ଭୁବନେଶ୍ୱର,୦୮ଜାନୁଆରୀ – ବିରୋଧୀଙ୍କ ଭାରତ ବନ୍ଦ ଡାକରା ପରେ ବି ଓଡିଶାରେ କୌଣସି ପ୍ରଭାବ ପଡିନାହିଁ ବରଂ କଂଗ୍ରେସ ଏବଂ ବିଜେଡିର ମଧୁଚନ୍ଦ୍ରିକା ପଦାରେ ପଡିଛି । ଓଡିଶାରେ ଆଜିର ଏହି ବନ୍ଦରେ କେଉଁ ଶ୍ରମିକ ସଙ୍ଗଠନ ରାସ୍ତାକୁ ଆସିନଥିଲା । ଜନଜୀବନ ସମ୍ପୂର୍ଣ୍ଣ ସ୍ୱାଭାବିକ ଥିଲା । ସମସ୍ତ ଜିଲ୍ଲାରେ ଗାଡି ଚଳାଚଳ ସମ୍ପୂର୍ଣ୍ଣ ସ୍ୱାଭାବିକ ଥିଲା । ଦୋକାନ ବଜାର ପୁରା ପୁରି ଖୋଲା ଥିଲା । କେବଳ ସ୍କୁଲ କଲେଜକୁ ବନ୍ଦ କରି ରାଜ୍ୟ ସରକାର ଏହି ବନ୍ଦକୁ ସରକାରୀ ସ୍ତରରେ ସମର୍ଥନ କରିଥିଲେ ବୋଲି ରାଜ୍ୟ ବିଜେପି ମୁଖପାତ୍ର ଶ୍ରୀ ପୀତାମ୍ବର ଆଚାର୍ଯ୍ୟ ଅଭିଯୋଗ କରିଛନ୍ତି ।
ରାଜ୍ୟକାର୍ଯ୍ୟାଳୟରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ଆଚାର୍ଯ୍ୟ କହିଛନ୍ତି ଯେ, ଏହି ବନ୍ଦ ଡାକରା ଶ୍ରମିକ ପାଇଁ ଉଦ୍ଦିଷ୍ଟ ନଥିଲା । ଏହା ପଛରେ ରହସ୍ୟ ଥିଲା କଂଗ୍ରେସ ବିଜେଡି ଏବଂ ସମସ୍ତ ବାମପନ୍ଥୀ ଦଳର ମଧୁଚନ୍ଦ୍ରିକା ଏବଂ ଚୋରାପିରତି । ତିନି ତିନୋଟି ରାଜନୈତିକ ଦଳ ମିଳିତ ପ୍ରଚେଷ୍ଟାରେ ବି ଏହି ବନ୍ଦକୁ ସଫଳ କରାଯାଇପାରିଲା ନାହିଁ ।
ବନ୍ଦକୁ ସଫଳ କରିବା ପାଇଁ ମୁଖ୍ୟମନ୍ତ୍ରୀଙ୍କର ଏହି ଚାଲ ଧରାପଡିଛି । କଂଗ୍ରେସ ହେଉଛି ବିଜେଡିର ଆଶାବାଡୀ । ଆଜି ନିଜେ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ଏବଂ ମୁଖ୍ୟମନ୍ତ୍ରୀ ନବୀନବାବୁ ଏହାକୁ ପ୍ରମାଣ କରିଛନ୍ତି । ପୂର୍ବରୁ ତାଙ୍କ ମଣ୍ଡଳରୁ ଜଣେ ବରିଷ୍ଠ ସଦସ୍ୟ ଅଭିଯୋଗ କରିଥିଲେ କି ରାଜ୍ୟରେ ପିପିପି ମୋଡରେ ସରକାର ଶାସନ ଚଲାଇଛି । ନବିନ ପଟ୍ଟନାୟକ, ନିରଜଂନ ପଟ୍ଟନାୟକ, ସୌମ୍ୟ ପଟ୍ଟନାୟକ, ଭିକେ ପାଣ୍ଡିୟାନ, ପ୍ରଭାକରନ ଏ ସମସ୍ତେ ମିଶି ଆଜିର ଏହି ବନ୍ଦକୁ ସମର୍ଥନ କରିଥିଲେ ।

LEAVE A REPLY

Please enter your comment!
Please enter your name here