ଜୟପୁର :ରାଜସ୍ଥାନ ବିଧାନସଭା ନିର୍ବାଚନରେ ଭାରତୀୟ ଜନତା ପାର୍ଟି (ବିଜେପି) ନିର୍ବାଚନ ମଇଦାନକୁ ଓହ୍ଲାଇଥିବା ଦଳର ୧୧ ବିଦ୍ରୋହୀ ନେତାଙ୍କୁ ଦଳରୁ ବାହାର କରିଛି । ବିଜେପିର ଜଣେ ପ୍ରବକ୍ତା ଏହି ସୂଚନା ଦେଇଛନ୍ତି । ବିଜେପିରୁ ବିତାଡିତ କରାଯାଇଥିବା ନେତାଙ୍କ ମଧ୍ୟରେ ୪ଜଣ ମନ୍ତ୍ରୀ ମଧ୍ୟ ସାମିଲ ଅଛନ୍ତି । ଏହି ବିଦ୍ରୋହୀ ନେତାମାନେ ଟିକେଟ ନ ମିଳିବାରୁ ଅସ;ୁଷ୍ଟ ଥିଲେ ଓ ନିଜ ଦଳର ପ୍ରାର୍ଥିମାନଙ୍କ ବିରୋଧରେ ନିର୍ବାଚନ ଲଢିବାକୁ ନିଷ୍ପତ୍ତି ନେଇଥିଲେ । ଦଳରୁ ଟିକେଟ କଟି ଯିବାରୁ ବସୁନ୍ଧରା ରାଜେ ସରକାରଙ୍କ ଉପରେ ଅସ;ୁଷ୍ଟ ମନ୍ତ୍ରୀ ସୁରେନ୍ଦ୍ର ଗୋୟଲ, (ଜେତରାନ) ସିନ ଭଡାନା (ଥାନାଗଞ୍ଜି) ରାଜକୁମାର ରିନୱା (ରତନଗଡ) ଓ ଧ୍ୟରନ ସିଂହ ରାୱତ ବିଜେପି ପ୍ରାର୍ଥିମାନଙ୍କ ବରୋଧେରେ ସ୍ୱାଧିନ ପ୍ରାର୍ଥି ଭାବେ ନିର୍ବାଚନ ଲଢୁଛନ୍ତି । ମିଳିଥିବା ସୂଚନା ଅନୁଯାୟୀ, ବିଜେପିର ଅନେକ ବିଦ୍ରୋହୀ ନେତା ଡିସେମ୍ବର ୭ରେ ହେବାକୁ ଥିବା ନିର୍ବାଚନ ପାଇଁ ନିଜ ନାମାଙ୍କନ ଦାୟର କରିଛନ୍ତି ଓ ଅନେକ ବିଧାୟକଙ୍କୁ ଟକେଟ ନ ମିଳିବା ପରେ ଦଳରୁ ଇସ୍ତଫା ଦେଇଛନ୍ତି । ବିଜେପିର ବିଦ୍ରୋହୀ ବିଧାୟକ ମଧ୍ୟରେ ମାନବେନ୍ଦ୍ର ସିଂହ ନିକଟରେ କଂଗ୍ରେସରେ ସାମିଲ ହୋଇଛନ୍ତି । ତାଙ୍କୁ କଂଗ୍ରେସ ଝାଲରାପାଟନାରୁ ପ୍ରାର୍ଥୀ ଦେଇଛି । ମାନବେନ୍ଦ୍ର ପୂର୍ବ ବୈଦଶିକ ମନ୍ତ୍ରୀ ଯଶବନ୍ତ ସିଂହଙ୍କ ପୁତ୍ର ।

Loading...

LEAVE A REPLY

Please enter your comment!
Please enter your name here