ଭୁବନେଶ୍ୱର: ଚଳିତ ହକି ବିଶ୍ୱକପ୍‌ରେ ଓଡ଼ିଆ ପୁଅ ଡିଫେଣ୍ଡର ଅମିତ ରୋହିଦାସଙ୍କ କମାଲ ଦେଖିବାକୁ ମିଳିଛି । ସେ କାନାଡା ବିପକ୍ଷ ମ୍ୟାଚ୍‌ରେ ଏକ ପେନାଲଫି କର୍ଣ୍ଣରକୁ ଗୋଲ୍‌ରେ ପରିଣତ କରି ବିଶ୍ୱକପର ଗୋଲ୍‌ ପୃଷ୍ଠାରେ ନିଜ ନାମକୁ ସାମିଲ କରିଛନ୍ତି । ହକି ବିଶ୍ୱକପ୍‌ ନିମନ୍ତେ ଭାରତୀୟ ଦଳରେ ଦୁଇ ଓଡ଼ିଆ ଡିଫେଣ୍ଡର ବୀରେନ୍ଦ୍ର ଲାକ୍ରା ଓ ଅମିତ ରୋହିଦାସ ସ୍ଥାନ ପାଇଛନ୍ତି । ପୂର୍ବର ଦୁଇଟି ମ୍ୟାଚ୍‌ ଦ.ଆଫ୍ରିକା ଓ ବେଲଜିୟମ ବିପକ୍ଷରେ ଓଡ଼ିଆଙ୍କ ଚମକ ଦେଖିବାକୁ ମିଳିନଥିଲା । ହେଲେ କାନାଡା ମ୍ୟାଚ୍‌ରେ ଅମିତ ଗୋଲ କରି ରାଜ୍ୟ ତଥା ସାରା ଦେଶର ଟେକ ରଖିଛନ୍ତି । ଦର୍ଶକଙ୍କ ସମର୍ଥନ ଉସିାହ ଯୋଗୁଁ ମୁଁ ଗୋଲ କରିବାରେ ସମର୍ଥ ହୋଇଛି ବୋଲି ଡିଫେଣ୍ଡର ଅମିତ କହିଛନ୍ତି । ଏହି ପ୍ରଦର୍ଶନ ତାଙ୍କ ଆତ୍ମବିଶ୍ୱାସ ବଢ଼ାଇବା ସହ ଆଗାମୀ ଦିନରେ ଆହୁରି ଉନ୍ନତ ପ୍ରଦର୍ଶନ କରି ଦେଶର ଟେକ ରଖିବେ ବୋଲି ଅମିତ କହିଛନ୍ତି ।

Loading...

LEAVE A REPLY

Please enter your comment!
Please enter your name here