ଭୁବନେଶ୍ୱର : ହକି ବିଶ୍ୱକପର ଉଦଘାଟନର ଟିକେଟ ସାଧାରଣ ଲୋକଙ୍କୁ ନମିଳି ବିଜୁ ଯୁବ ବାହିନୀଙ୍କୁ ଦିଆଯାଇଛି ବୋଲି ବିଜେପି ପକ୍ଷରୁ ଅଭିଯୋଗ କରାଯାଇଛି ।
ମୁଖ୍ୟମନ୍ତ୍ରୀଙ୍କ ଲୋକପ୍ରିୟତା ଦୃତ ଗତିରେ ହ୍ରାସ ପାଉଥିବା କାରଣରୁ “ବ୍ରାଣ୍ଡ ନବୀନ”କୁ ପ୍ରମୋଟ କରିବା ସହ ହକି ବିଶ୍ୱକପ ଉଦଘାଟନ ବେଳେ ନିଜର ଜୟ ଜୟକାର ଶୁଣିବା ପାଇଁ ସମର୍ଥକ ଅଭାବ ହେଉଥିବାରୁ ସେଠି ବିିଜୁ ଯୁବ ବାହିନିର ସଦସ୍ୟମାନଙ୍କୁ ବସାଇବା ପାଇଁ ରାଜ୍ୟ ସରକାର ଯୋଜନା କରିଛନ୍ତି ବୋଲି ରାଜ୍ୟ ମୁଖପାତ୍ର ଶ୍ରୀ ଗୋଲକ ପ୍ରସାଦ ମହାପାତ୍ର କହିଛନ୍ତି ।
ଶ୍ରୀ ମହାପାତ୍ର କହିଛନ୍ତି ଯେ, ଅନଲାଇନରେ ଟିକେଟ ବିକିବା ପାଇଁ ୱେବସାଇଟ ଖୋଲୁ ଖୋଲୁ ଟିକେଟ ସରିଯିବା ନିହାତି ସନ୍ଦେହ ଜନକ । ରାଜ୍ୟର ଅଗଣିତ କ୍ରୀଡା ପ୍ରେମି ଅନଲାଇନରେ ଟିକେଟ କାଟିବା ପାଇଁ ଆଶାକରି ବସିଥିବାବେଳେ ସେମାନଙ୍କର ମନୋଭାବକୁ ଆଘାତ କରି ରାଜ୍ୟ ସରକାର ଚତୁରତାର ସହ ସାଙ୍ଗେ ସାଙ୍ଗେ ୱେବସାଇଟକୁ ଡାଉନ କରିଦେଲେ ଏବଂ ଟିକେଟ ପାଇବାରୁ ଲୋକମାନଙ୍କୁ ବଂଚିତ କଲେ । ବର୍ତମାନ ସୁଦ୍ଧା କେଉଁ ତାରିଖରେ କେତେ ସଂଖ୍ୟାର ଟିକଟ ବିକ୍ରି ହୋଇଛି, ରାଜ୍ୟ ସରକାର ତାହା ଅନଲାଇନ ମାଧ୍ୟମରେ ତୁରନ୍ତ ପ୍ରକାଶ କରନ୍ତୁ । ନଚେତ ଏହା ଏକ ମହା ଠକେଇ ବୋଲି ପ୍ରମାଣିତ ହେବ ବୋଲି ଶ୍ରୀ ମହାପାତ୍ର କହିଛନ୍ତ

nalco

LEAVE A REPLY

Please enter your comment!
Please enter your name here