କରାଚୀ: ପାକିସ୍ତାନ ହକି ଫେଡେରେଶନ (ପିଏଚ୍ଏଫ୍)ପକ୍ଷରୁ ଓଡ଼ିଶାର ରାଜଧାନୀ ଭୁବନେଶ୍ୱରରେ ହେବାକୁ ଥିବା ହକି ବିଶ୍ୱକପ୍ ଲାଗି ଶୁକ୍ରବାର ଦଳ ଘୋଷଣା କରାଯାଇଛି । ମହମ୍ମଦ ରିଜୱାନ ସିନିୟରଙ୍କ ନେତୃତ୍ୱାଧୀନ ଏସିଆନ ·ମ୍ପିୟନ୍ସ ଟ୍ରଫି ବିଜେତା ଦଳରେ କେବଳ ଗୋଟିଏ ପରିବ ର୍ନ କରାଯାଇଛି । ଦଳର ରିଜୱାନ ଜୁନିୟରଙ୍କୁ ବାଦ୍ ଦିଆଯାଇ ଅଭିଜ୍ଞ ରଶିଦ ମେହମୁଦଙ୍କୁ ସାମିଲ କରାଯାଇଛି । ମୁଖ୍ୟ ଚୟନକ ର୍ା ଇସଲାହୁଦ୍ଦିନ ସିଦ୍ଦିକି କହିଛନ୍ତି, ଏସିଆନ ·ମ୍ପିୟନ୍ସ ଟ୍ରଫି ବେଳେ ଅଭିଜ୍ଞ ଖେଳାଳି ରସିଦ ବିଦେଶରେ ପେସାଦାର ଲିଗରେ ଖେଳୁଥିଲେ । ମାତ୍ର ଏବେ ସେ ଉପଲବ୍ଧ ଅଛନ୍ତି । ପୂର୍ବତନ ଅଲିମ୍ପିଆନଙ୍କ ଉପସ୍ଥିତିରେ ପାକିସ୍ତାନ ଦଳ ବିଶ୍ୱକପ୍ ଜିତିବାକୁ ସକ୍ଷମ । ଖେଳାଳିଙ୍କ ବକେୟା ଅର୍ଥ ଫେଡେରେଶନ ପକ୍ଷରୁ ପୈଠ କରାଯାଇଥିବାରୁ ଖେଳାଳିମାନେ ବିନା ·ପରେ ଖେଳିପାରିବେ । ଦୁଇ ଦିନିଆ ଶିବିର ପରେ ଦଳ ଚୟନ କରାଯାଇଛି ବୋଲି ସେ କହିଛନ୍ତି । ଇସଲାହୁଦ୍ଦିନଙ୍କ ପ୍ରତିନିଧିତ୍ୱରେ ପାକିସ୍ତାନ ଦଳ ୧୯୭୧ ଓ ୭୮ରେ ବିଶ୍ୱକପ ଜିତିଥିଲା । ଅନ୍ତିମ ଥର ୧୯୯୪ରେ ପାକିସ୍ତାନ ବିଶ୍ୱକପ୍ ଜିତିଥିଲା । କିନ୍ତୁ ଏହାପରେ ପାକିସ୍ତାନ ଦଳ ବିଶ୍ୱକପ୍ ଇଭେ ର ନିମ୍ନମାନର ପ୍ରଦର୍ଶନ ଜାରି ରଖିଛି । ଏପରି କି ୨୦୧୪ରେ ଦଳ ଯୋଗ୍ୟତା ଅର୍ଜନ କରିପାରି ନ ଥିଲା । ୨୦୧୦ ଇଭେ ରେ ଦଳ ଶେଷରେ ରହିଥିଲା । ଚଳିତ ମାସ ୨୮ରୁ ଡିସେମ୍ବର ୧୬ ତାରିଖ ପର୍ଯ୍ୟନ୍ତ ଭୁବନେଶ୍ୱର ସ୍ଥିତ କଳିଙ୍ଗ ଷ୍ଟାଡିୟମଠାରେ ହେବାକୁ ଥିବା ୧୪ତମ ସଂସ୍କରଣରେ ୧୬ ଦେଶ ଅଂଶଗ୍ରହଣ କରିବେ । ପାକିସ୍ତାନ ଦଳ ଜର୍ମାନୀ ଓ ନେଦରଲାଣ୍ଡ ଭଳି ଶକ୍ତିଶାଳୀ ଦଳ ସହ ଲିଗ୍ ମ୍ୟାଚ୍ ଖେଳିବ ।
ପାକିସ୍ତାନ ଦଳ: ଇମରାନ ବଟ ଓ ମଝାର ଆବାସ (ଗୋଲକିପର), ମହମ୍ମଦ ଇର୍ଫାନ ସିନିୟର, ଅଲିମ ବିଲାଲ, ମୁବାଶର ଅଲି, ମହମ୍ମଦ ତୌସିକ ଅର୍ଶଦ, ତାସାୱାର ଆବାସ, ରଶିଦ ମହମ୍ମୁଦ, ଏଜାଜ ଅହମ୍ମଦ, ମହମ୍ମଦ ଶକିଲ ବଟ(ଉପଅଧିନାୟକ), ମହମ୍ମଦ ଇର୍ଫାନ ଜୁନିୟର, ମହମ୍ମଦ ରିଜ୍ୱାନ ସିନିୟର (ଅଧିନାୟକ), ଅଲି ଶାହ, ଫୈଜଲ କାଦିର, ଅବୁବାକର ମହମ୍ମୁଦ, ଉମର ଭୁଟା, ମହମ୍ମଦ ଆତିକ ଅର୍ଶଦ ଓ ମହମ୍ମଦ ଜୁବାଇର ।
ଅଫିସିଆଲ: ହାସନ ସର୍ଦ୍ଦାର (ମ୍ୟାନେଜର), ତୈକିର ଦାର (ମୁଖ୍ୟ କୋଚ୍), ରେହୁନ ବଟ, ଦାନିଶ କାଲିମ (କୋଚ୍), ନଦୀମ ଲୋଧି(ଭିଡିଓ ଆନାଲିସିଷ୍ଟ) ଓ ୱାକାସ ମେହମ୍ମୁଦ (ଫିଜିଓଥେରାପିଷ୍ଟ) ।

Loading...

LEAVE A REPLY

Please enter your comment!
Please enter your name here