ଭୁବନେଶ୍ୱର:  ଭଲ ପାଇବା, ସ୍ନେହଶ୍ରଦ୍ଧା ମାନବ ଜାତିର ପୁଞ୍ଜି । ଭୁବନେଶ୍ୱରରେ ଏସବୁ ମିଳିଛି । ଆମ ପ୍ରତି ପୂର୍ବର ଭଲ ପାଇବା ଅତୁଟ ରହିଛି । ବିଶ୍ୱକପ ପାଇଁ ନବବଧୂ ପରି ସଜେଇ ହୋଇଥିବା ଭୁବନେଶ୍ୱରର ଆତିଥ୍ୟ ଆମମାନଙ୍କ ପାଇଁ ଚିରସ୍ମରଣୀୟ ହୋଇ ରହିବ । ପାକିସ୍ତାନ ଫେରିଲେ ଆମେ ଭାରତର ଆତିଥ୍ୟ ସମ୍ପର୍କରେ ଦେଶବାସୀଙ୍କୁ ଜଣାଇବୁ ବୋଲି କହିଛନ୍ତି ପାକିସ୍ତାନ ହକି ଦଳର ମ୍ୟାନେଜର କିମ୍ବଦନ୍ତୀ ଖେଳାଳି ସର୍ଦ୍ଦାର ହାସନ । କଳିଙ୍ଗ ଷ୍ଟାଡିୟମରେ ଖୋଲାଯାଇଥିବା ପ୍ରଶଂସକ ଗାଁ ବୁଲିବାକୁ ଆସିଥିବା ଅବସରରେ ହାସନ ଭୁବନେଶ୍ୱରକୁ ଭୂରିଭୂରି ପ୍ରଶଂସା କରିଛନ୍ତି । ୧୯୮୨ ମୁମ୍ବାଇ ହକି ବିଶ୍ୱକପ୍‌ ଓ ଏହି ବର୍ଷ ନୂଆ ଦିଲ୍ଲୀରେ ଅନୁଷ୍ଠିତ ଏସିଆନ୍‌ ଗେମ୍ସରରେ ଅଂଶଗ୍ରହଣ କରିବାକୁ ପାକିସ୍ତାନ ଭାରତ ଆସିଥିଲେ । ସେତେବେଳେ ଭାରତର ପ୍ରଧାନମନ୍ତ୍ରୀ ଥିଲେ ଲୌହମାନବୀ ଇନ୍ଧିରା ଗାନ୍ଧି । ମୁମ୍ବାଇ ବିଶ୍ୱକପ ସଂସ୍କରଣରେ ପାକିସ୍ତାନ ବିଶ୍ୱ ବିଜେତା ହୋଇଥିଲା । ସେତେବେଳର ସ୍ମୃତି ମୋ’ ପାଇଁ ଏବେବି ସତେଜ୍‌ ରହିଛି ବୋଲି ମ୍ୟାନେଜର ହାସନ କହିଛନ୍ତି । କଳିଙ୍ଗ ପ୍ରଶଂସକଙ୍କ ଭରପୂର ଭଲପାଇବା ଆମେ ଦେଖିଛୁ । ଜର୍ମାନୀ ବିପକ୍ଷ ମ୍ୟାଚ ବେଳେ ଗ୍ୟାଲେରୀରୁ ଫଜିତେଗା ଭାଇ ଜିତେଗା ପାକିସ୍ତାନ ଜିତେଗା’ ନାରା ଆମ ମନୋବଳକୁ ବଢ଼ାଇଥିଲା । ଏଭଳି ଭଳପାଇବା ସାରା ଜୀବନ ମନେ ରହିବ । ଭାରତ ଓ ପାକିସ୍ତାନ ଫାଇନାଲ ପର୍ଯ୍ୟନ୍ତ ଯାଆ;ୁ ଓ ଏହାକୁ ଦର୍ଶକ ଦେଖିବାର ସୁଯୋଗ ହାସଲ କର;ୁ ବୋଲି ବୋଲି ହାସନ ଆଶାବ୍ୟକ୍ତ କରିଛନ୍ତି ।

Loading...

LEAVE A REPLY

Please enter your comment!
Please enter your name here