କରାଚୀ: ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମରେ ଆଗାମୀ ୨୮ରୁ ପୁରୁଷ ହକି ବିଶ୍ୱକପର ୧୪ତମ ସଂସ୍କରଣ ଆରମ୍ଭ ହେବାକୁ ଯାଉଛି । ବେଶ କିଛି ଦିନ ହେବ ହକି ବିଶ୍ୱକପରେ ପାକିସ୍ତାନ ଅଂଶଗ୍ରହଣ କରିବା ନେଇ ଦ୍ୱନ୍ଦ ଲାଗି ରହିଥିଲା । ପାକ୍‌ ଖେଳାଳିଙ୍କୁ ଭାରତୀୟ ଭିସା ମିଳିବା ପରେ ସମସ୍ତ କଳ୍ପନା ଜଳ୍ପନାର ଅନ୍ତ ହୋଇଛି । ହେଲେ ମୁଖ୍ୟ କୋଚ୍‌ ତୌକିର ଦାର ଏବଂ ସହକାରୀ କୋଚ୍‌ ଦାନିସ୍‌ କାଲୀମଙ୍କୁ ଏପର୍ଯ୍ୟନ୍ତ ଭିସା ମଞ୍ଜୁର ହୋଇନାହିଁ । ଭାରତୀୟ ହାଇ କମିଶନ ପକ୍ଷରୁ ହକି ଖେଳାଳିଙ୍କୁ ଭିସା ପ୍ରଦାନ କରାଯାଇଛି । ଏତଦଭିନ୍ନ ନୂଆ ପ୍ରାୟୋଜକ ପାକିସ୍ତାନ ହକି ଦଳକୁ ବିଶ୍ୱକପରେ ଅଂଶଗ୍ରହଣ କରିବା ନିମନ୍ତେ ୯ ମିଲିୟନ୍‌ ଅର୍ଥରାଶି ପ୍ରଦାନ କରିଛି । ବିଶ୍ୱକପ୍‌ ନଭେମ୍ବର ୨୮ରୁ ଡିସେମ୍ବର ୧୬ ତାରିଖ ପର୍ଯ୍ୟନ୍ତ ଭୁବନେଶ୍ୱର କଳିଙ୍ଗ ହକି ଷ୍ଟାଡିୟମରେ ଖେଳାଯିବ । ଏଥିରେ ଆୟୋଜକ ଭାରତ ସମେତ ମୋଟ୍‌ ୧୬ଟି ଦଳ ଅଂଶଗ୍ରହଣ କରିବେ ।
ପାକିସ୍ତାନ ହକି ଫେଡେରେସନ୍‌(ପିଏଫଏଚ୍‌) ସମ୍ପାଦକ ଶାହାବାଜ୍‌ ଅହମ୍ମଦ ସୂଚନା ଦେଇଛନ୍ତି ଯେ, ଦୁଇ କୋଚଙ୍କୁ ଖୁବଶୀଘ୍ର ଭିସା ମଞ୍ଜୁର ନେଇ ଆମେ ଆଲୋଚନା କରିବୁ । ଉଭୟ କୋଚଙ୍କ ଆବଶ୍ୟକୀୟ ଡକୁ୍ୟମେଣ୍ଟ ବିଳମ୍ବରେ ଡିପୋଜିଟ୍‌ ହୋଇଥିଲା । ତେବେ ଭାରତୀୟ ହାଇକମିଶନ ସୂଚନା ଦେଇଛନ୍ତି ଯେ, ଖୁବଶୀଘ୍ର ଆମେ ଭିସା ମଞ୍ଜୁର କରିବୁ । ଦୁଇ ବର୍ଷ ପୂର୍ବେ ଭିସା ସମସ୍ୟା କାରଣରୁ ପାକିସ୍ତାନ ଜୁନିୟର ହକି ବିଶ୍ୱକପ୍‌ରେ ଅଂଶଗ୍ରହଣ କରିପାର ନଥିଲା ।

Loading...

LEAVE A REPLY

Please enter your comment!
Please enter your name here