ଭୁବନେଶ୍ୱର: ଚତୁର୍ଦଶ ହକି ବିଶ୍ୱକପ୍‌ ପୁଲ ସି’ର ଏକ ତୀବ୍ର ସଂଘର୍ଷପୂର୍ଣ୍ଣ ମ୍ୟାଚରେ ବେଲଜିୟମ ୫-୧ ଗୋଲରେ ଦ.ଆଫ୍ରିକାକୁ ପରାସ୍ତ କରି ଟେବୁଲର ଶୀର୍ଷକୁ ଉଠିଛି । ୩ ମ୍ୟାଚରୁ ବେଲଜିୟମ ୭ ପଏଣ୍ଟ ପାଇଥିବା ବେଳେ ଦ. ଆଫ୍ରିକା ଏକ ପଏଣ୍ଟ ସହ ତୃତୀୟ ଦଳ ଭାବେ ବିଦାୟ ନେଇଛି । ପୁଲ ଏ’ରୁ ସ୍ପେନ୍‌ ଏବଂ ପୁଲ ବି’ରୁ ଆୟରଲାଣ୍ଡ ବିଦାୟ ନେଇ ସାରିଛନ୍ତି । ବେଲଜିୟମର ଆଲେକଜାଣ୍ଡାର ହେଣ୍ଡ୍ରିକ୍ସଙ୍କ ଡବଲ ଗୋଲ, ଲୋଇକ, ସିମନ୍‌ ଓ କେଡ୍ରିକଙ୍କ ଗୋଲ ସ୍କୋର ମ୍ୟାଚର ଚର୍ଚ୍ଚିତ ଘଟଣାବଳି ଥିଲା । ସିମନ ଗୌନାର୍ଡଙ୍କୁ ମୁଖ୍ୟ ଅତିଥି ସାଂସଦ ଅଚୁ୍ୟତ ସାମନ୍ତ ମ୍ୟାନ୍‌ ଅଫ ଦି ମ୍ୟାଚ୍‌ ପୁରସ୍କାର ପ୍ରଦାନ କରିଥିଲେ ।
ପ୍ରଥମ କ ୍ୱାର୍ଟର ଆରମ୍ଭ ହେବା କ୍ଷଣି ଦ.ଆଫ୍ରିକା ତୀବ୍ର ଆକ୍ରମଣ ଆରମ୍ଭ କରିଦେଇଥିଲା । ଏପରିକି ମାତ୍ର ୩୬ ସେକେଣ୍ଡରେ ଦ.ଆଫ୍ରିକାର ନିକୋଲାସ୍‌ ସ୍ପୁନର ଫିଲï ଗୋଲ କରି ଶିବିରରେ ଶକ୍ତି ଭରି ଦେଇଥିଲେ । ହେଲେ ଏହି ଗୋଲ ପରଠୁ ବେଲଜିୟମ ପ୍ରତ୍ୟାବର୍ତ୍ତନ କରିଥିଲା । ପଛକୁ ପଛ ୫ଟି ଗୋଲ ସ୍କୋର କରିଥିଲେ ବେଲଜିୟମ ଖେଳାଳି । ମ୍ୟାଚର ୧୪ତମ ମିନିଟରେ ଆଲେକଜାଣ୍ଡାର ହେଣ୍ଡ୍ରିକ୍ସ ଗୋଲ ସ୍କୋର କରି ମ୍ୟାଚକୁ ୧-୧ରେ ବରାବର କରିଥିଲେ । ୧୮ତମ ମିନିଟରେ ବେଲଜିୟମ ଅଗ୍ରଣୀ ହାସଲ କରିବାର ସୁଯୋଗପାଇଥିଲା । ସିମନ୍‌ ଗୌନାର୍ଡ ଗୋଲ ଦଳ ପକ୍ଷରୁ ଦ୍ୱିତୀୟ ଗୋଲ ସ୍କୋର କରିଥିଲେ । ୨୨ତମ ମିନିଟରେ ଆଲେକଜାଣ୍ଡାର ବ୍ୟକ୍ତିଗତ ଦ୍ୱିତୀୟ ତଥା ଦଳ ପକ୍ଷରୁ ତୃତୀୟ ଗୋଲ ସ୍କୋର କରିଥିଲେ । ୩୦ତମ ମିନିଟରେ ଲୋଇକ୍‌ ଲୁଇପର୍ଟ ଗୋଲ ସ୍କୋର କରି ଦଳକୁ ପ୍ରଥମାର୍ଦ୍ଧରେ ୪-୧ ଗୋଲରେ ଅଗ୍ରଣୀ କରିଥିଲେ । ମଧ୍ୟାନ୍ତର ବିରତି ପରେ ଆଉ ମାତ୍ର ଗୋଟିଏ ଗୋଲ ସ୍କୋର ହୋଇଥିଲା । ୪୮ତମ ମିନିଟରେ କେଡ୍ରିକ୍‌ ଚାର୍ଲର ନିର୍ଣ୍ଣାୟକ ଗୋଲ ସ୍କୋର କରିଥିଲେ । ମ୍ୟାଚର ଶେଷ ମିନିଟରେ ବେଲଜିୟମ ପକ୍ଷରୁ ଗୋଲ ସ୍କୋର ହୋଇଥିଲେ ରେଫରୀ ନାକଚ କରିବାରୁ ଦଳ ୫-୧ ଗୋଲ ବ୍ୟବଧାନରେ କଳିଙ୍ଗରେ ବିଜୟ ଧ୍ୱଜା ଉଡାଇଥିଲା ।

Loading...

LEAVE A REPLY

Please enter your comment!
Please enter your name here