nalco

ମେଲବୋର୍ଣ୍ଣ: ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ବକ୍ସିଂ ଡେ’ ଟେଷ୍ଟ ଆରମ୍ଭ ହୋଇଛି । ଶୃଙ୍ଖଳାର ତୃତୀୟ ମ୍ୟାଚର ପ୍ରଥମ ଦିନରେ ଭାରତ ୨ ୱିକେଟ୍‌ ହରାଇ ୮୯ ଓଭରରେ ୨୧୫ ରନ୍‌ କରିଛି । ଚେତେଶ୍ୱର ପୂଜାରା ୬୮ ଓ ଅଧିନାୟକ ବିରାଟ କୋହଲି ୪୭ ରନ୍‌ କରି ଅପରାଜିତ ଅଛନ୍ତି । ଏହି ଦୁଇ ବ୍ୟାଟ୍ସମ୍ୟାନ୍‌ ପୁଣି ଦଳର ପ୍ରଥମ ଇନିଂସକୁ ଆଗେଇ ନେବେ । ମେଲବୋର୍ଣ୍ଣ କ୍ରିକେଟ୍‌ ଗ୍ରାଉଣ୍ଡ (ଏମସିଜି)ରେ ଖେଳା ଯାଉଥିବା ଏହି ମ୍ୟାଚରେ ଭାରତ ଟସ୍‌ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା ।
ଖରାଫ ଫର୍ମ ହେତୁ ମୁରଲୀ ବିଜୟ ଓ ଲୋକେଶ ରାହୁଲଙ୍କୁ ଟିମରୁ ବାଦ୍‌ ଦିଆଯାଇଥିବା ବେଳେ ଦୁଇ ନବାଗତ ହନୁମା ବିହାରୀ ଓ ମୟଙ୍କ ଅଗ୍ରୱାଲ୍‌ ଇନିଂସ୍‌ ଆରମ୍ଭ କରିଥିଲେ । ମୟଙ୍କ ଟେଷ୍ଟ୍‌ ଡେବୁ୍ୟ କରିଛନ୍ତି । ହନୁମା ୧୮ ଓଭର ପର୍ଯ୍ୟନ୍ତ ପଡିଆରେ ତିଷ୍ଠି ରହିଥିଲେ । ସେ ୬୬ ବଲର ସମ୍ମୁଖୀନ ହୋଇ ମାତ୍ର ୮ରନ୍‌ କରିଥିଲେ । ଅତ୍ୟନ୍ତ ଧିମା ଆରମ୍ଭ ସତ୍ତେ୍ୱ ମୟଙ୍କ ଓ ପୂଜାରାଙ୍କ ଅର୍ଦ୍ଧଶତକ ଯୋଗୁଁ ସମ୍ମାନଜନକ ସ୍ଥିତିରେ ପହଞ୍ଚି ପାରିଛି । ଡେବୁ୍ୟ ମ୍ୟାଚରେ ଭଲ ଖେଳିଛନ୍ତି ମୟଙ୍କ । ସେ ୧୬୬ ବଲରୁ ୮ଟି ଚୌକା ଓ ଗୋଟିଏ ଛMା ସହାୟତାରେ ୭୬ ରନ୍‌ କରିଥିଲେ । ସେ ବି ପ୍ୟାଟ୍‌ କୁମିନ୍ସଙ୍କ ଶିକାର ହୋଇ ଶତକରୁ ବଞ୍ଚିତ ହୋଇଛନ୍ତି । ପାଟଙ୍କ ଏକ ବାଉନ୍ସର ବଲରେ ଟିମ୍‌ ପାଇନଙ୍କ ହାତରେ କ୍ୟାଚ୍‌ ଆଉଟ୍‌ ହୋଇଥିଲେ ।
ଅଷ୍ଟ୍ରେଲିଆରେ ଟେଷ୍ଟ୍‌ ଡେବୁ୍ୟ କରିଥିବା ଭାରତୀୟଙ୍କ ମଧ୍ୟରେ ମୟଙ୍କ ସବୁଠୁ ଅଧିକ ରନ୍‌ କରିଛନ୍ତି । ତାଙ୍କର ୭୬ ରନ୍‌ ୭୧ ବର୍ଷର ରେକର୍ଡ ଭାଙ୍ଗିଛି । ୧୯୪୭ରେ ଦୁପଡ଼କର ଅଷ୍ଟ୍ରେଲିଆରେ ଟେଷ୍ଟ୍‌ ମ୍ୟାଚ୍‌ ଡେବୁ୍ୟ କରି ୫୧ ରନ୍‌ ମାରିଥିଲେ । ଆଜି ପର୍ଯ୍ୟନ୍ତ ଏହା ସର୍ବାଧିକ ରନ୍‌ ହୋଇ ରହିଥିଲା । ଏହି ରେକର୍ଡକୁ ଟପିଛନ୍ତି ମୟଙ୍କ ।
ତିନି ନମ୍ବର ସ୍ଥାନରେ ଖେଳିବାକୁ ଆସିଥିବା ‘ଟେଷ୍ଟ ବିଶେଷଜ୍ଞ’ ଚେତେଶ୍ୱର ପୂଜାରା ୨୦୦ ବଲରୁ ୬୮ ରନ୍‌ କରି ଅପରାଜିତ ଅଛନ୍ତି । ସେ ୬ଟି ଚୌକା ମାରିଛନ୍ତି । ସେହିପରି ଅଧିନାୟକ ବିରାଟ କୋହଲି ୧୦୭ ବଲରୁ ୬ ଚୌକା ସହାୟତାରେ ୪୭ ରନ୍‌ କରି ଅପରାଜିତ ରହିଛନ୍ତି । ଅଷ୍ଟ୍ରେଲିଆ ୫ ବୋଲରଙ୍କୁ ଲଗାଇଥିଲେ ବି କେବଳ ପାଟ୍‌ କୁମିନ୍ସଙ୍କୁ ଦୁଇଟି ସଫଳତା ମିଳିଥିଲା । ସେ ୧୯ ଓଭରରେ ୪୦ ରନ୍‌ ଦେଇ ଏହି ସଫଳତା ପାଇଥିଲେ । ବ୍ୟାଟ୍ସମ୍ୟାନଙ୍କୁ ସୁହାଉଥିବା ଏହି ପିଚରେ ଉଭୟ ଦଳ ଜିତି ୪ଟି ମ୍ୟାଚ୍‌ ବିଶିଷ୍ଟ ସିରିଜରେ ଅଗ୍ରଣୀ ରହିବାକୁ ଚେଷ୍ଟା କରିବେ । କାରଣ ଏବେ ଉଭୟ ବରାବର ସ୍ଥିତିରେ ରହିଛନ୍ତି । ଭାରତ ଆଡିଲେଡ୍‌ ପ୍ରଥମ ଟେଷ୍ଟ୍‌ ଜିତିଥିବା ବେଳେ ପର୍ଥରେ ଅଷ୍ଟ୍ରେଲିଆ ବାଜିମାତ କରି ସିରିଜ୍‌କୁ ୧-୧ରେ ବରାବର କରିଥିଲା ।

LEAVE A REPLY

Please enter your comment!
Please enter your name here