ପାରାଦୀପ : ଓଡିଶାର ନୌବାଣିଜ୍ୟ ପରମ୍ପରାକୁ ବଜାୟ ରଖିବା ପାଇଁ ପାରାଦୀପ ବନ୍ଦର ପାଳନ କରୁଛି ବନ୍ଦର ଦିବସ ଓ ବୋଇତ ବନ୍ଦାଣ ମହୋତ୍ସବ । ଏଥିରେ ବନ୍ଦର ଅଧକ୍ଷ ଶ୍ରୀଯୁକ୍ତ ରିଙ୍କେଶ ରଏ ମୁଖ୍ୟଅତିଥୀ ଭାବେ ଯୋଗଦେଇ ଏହି ଉତ୍ସବକୁ ଉଦଘାଟନ କରିବା ସହ ବନ୍ଦରର ଶୁଭ କାମନା କରି ପୂଜାର୍ଚ୍ଚନା କରିବାପରେ ସାଧବ ମାନଙ୍କୁ କଳସ ଓ ଦୀପ ପ୍ରଦାନ କରିଥିଲେ । ପରେ ସାଧବାଣୀ ମାନେ ସାଧବ ମାନଙ୍କୁ ବନ୍ଦାପନ୍ଦା କରିବାସହ ବନ୍ଦର ଅଧକ୍ଷ ପତାକା ହଲାଇ ସଂକେତ ଦେବାପରେ ସାଧବ ମାନେ ଏକ ସୁସଜିତ ବୋଇତରେ ନୌଯାତ୍ରା ଆରମ୍ଭ କରିଥିଲେ । ତେବେ ଏହି ଐତିହ୍ୟ ପରମ୍ପରା ଯୁକ୍ତ ଉତ୍ସବରେ ସାଧବ ସାଧବାଣୀ ଭାବେ ଯୋଗ ଦେଇ ବନ୍ଦର କର୍ମଚାରୀ ଓ ସ୍କୁଲ ଛାତ୍ରୀ ମାନେ ନିଜକୁ ଧନ୍ୟ ମନେ କରିଛନ୍ତି ।ବହୁ ଦୁର ଦୁରାନ୍ତରୁ ଏହି ଉତ୍ସବ ଦେଖିବା ପାଇଁ ଲୋକମାନେ ଆସି ନିଜକୁ ବେଶ୍ ଗର୍ବିତ ମନେ କରିଛନ୍ତି । ତେବେ ଚଳିତ ବର୍ଷ ପାରାଦୀପ ବନ୍ଦର ୧୦୦ ମିଲିୟନ୍ ମେଟ୍ରିକ ଟନ୍ ପଣ୍ୟ କାରବାର କରି ଦେଶର ବୃହତ ବନ୍ଦର ମାନଙ୍କ ମଧ୍ୟରେ ୨ୟ ସ୍ଥାନ ଅଧିକାର କରିଥିବା ବେଳେ ଆସନ୍ତ ୨୦୧୯/୨୦ ସୁଦ୍ଧା ୧ ନମ୍ବର ବନ୍ଦର ହେବାର ଲକ୍ଷ ରଖିଛି । ଏହାସହିତ ସାଗରମାଳା ପ୍ରୋଜେକ୍ଟରେ ବନ୍ଦରର ସଂପ୍ରସାରଣ, ନୁତନ ବର୍ଥ ନିର୍ମାଣ ଓ ବିଭିନ୍ନ ପ୍ରକଳ୍ପ ପାଇଁ ସାଢେ ତିନି ହଜାର କୋଟି ଟଙ୍କା ବ୍ୟୟ ଅଟଳଳ କରାଯାଇଛି ବୋଲି ବନ୍ଦର ଅଧକ୍ଷ ଶ୍ରୀଯୁକ୍ତ ରିଙ୍କେଶ ରଏ କହିଛନ୍ତି ।୧୯୯୨ ମସିହାରେ ତତ୍କାଳିନ ମୁଖ୍ୟମନ୍ତ୍ରୀ ବିଜୁ ପଟନାୟକ ଓଡିଆ ଜାତିର ଐତିହ୍ୟ ପରମ୍ପରାକୁ ମନେ ରଖିବା ପାଇଁ ପାରାଦୀପ ବନ୍ଦରରେ ଏହି ବୋଇତ ବନ୍ଦାଣ ଉତ୍ସବ ଆରମ୍ଭ କରିଥିଲେ ।

Loading...

LEAVE A REPLY

Please enter your comment!
Please enter your name here