କଟକ : ଭାରତୀୟ ଜନତା ପାର୍ଟି ବାରବାଟୀ କଟକ ଆଜି ତାର ୨ୟ ପର୍ଯ୍ୟାୟ ଜନ ପରାମର୍ଶ ପଦଯାତ୍ରା ପୂର୍ବତନ ମନ୍ତ୍ରୀ ସମୀର ଦେଙ୍କ ନେତୃତ୍ୱରେ ଆରମ୍ଭ କରିଛି । ଏହି ଯାତ୍ରା ଆଜି ୨୩ ଓ ୨୬ ନମ୍ବର ୱାର୍ଡ ପରିକ୍ରମା କରିଥିଲା । ଏହି ବିଶାଳ ଶୋଭାଯାତ୍ରା ସକାଳ ୯ ଘଟିକାରେ ସ୍ଥାନିୟ ଦରଘାବଜାର, ହାତୀ ପୋଖରୀ, କଦମ ରସୁଲ, ଚୌଧୁରୀ ବଜାର, ଝୋଲ୍ଲାସାହି, ଭଗତପୁର, କାଠଗଡାସାହି, ଶିଳ୍ପୀକୁମ୍ଭାର ସାହି ଦେଇ ନିମସାହି ଠାରେ ଶେଷ ହୋଇଥିଲା । ଏହି ସୋଭାଯାତ୍ରା ପ୍ରତି ଦୃଢ ସମର୍ଥନ କଟକ ସହର ବାସୀଙ୍କ ମନରେ ଓ ହୃଦୟରେ କେବଳ ବିଜେପି ବୋଲି ଷ୍ପଷ୍ଟ ଭାବରେ ବାରି ହୋଇପଡୁଥିଲା । କଟକ ସହରର ମୌଳିକ ସମସ୍ୟା ଯେପରିକି ଅସରାଏ ବର୍ଷାରେ ଆଜି କଟକ ସହର ଉବୁଟୁବୁ, ସାଧାରଣ ଜନତାଙ୍କ ଶିକ୍ଷା, ସ୍ୱାସ୍ଥ୍ୟ, ପରିମଳ, ବିଜୁଳି, ପାନିୟ ଜଳ, ରାସ୍ତାଘାଟ, ସ୍ୱରେଜ ଓ ଡ୍ରେନେଜର ଅବସ୍ଥାକୁ ଦେଖିଲେ ଜାହା ଜଣାପଡୁଛି ସ୍ଥାନୀୟ ବିଧ୍ୟାୟକ ଓ ମେୟର କଟକ ବାସୀଙ୍କୁ ସର୍ବନିମ୍ନ ମୌଳିକ ସୁବିଧା ଯୋଗାଇ ଦେବାରେ ସମ୍ପୁର୍ଣ୍ଣ ବିଫଳ । କେନ୍ଦ୍ର ସରକାର ଦେଉଥିବା ଯୋଜନାକୁ ସଫଳ ରୂପାୟନ କରିବାରେ ବିଫଳ ହୋଇଥିବା ରାଜ୍ୟ ସରକାର କେବଳ ନାମଫଳକ ମାରି କଟକ ବାସୀଙ୍କୁ ଦିର୍ଘ ଏକ ଦସନ୍ଧି ଧରି ଭୂଆଁ ବୁଲାଇବାରେ ଲାଗିଛନ୍ତି । ବିଶେଷକରି କେନ୍ଦ୍ର ସରକାରଙ୍କ ସଫଳତା, ରାଜ୍ୟ ସରକାରଙ୍କ ବିଫଳତା ଓ କଟକ ବାସୀଙ୍କ ପ୍ରତି ଅବହେଳା ନେଇ ଜନସାଧାରଣଙ୍କ ନିକଟରୁ ପରାମର୍ଶ ଗ୍ରହଣ କରିବା ପାଇଁ ଆରମ୍ଭ ହୋଇଥିବା ଏହି ଯାତ୍ରାରେ ନଗର ଜିଲ୍ଲା ସଭାପତି ଲକ୍ଷ୍ମୀଧର ପ୍ରଧାନ, ପ୍ରଦୀପ ସ୍ୱାଇଁ, ବିଜୟ ମହାପାତ୍ର, ସୁକାନ୍ତ ସିଂ, ଦେବାଶିଷ ରାୟ, ହେମନ୍ତ ସେଠୀ, ହରପ୍ରଶନ୍ନ ଦାସ, ମୀନକେତନ ଦାସ, ଜିତେନ ବେହେରା, ଶରୋଜ ରାଉତ, ପ୍ରଦୀପ ମହାରଣା, ଶରତ ସେଠୀ, ସଞ୍ଜୟ ଦାସ, ବାବୁଲି ବେଗ, ସେକ ମୋତିଉଲ୍ଲା, ସୁବାଷ କୁଣ୍ଡୁ, ବାବୁ ନାୟକ, ପ୍ରଦୀପ ନନ୍ଦି, ନରେନ୍ଦ୍ର ନନ୍ଦୀ, ମୁକେଶ ସାହୁ, ରତନ ଗୋଏନ, ନାରାୟଣ ମହାରଣା, ବୈଭବ ଦାସ, ରବିନ୍ଦ୍ର ମହାରଣା, ବୀର ପରମାଣିକ, ସୁର ସେନ, ଜଗା ସେନ, ପ୍ରକାଶ ସି. ଚନ୍ଦନ ପାରମାଣିକ, ରାକେସ ସାହୁ, ମନୋଜ ମହାରଣା, ଲକ୍ଷ୍ମୀଧର ମହାରଣା, ଜଗନ ବେହେରା, ଅରୁଣ ମୁଦୁଲି, ବିଜୁ ମୁଦୁଲି, ବିନୁ ବେହେରା, ମୁକେସ ସାହୁ, ସାଜନ ଗୋଏନ, ସ୍ୱାଧୀନ ମହାନ୍ତି, ଶୁଶାନ୍ତ ବେହେରା, ଲୋକନାଥ ସାହୁ, ଦୀପକ ମୁଦୁଲି, ଅଜୟ ସାହୁ, ସୁବାସ ଗୋଏନ, ଆଲୋକ ମୁଦୁଲି, କାହ୍ନା ବେହେରା ଙ୍କ ସମେତ ହଜାରରୁ ଉର୍ଦ୍ଧ କାର୍ଯ୍ୟକର୍ତା ସାମିଲ ଥିଲେ ।

Loading...

LEAVE A REPLY

Please enter your comment!
Please enter your name here