ମାଲକାନଗିରି : ମାଓବାଦୀଙ୍କ ପିଏଲଜିଏ ସପ୍ତାହ ପାଳନର ପଂଚମ ଦିନରେ ବିଚ୍ଛିନ୍ନାଚଂଳର ପଣସପୁଟ ଓ ଗାଜଲମାମୁଡି ଦୁଇ ପଂଚାୟତର ବିଭିନ୍ନ ସ୍ଥାନରେ ଆଜି ମାଓ ପୋଷ୍ଟର ଲଗାଯାଇଥିବା ଦେଖିବାକୁ ମିଳିଛି । ନକ୍ସଲ ସଂଗଠନ ଉତ୍ପତିର ୧୭ ବର୍ଷ ପୂରଣ ହେଉଥିବାରୁ ମାଓବାଦୀମାନେ ଡିସେମ୍ବର ୨ ରୁ ଆସନ୍ତା ୮ ତାରିଖ ପର୍ଯ୍ୟନ୍ତ ପିଏଲଜିଏ ସପ୍ତାହ ପାଳନ କରୁଛନ୍ତି । ଅଧିକରୁ ଅଧିକ ସଂଖ୍ୟାରେ ଆଦିବାସୀ ଯୁବକ ଯୁବତୀ ନକ୍ସଲ ସଂଗଠନରେ ସାମିଲ୍ ହେବା, ନିରୀହ ଆଦିବାସୀଙ୍କୁ ମାଓବାଦୀ ନାମଦେଇ ପୋଲିସର ଦମନଲୀଳା ପ୍ରକ୍ରିୟାକୁ ବିରୋଧ କରିବା, ଜଳ, ଜମି, ଜଙ୍ଗଲ ଅଧିକାର ପାଇଁ ଲଢ଼େଇ କରିବା, ଏପରିକି ଚଳିତ ନିର୍ବାଚନ ବନ୍ଦ କରିବାକୁ ମାଓ ସଂଗଠନ ପକ୍ଷରୁ ପୋଷ୍ଟର ମାଧ୍ୟମରେ ଚେତାବନୀ ଦିଆଯାଇଛି । ଏପରିକି ଆଂଟି ନକ୍ସଲ ପିପୁଲ୍ସ ଫୋର୍ସକୁ ଜନ ଆନ୍ଦୋଳନ ଦ୍ୱାରା ଧ୍ୱଂସ କରିବାକୁ ଆହ୍ୱାନ ଦେଇଛନ୍ତି ମାଓବାଦୀ । ପୋଷ୍ଟର ତଳେ ସିପିଆଇ ମାଓବାଦୀ ଗୁମ୍ମା ଆଂଚଳିକ କମିଟି ଉଲ୍ଲେଖ ରହିଛି ।

Loading...

LEAVE A REPLY

Please enter your comment!
Please enter your name here