍ସ କରି ଦେଖାଇଛନ୍ତି । ଭାରତୀୟ ବୋଲରଙ୍କ ମୁକାବିଲା କରି ନପାରି କଙ୍ଗାରୁ ଟିମ୍‌ର ଜଣକ ପରେ ଜଣେ ବ୍ୟାଟ୍ସମ୍ୟାନ୍‌ ପାଭିଲିୟନ୍‌ ଫେରିଥିବା ବେଳେ ପାର୍ଟ କୁମିନ୍ସ ଭାରତୀୟ ବୋଲିଂ ଆଗରେ ମୁଣ୍ଡ ନୁଅæôଇ ନାହାନ୍ତି । ଫଳରେ ଚତୁର୍ଥ ଦିନ ବିଜୟୀ ହେବାକୁ ଆଶା ବାନ୍ଧିଥିବା ଭାରତକୁ ଶେଷ ଦିନ ଯାଏଁ ଆପେକ୍ଷା କରିବାକୁ ପଡିଛି । ୪ର୍ଥ ଦିନର ଖେଳ ଶେଷ ସୁଦ୍ଧା ଭାରତ ଦେଇଥିବା ୩୯୯ ରନ୍‌ ବିଜୟ ଲକ୍ଷ୍ୟକୁ ପିଛା କରି କଙ୍ଗାରୁ ଟିମ୍‌ ୮ ୱିକେଟ୍‌ ହରାଇ ୨୫୮ ରନ୍‌ କରିଛି । ଷ୍ଟମ୍ପ ଅପସାରଣ ବେଳକୁ କୁମିନ୍ସ ୬୧ ଓ ନାଥନ ଲିୟନ ୬ ରନ୍‌ କରି ଅପରାଜିତ ଥିଲେ । ଭାରତ ବିଜୟଠାରୁ ୨ଟି ୱିକେଟ୍‌ ଦୂରରେ ଥିବା ବେଳେ ଅଷ୍ଟ୍ରେଲିଆ ଜିତିବା ପାଇଁ ୧୪୧ ରନ୍‌ ଆବଶ୍ୟକ କରୁଛି । ଭାରତ ପକ୍ଷରୁ ରବୀନ୍ଦ୍ର ଜାଡେଜା ସର୍ବାଧିକ ୩ଟି ୱିକେଟ୍‌ ନେଇଥିବା ବେଳେ ଯଶପ୍ରୀତ ବୁମରା ଓ ମହମ୍ମଦ ସାମି ୨ଟି ଲେଖାଏଁ ୱିକେଟ୍‌ ପାଇଛନ୍ତି। ସେହିପରି ଇଶାନ୍ତ ଶର୍ମାଙ୍କୁ ଗୋଟିଏ ସଫଳତା ମିଳିଛି ।
ଭାରତ ତା’ର ଦ୍ୱିତୀୟ ଇନିଂସରେ ୧୦୬/୮ ରନ୍‌ କରି ପାଳି ଘେଷଣା କରିଥିଲା । ଫଳରେ ଅଷ୍ଟ୍ରେଲିଆକୁ ୩୯୯ ରନର ବିଜୟ ଲକ୍ଷ୍ୟ ମିଳିଥିଲା । ଏହାର ପିଛା କରି ଅଷ୍ଟ୍ରେଲିଆ ଟିମ୍‌ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା । ଦଳୀୟ ସ୍କୋର ୩୩ ଥିବା ବେଳେ ଘରୋଇ ଦଳ ତା’ର ଦୁଇ ଓପନର ଆରୋନ ଫି (୩) ଓ ମାର୍କସ୍‌ ହ୍ୟାରିସ୍‌(୧୩)ଙ୍କୁ ହରାଇଥିଲା। ଫିଞ୍ଚ୍‌ଙ୍କୁ ବୁମରା ଆଉଟ୍‌ କରିଥିବା ବେଳେ ହ୍ୟାରିସ୍‌ ସ୍ପିନିଂ ଅଲରାଉଣ୍ଡର