ଭୁବନେଶ୍ୱର: ସ୍ପେନ୍‌ରେ ଅନୁଷ୍ଠିତ ବିଶ୍ୱ କ୍ୟାଡେଡ ଚେସ୍‌ ଚାମ୍ପିଅନ୍‌ସିପ୍‌ (୮, ୧୦, ୧୨ ବର୍ଷ ଓପନ ଓ ବାଳିକା)ରେ ଭାରତ ଦୁଇଟି ସ୍ୱର୍ଣ୍ଣ ସହ ଦଳଗତ ରୌପ୍ୟ ପଦକ ଜିତିଛି । ୧୨ ବର୍ଷରୁ କମ୍‌ ଓପନ ବର୍ଗରେ ଅନ୍ତର୍ଜାତୀୟ ମାଷ୍ଟର୍ସ ଡି ଗୁକେଶ ଓ ୧୨ ବର୍ଷରୁ କମ୍‌ ବାଳିକା ବର୍ଗରେ ସବିତା ଶ୍ରୀ ସ୍ୱର୍ଣ୍ଣ ପଦକ ଜିତିଛନ୍ତି । ପ୍ରତିଯୋଗିତାର ୬ଟି ବର୍ଗରେ ଭାରତର ୨୧ ଜଣ ପ୍ରତିଯୋଗୀ ଅଂଶଗ୍ରହଣ କରିଥିଲେ । ଦଳଗତ ପ୍ରଦର୍ଶନ ଆଧାରରେ ଭାରତ ଦ୍ୱିତୀୟ ସ୍ଥାନ ସହ ରୌପ୍ୟ ପଦକ ଜିତିଛି । ଚୀନ୍‌ ଫେଡ଼େରେସନ୍‌ ଦୁଇଟି ସ୍ୱର୍ଣ୍ଣ ଓ ଗୋଟିଏ ବ୍ରୋଞ୍ଜ ସହ ପ୍ରଥମ ସ୍ଥାନରେ ରହିଛି । ସେହିଭଳି ୟୁଏସ୍‌ ଫେଡ଼େରେସନ୍‌ ବ୍ରୋଞ୍ଜ ଜିତିଛି । ଅନ୍ତର୍ଜାତୀୟ ମହିଳା ଚେସ୍‌ ଖେଳାଳି ଓଡ଼ିଆ ଝିଅ ଅପରାଜିତା ଗୋଚ୍ଛିକାର ଭାରତୀୟ କ୍ୟାଡେଡ ଦଳର ମୁଖ୍ୟ କୋଚ୍‌ ଭାବେ ପ୍ରତିଯୋଗିତାରେ ଅଂଶଗ୍ରହଣ କରିଥିଲେ । ସେ ଦଳଗତ ରୌପ୍ୟ ପଦକ ଗ୍ରହଣ କରିଛନ୍ତି । କିଟ୍‌ ଓ କିସ୍‌ର ପ୍ରତିଷ୍ଠାତା ଅଚୁ୍ୟତ ସାମନ୍ତ ଭାରତୀୟ ଖେଳାଳିଙ୍କ ସଫଳତା ଓ ଅପରାଜିତାଙ୍କୁ ସଫଳ କୋଚ୍‌ କ୍ୟାରିୟର ପାଇଁ ଅଭିନନ୍ଦନ ଜଣାଇଛନ୍ତି ।

Loading...

LEAVE A REPLY

Please enter your comment!
Please enter your name here