ଭୁବନେଶ୍ୱର : ହକି ବିଶ୍ୱକପ୍‌ ପ୍ରସ୍ତୁତିର ଅଗ୍ରଗତି ସମ୍ପର୍କିତ ଗଭର୍ଣ୍ଣିଂ ବୈଠକ ଶୁକ୍ରବାର ରାଜ୍ୟ ସଚିବାଳୟରେ ଅନୁଷ୍ଠିତ ହୋଇଯାଇଛି । କ୍ରୀଡାମନ୍ତ୍ରୀ ଚନ୍ଦ୍ରସାରଥି ବେହେରାଙ୍କ ସହ କ୍ରୀଡା ସଚିବ ବିଶାଲ କୁମାର ଦେବ ବିଶ୍ୱକପ୍‌ ପ୍ରସ୍ତୁତିର ଚୂଡାନ୍ତ ରୂପରେଖ ସମ୍ପର୍କରେ ସୂଚନା ଦେଇଛନ୍ତି । ଉଦ୍‌ଘାଟନୀ ଉସିବ ତଥା ମ୍ୟାଚ୍‌ ଗୁଡିକ ସମ୍ପର୍କରେ ଆଲୋଚନା ହୋଇଥିଲା ।
ଅନ୍ତର୍ଜାତୀୟ ହକି ପରିଷଦ (ଏଫ୍‌ଆଇଏଚ୍‌) ସଭାପତି ନରିନ୍ଦର ଧ୍ରୁବ ବାତ୍ରା ବିଶ୍ୱକପ୍‌କୁ ସଫଳ କରାଇବା ପାଇଁ ରାଜ୍ୟ ସରକାରଙ୍କ ଆନ୍ତରିକ ସହଯୋଗକୁ ଭୂରିଭୂରି ପ୍ରଶାଂସା କରିଥିଲେ । ସାରା ବିଶ୍ୱରେ ଥିବା ଶ୍ରେଷ୍ଠ ୫ଟି ଷ୍ଟାଡିୟମ୍‌ ମଧ୍ୟରୁ କଳିଙ୍ଗ ଷ୍ଟାଡିୟମ୍‌ ଅନ୍ୟତମ ବୋଲି ପ୍ରଶଂସାରେ ସତମୁଖ ସଭାପତି ନରିନ୍ଦର ବାତ୍ରା କହିଛନ୍ତି ।
କଳିଙ୍ଗ ଷ୍ଟାଡିୟମ୍‌ର ମୁଖ୍ୟ ଆଥଲେଟିକ୍ସ ଭେନୁ୍ୟରେ ୨୭ ତାରିଖ ହକି ବିଶ୍ୱକପ୍‌ର ରଙ୍ଗାରଙ୍ଗ ଉଦ୍‌ଘାଟନୀ ଉସିବ ଆୟୋଜନ ହେବ । ଷ୍ଟାଡିୟମ୍‌ର ଦର୍ଶକ କ୍ଷମତା ୧୦ ହଜାର ରହିଛି । କେବଳ ଅନ୍‌ଲାଇନ୍‌ରେ ଉଦ୍‌ଘାଟନୀ ଉସିବ ପାଇଁ ଟିକେଟ ବିକ୍ରି କରାଯିବ ବୋଲି ନିଷ୍ପତ୍ତି ହୋଇଛି ।
ଉଦ୍‌ଘାଟନୀ ଉସିବକୁ ନେଇ ଦର୍ଶକଙ୍କ ଉସିୃକତା ବଢ଼ିବାରେ ଲାଗିଛି । ଏହାକୁ ଦୃଷ୍ଟିରେ ରଖି ହକି ଇଣ୍ଡିଆ ୨୭ ତାରିଖରେ କଳିଙ୍ଗ ଷ୍ଟାଡିୟମ୍‌ ଏବଂ ୨୮ ତାରିଖରେ କଟକ ବାରବାଟୀ ଷ୍ଟାଡିୟମ୍‌ରେ ଉଦ୍‌ଘାଟନୀ ଉସିବ ଆୟୋଜନ କରିବ । ଭାରତୀୟ ସଂଗୀତ ଜଗତର ବାଦ୍‌ଶାହ ଏଆର୍‌ ରେହମାନଙ୍କ ସୁମଧୁର ସ୍ୱରରେ ଉଦ୍‌ଘାଟନୀ ଉସିବ ମୁଖରିତ ହେବ । ଏତଦ୍‌ଭିନ୍ନ ବଲିଉଡର ଏକାଧିକ ଜଣାଶୁଣା କଳାକାର ଉପସ୍ଥିତ ରହିବେ ।
ବିଶ୍ୱକପ୍‌ ଅବସରରେ ସିଟି ଫେଷ୍ଟିଭାଲର ଆୟୋଜନ କରାଯିବ । ନୃତ୍ୟ, ସଂଗୀତ, ଚିତ୍ରକଳା, ଖାଦ୍ୟ ଫେଷ୍ଟିଭାଲ ବିଶ୍ୱକପ୍‌ ହକିକୁ ଅଧିକ ସଫଳ କରିବ । ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢ଼ୀ ବିଶ୍ୱକପ୍‌ ଆୟୋଜନକୁ ଶୃଙ୍ଖଳିତ ଓ ବ୍ୟବସ୍ଥିତ କରିବା ଉପରେ ଜୋର୍‌ ଦେଇଛନ୍ତି । ବିଶେଷ କରି ଟ୍ରାଫିକ୍‌ ସମସ୍ୟା, ପରିବହନ ଓ ପାର୍କିଂ ସମ୍ପର୍କିତ ଆୟୋଜନ ସମ୍ପର୍କରେ ପ୍ରସ୍ତୁତି ବୈଠକ ଆଲୋଚନା ହୋଇଥିଲା । କ୍ରୀଡାମନ୍ତ୍ରୀ ଚନ୍ଦ୍ରସାରଥି ବେହେରା ସମସ୍ତ ଆୟୋଜନକୁ ସନ୍ତୋଷବ୍ୟକ୍ତ କରିଛନ୍ତି । ଗଭର୍ଣ୍ଣିଂ ବଡ଼ି ବୈଠକରେ ଆର୍‌ ବାଲକ୍ରିଷ୍ଣା (ଅତିରିକ୍ତ ମୁଖ୍ୟ ଶାସନ ସଚିବ, ରାଜେନ୍ଦ୍ର ପ୍ରସାଦ ଶର୍ମା (ଡିଜି), ତୁହିନ୍‌କାନ୍ତ ପାଣ୍ଡେ, ଏଲିନା ନର୍ମାନ (ହକି ଇଣ୍ଡିଆ ସିଇଓ) ଓ ସତ୍ୟଜିତ ମହାନ୍ତି (ପୋଲିସ୍‌ କମିଶନର)) ପ୍ରମୁଖ ଉପସ୍ଥିତ ଥିଲେ ।

Loading...

LEAVE A REPLY

Please enter your comment!
Please enter your name here