ଜାଡେଜାଙ୍କ ଶିକାର ହୋଇଥିଲେ । ସେହିପରି ଭଲ ଫର୍ମରେ ଥିବା ଉସ୍ମାନ ଖ୍ୱାଜା (୩୩)ଙ୍କୁ ମହମ୍ମଦ ସାମି ବୋଲï କରି ଦେଇଥିଲେ । ସନ୍‌ ମାର୍ଶ ଏବଂ ଟ୍ରେଭିସ୍‌ ହେଡ ୪ର୍ଥ ୱିକେଟ୍‌ ପାଇଁ ୫୧ରନର ଭାଗୀଦାରି କରିଥିଲେ । ତେବେ ୪୪ ରନ୍‌ କରିଥିବା ମାର୍ଶଙ୍କୁ ବୁମରା ଏବଂ ହେଡ୍‌ଙ୍କୁ ଇଶାନ୍ତ ଶର୍ମା ଆଉଟ୍‌ କରି ଅଷ୍ଟ୍ରେଲିଆକୁ ବ୍ୟାକ୍‌ଫୁଟକୁ ଠେଲି ଦେଇଥିଲେ । ଏହାପରେ ରବୀନ୍ଦ୍ର ଜାଡେଜା ଅଲରାଉଣ୍ଡର ମିଚେଲ ମାର୍ଶ(୧୦) ଏବଂ ଅଧିନାୟକ ଟିମ୍‌ ପାଇନ୍‌(୨୬)ଙ୍କୁ ସଅଳ ପାଭିଲିୟନ୍‌ ପଠାଇ ଭାରତର ବିଜୟକୁ ସୁନିଶ୍ଚିତ କରିଦେଇଥିଲେ । ଲାଗୁଥିଲା ମ୍ୟାଚ୍‌ ଆଜି ହିଁ ଶେଷ ହୋଇଯିବ। କି;ୁ ଏହି ଠାରୁ ଆରମ୍ଭ ହୋଇଥିଲା କୁମିନ୍ସଙ୍କ ଜଲୱା । ପ୍ରଥମେ ସେ ମିଚେଲ୍‌ ଷ୍ଟାର୍କଙ୍କ ସହ ମିଶି ଦଳୀୟ ସ୍କୋରକୁ ୨୦୦ ପାର କରାଇଥିଲେ। ଦଳୀୟ ସ୍କୋର ୨୧୫ ଥିବା ବେଳେ ବ୍ୟକ୍ତିଗତ ୧୮ ରନ୍‌ କରିଥିବା ଷ୍ଟାର୍କଙ୍କୁ ସାମି ଆଉଟ୍‌ କରି ଭାରତକୁ ପୁଣି ଆଗୁଆ କରିଦେଇଥିଲେ । ତେବେ ୮ମ ୱିକେଟ୍‌ ପାଇଁ ନାଥନ ଲିଅନ୍‌ଙ୍କ ସହ ମିଶି କୁମିନ୍ସ ଦ୍ରୁତ ଗତିରେ ରନ୍‌ ସଂଗ୍ରହ କରିବା ଆରମ୍ଭ କରିଥିଲେ । ୮ମ ୱିକେଟ୍‌ ପାଇଁ ଉଭୟ ୪୩ ରନ ଯୋଡ଼ିଥିଲେ ହେଁ ଲାୟନ କେବଳ ୬ ରନ୍‌ କରିଥିଲେ । କି;ୁ ଉଭୟ ଢେର ସମୟ କ୍ରିଜରେ ରହି ଭାରତର ବିଜୟକୁ ବିଳମ୍ବିତ କରିଦେବାକୁ ସକ୍ଷମ ହୋଇଥିଲେ । ଇତି ମଧ୍ୟରେ କୁମିନ୍ସ ତାଙ୍କ ଟେଷ୍ଟ କ୍ୟାରିୟରର ୨ୟ ଅର୍ଦ୍ଧଶତକ ମଧ୍ୟ ହାସଲ କରିଥିଲେ ।

LEAVE A REPLY

Please enter your comment!
Please enter your name here