କଣାସ : ବିଜେଡିର ବିଶାଳ ଜନ ସଂପର୍କ ସମାବେଶ ଆଜି କଣାସ ବ୍ଲକ ସ୍ଥିତ ଦୋକନ୍ଦା ମେଳଣ ପଡିଆଠାରେ ଅନୁଷ୍ଠିତ ହୋଇଯାଇଛି । ପୁରୀ ଜିଲ୍ଲାର ପୂର୍ବତନ ନଗର ପାଳ ଜୟନ୍ତ ଷଡଙ୍ଗୀ କଣାସ ବ୍ଲକ ବିଜେଡି ସଭାପତି ଶୁଶିଲକାନ୍ତ ରାଉତ, ସତ୍ୟବାଦୀ ବିଜେଡି ଦଳର ସଭାପତି ରତିକାନ୍ତ ମିଶ୍ର, ପୂର୍ବତନ ଜିଲ୍ଲା ପରିଷଦ ସଦସ୍ୟା କବିତା ବୈରିଗଞ୍ଜନ,ସରପଂଚ ସଂଗ୍ରାମ କେଶରୀ ପାଇକରାୟ, ଗଙ୍ଗବଳଭଦ୍ରପୁର , ପ୍ରଶନ୍ନ ପଟ୍ଟନାୟକ, ରଙ୍କନାଥ ବେହେରା ଓ ସତ୍ୟବାଦୀର ପ୍ରମୁଖଙ୍କ ନେତୃତ୍ୱରେ ଏକ ବିଶାଳ ରାଲୀ ସତ୍ୟବାଦୀରୁ ବାହାରି କଣାସ ବ୍ଲକର ବିଭିନ୍ନ ପଂଚାୟତ ବୁଲି ଦୋକନ୍ଦା ପଂଚାୟତର ପହଁଚିଥିଲେ । ପ୍ରାୟ ୧୦୦ ରୁ ଉଦ୍ଧ୍ୱର୍ ଗ୍ରାମ ପରିକ୍ରମା କରି ସଭାସ୍ଥଳୀରେ ପହଁଚି ଏକ ସଭାର ଆୟୋଜନ କରାଯାଇଥିଲା । ୪ ହଜାରରୁ ଉଦ୍ର୍ଧ୍ବ ମଟର ସାଇକେଲ୍,ଅଟୋ,ପିକପ୍ ଭ୍ୟାନ୍, ମିନିବସ ମାଧ୍ୟମରେ ମହିଳା,ପୁରୁଷ ଯୁବକ , ଯୁବତୀ ଓ ଛାତ୍ରଛାତ୍ରୀ ମାନେ ସଭାକାର୍ଯ୍ୟରେ ଯୋଗ ଦେଇଥିଲେ । ନବୀନ ବାବୁ ଜିନ୍ଦାବାଦ୍ , ସାଂସଦ ପିନାକୀ ମିଶ୍ର ଜିନ୍ଦାବାଦ୍, ବିଜୁ ଜନତା ଦଳ ଜିନ୍ଦାବାଦ୍, ଉମା ସାମନ୍ତରାୟ ମୁର୍ଦାବାଦରେ ସଭାସ୍ଥଳ ପ୍ରକମ୍ପିତ ହୋଇଉଠିଥିଲା । ଆଗାମୀ ର୍ନିବାଚନରେ ସତ୍ୟବାଦୀ ର୍ନିବାଚନ ମଣ୍ଡଳୀରୁ ବିଜୁ ଜନତା ଦଳ ତରଫରୁ ଜୟନ୍ତ ଷଡଙ୍ଗୀକୁ ପ୍ରାର୍ଥିୀ ଭାବେ ଚୟନ କଲେ ସେ ବିପୁଳ ସଂଖ୍ୟାରେ ବିଜୟୀ ହେବେ ବୋଲି ସଭାରେ ପ୍ରକାଶ କରାଯାଇଥିଲା । ସତ୍ୟବାଦୀ ବିଜେଡି ଦଳର ସଭାପତି ରତିକାନ୍ତ ମିଶ୍ର ଓ କଣାସ ବ୍ଲକ ବିଜେଡି ସଭାପତି ଶୁଶିଲକାନ୍ତ ରାଉତ ଆଗଧାଡିର ଛାମୁଆ ନେତା ମାନେ ବିଜୁ ଜନତା ଦଳର ୨୫ ବର୍ଷ ଧରି କାର୍ଯ୍ୟକରି ଆସୁଥିବା କର୍ମୀ ଓ ଛାମୁଆ ନେତାଙ୍କୁ ଶ୍ରୀ ସାମନ୍ତରାୟ ବିରୁଦ୍ଧ କରିବା ସହିତ ଗାଁ ଗାଁରେ ହିଂସାତ୍ମକ କାର୍ଯ୍ୟକ୍ରମ କରିବା ରାସନ କାର୍ଡ ର୍ଦୁନିତୀ, ପିସି କାରବାରରେ ଲିପ୍ତଥିବା ଓ ନିଜ ସଂପର୍କୀୟଙ୍କ ନାମରେ ଠିକାଦାର କାମ ଚଳାଉଥିବା ସହିତ ଦଳ ବିରୋଧୀ କାର୍ଯ୍ୟକ୍ରମରେ ମସ୍ଗୁଲ ହୋଇ ରହିଥିବାରୁ ଗରୀବ ଗୁରୁବା ଲୋକମାନେ ଅଣନିଶ୍ୱାସୀ ହୋଇ ପଡୁଥିବାରୁ ସଭାରେ ଉଦ୍ବେଗ ପ୍ରକାଶ ପାଉଥିଲା । ଆଗାମୀ ଦିନରେ ଉମା ସାମନ୍ତରାୟ ଟିକେଟ୍ ପାଇଲେ ହଜାର ହଜାର ବିଜୁ ଜନତା ଦଳର କର୍ମକର୍ତା ମାନେ ରାଜ ରାସ୍ତାକୁ ୱଲାଇବେ ବୋଲି ମତ ପ୍ରକାଶ କରିଥିଲେ ।

Loading...

LEAVE A REPLY

Please enter your comment!
Please enter your name here