ଭୁବନେଶ୍ୱର : ବିଜେପିର ବରିଷ୍ଠ ନେତା ବିଶ୍ୱଭୂଷଣ ହରିଚନ୍ଦନଙ୍କ ଦ୍ୱାରା ଲିଖିତ
ଆତ୍ମଜୀବନୀ ସଂଗ୍ରାମ ସରିନାହିଁ ପୁସ୍ତକର ଲୋକାର୍ପଣ ରାଜ୍ୟପାଳ ଗଣେଶୀ ଲାଲ୍ ଙ୍କ ଦ୍ୱାରା ହୋଇଯାଇଛି । ଏହି ପୁସ୍ତକ ଆଗାମୀ ପୀଢି ମାନଙ୍କ ପାଇଁ ବେଶ ସହାୟକ ହେବ ବୋଲି କହିଛନ୍ତି ରାଜ୍ୟପାଳ ଗଣେଶୀ ଲାଲ୍ ।
ଏହି ଅବସରରେ ଯୋଗଦେଇ କେନ୍ଦ୍ରମନ୍ତ୍ରୀ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି ଯେ, ଏଭଳି ଜଣେ ବ୍ୟକ୍ତିଙ୍କ ପୁସ୍ତକ ଲୋକାର୍ପଣ ଉତ୍ସବରେ ସେ ଯୋଗଦାନ କରି ନିଜକୁ ଗୌରବାନ୍ୱିତ ମନେ କରୁଛନ୍ତି । ସାହସ କରି ଯେପରି ଭାବେ ନିଜର ଲମ୍ବା ସମୟର ତପସ୍ୟା ଓ ଅନୁଭୂତିକୁ ନେଇ ଏହି ପୁସ୍ତକ ଲେଖାଯାଇଛି ତାହା ନୂଆ ପୀଢିମାନଙ୍କୁ ବିଶେଷ ସହାୟକ ହେବ । ନୂଆ ପୀଢିଙ୍କ ପାଇଁ ଏହା ପ୍ରେରଣାର ଉତ୍ସ ହେବା ସହ ସଂଗ୍ରାମ ସରିନାହିଁର ଚ୍ୟାପ୍ଟର-୨ ଆସୁ ବୋଲି ଶ୍ରୀ ପ୍ରଧାନ ଲେଖକ ଶ୍ରୀ ହରିଚନ୍ଦନଙ୍କୁ ନିବେଦନ କରିଥିଲେ ।

Loading...

LEAVE A REPLY

Please enter your comment!
Please enter your name here