ଭଦ୍ରକ : ଭଦ୍ରକରେ ଆଜି ପ୍ରବଳ ଉତ୍ସାହ ଓ ଉଦ୍ଦିପନାର ସହ ଇସ୍ଲାମ ଧର୍ମର ପ୍ରବର୍ତକ ମହାପୁରୁଷ ପ୍ରଫେଟ ମହମ୍ମଦଙ୍କ ଜନ୍ମଜୟନ୍ତୀ(ଇଦ୍ ମିଲାଦୁନ ନବି) ପାଳିତ ହୋଇଯାଇଛି । ଏହି ଉପଲକ୍ଷେ ସମଗ୍ର ଭଦ୍ରକ ସହର ଉତ୍ସବମୁଖର ହୋଇ ଉଠିଥିଲା । ପୂର୍ବାହ୍ନ ୧୦ଟାରେ ଭଦ୍ରକ ପୌରପାଳିକାର ବିଭିନ୍ନ ସାହିବସ୍ତିରୁ ପୂର୍ବ ନିର୍ଦ୍ଧାରିତ କାର୍ଯ୍ୟସୂଚୀ ଅନୁଯାୟୀ ୭୦ଟି ଜୁଲୁସ୍ ପୁରୁଣାବଜାର ଚଉଖଣ୍ଡି ଠାରେ ପହଂଚିଥିଲା । ବ୍ୟାପକ ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ସୁସଜ୍ଜିତ ଜୁଲୁସ(ମେଢ଼) ଓ କାଫେଲା ଶୋଭାଯାତ୍ରା ସହର ପରିକ୍ରମା କରିଥିଲା । ଏଥିରେ ପ୍ରାୟ ୪୦ହଜାରରୁ ଉଦ୍ଧ୍ୱର୍ ସଂଖ୍ୟାଲଘୁ ସମ୍ପ୍ରଦାୟର ଆବାଳବୃଦ୍ଧ ବନୀତା ଯୋଗ ଦେଇଥିଲେ । ବିଶେଷକରି ଶିଶୁମାନଙ୍କ ଗୋଟିଏ ପ୍ରକାର ପୋଷାକରେ ଶୋଭାଯାତ୍ରା ଓ ବେଶ୍ ଆକର୍ଷଣୀୟ ହୋଇଥିଲା । ସମସ୍ତ ମେଢ଼ ସହର ପରିକ୍ରମା କରିବାପରେ ସଂଧ୍ୟା ୬ଟା ସୁଦ୍ଧା ମଦିନା ମଇଦାନ ଠାରେ ପହଂଚିଛି । ପରେ ସେଠାରେ କବି ମୁସ୍ତାକ ଗହ୍ୱରଙ୍କ ସଂଯୋଜନା ଓ ହାଫିଜ୍ ଅଫଜଲ ହୁସେନ ଖାନଙ୍କ ସଭାପତିତ୍ୱରେ ଏକ ଧର୍ମସଭା ଆରମ୍ଭ ହୋଇଛି । ଏହି ଧର୍ମସଭାରେ ରାଜ୍ୟ ତଥା ରାଜ୍ୟ ବାହାରୁ ବହୁ ମୌଲବୀ ଯୋଗଦେଇ ମହମ୍ମଦଙ୍କ ତ୍ୟାଗପୂତ ଜୀବନାଦର୍ଶ ଉପରେ ବକ୍ତବ୍ୟ ପ୍ରଦାନ କରଥିଲେ । ୧୪ ମହଲା ଜମାତ୍ର ସଭାପତି ତଥା ରାଷ୍ଟ୍ରୀୟ ସଦ୍ଭାବନା ପୁରସ୍କାରପ୍ରାପ୍ତ ହାଜି ମହମ୍ମଦ ଅବଦୁଲ ବାରୀ, ମୁସଲିମ ଜମାତ୍ର ସାଧାରଣ ସଂପାଦକ ସେକ୍ ଏନାମ୍ ମହମ୍ମଦ୍. ସିରତ୍ କମିଟିର ସଭାପତି କୟୁମ ଅଲ୍ଲୀ ସାହା, ସିରତ୍ କମିଟିର ସାଧାରଣ ସଂପାଦକ ସେକ୍ ଅନୱାର ହୋସେନ୍, ଅବଦୁଲ ମୋକିଦ ଖାନ, ଏନାମ ମହମ୍ମଦ, ଆବୁ କାଲାମ, ଇକବାଲ ଖାନ, ହିବଜୁଲ ରହେମାନ, ବିଶିଷ୍ଟ ଶିକ୍ଷାବିତ୍ ତଥା ସିରତ୍ କମିଟିର ସଦସ୍ୟ ଅଧ୍ୟାପକ ସେଖ୍ ନାସିର ବକ୍ସ ଉପସ୍ଥିତ ଥିଲେ । ଅନ୍ୟମାନଙ୍କ ମଧ୍ୟରେ ପ୍ରାକ୍ତନ କାଉନସିଲର ଆଶ୍ରଫ ଅଲ୍ଲୀ, ସେକ ସମଦାନୀ, ସେକ କଲାମ, ସର୍ଦ୍ଦାର ଜହୁର ଖାନ, ମୁସ୍ତାକ ପ୍ରମୁଖ ଶୋଭାଯାତ୍ରା ପରିଚାଳନାରେ ସହଯୋଗ କରିଥିଲେ । ଏହାବ୍ୟତୀତ ବିଭିନ୍ନ ରାଜନୈତିକ ଦଳର ନେତୃବୃନ୍ଦ ମଧ୍ୟ ଉକ୍ତ କାର୍ଯ୍ୟକ୍ରମରେ ଉପସ୍ଥିତ ରହି ଶୋଭାଯାତ୍ରାକାରୀଙ୍କୁ ଅଭିନନ୍ଦନ ଜ୍ଞାପନ କରିଥିଲେ । ଆଜିର ଏହି କାର୍ଯ୍ୟକ୍ରମ ପାଇଁ ପୁଲିସ ପ୍ରଶାସନ ପକ୍ଷରୁ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ରାଜେଶ ପଣ୍ଡିତଙ୍କ ପ୍ରତ୍ୟେକ୍ଷ ତତ୍ୱାବଧାନରେ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଥିଲା । ଅତିରିକ୍ତ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ବିକାଶ ଦାସ, ସହରାଞ୍ଚଳ ଥାନାଧିକାରୀ ଦିଲ୍ଲୀପ ସାହୁ, ପୁରୁଣାବଜାର ଥାନାଧିକାରିଣୀ ପ୍ରଜ୍ଞା ମହାନ୍ତିଙ୍କ ନେତୃତ୍ୱରେ ୨୭ପ୍ଲାଟୁନ ପୁଲିସ ଫୋର୍ସ ଶାନ୍ତି ଶୃଙ୍ଖଳା ରକ୍ଷା କରିଥିଲେ ।

Loading...

LEAVE A REPLY

Please enter your comment!
Please enter your name here