ଭୁବନେଶ୍ୱର: ପ୍ରଶଂସକ ଗାଁରେ (ଫ୍ୟାନ୍‌ ଭିଲେଜ୍‌) ହକି ପ୍ରେମୀ ଓ ଖେଳାଳିଙ୍କ ସମନ୍ୱର ଦେଖିବାକୁ ମିଳିଛି । ଗୁରୁବାର ପର୍ଯ୍ୟାୟକ୍ରମେ ପାକିସ୍ତାନ, ମାଲେସିଆ ଓ ନେଦରଲାଣ୍ଡସ୍‌ ଖେଳାଳି ଫ୍ୟାନ୍‌ ଭିଲେଜ୍‌ରେ ଢ଼େର ମନୋରଞ୍ଜନ କରିଛନ୍ତି । ପ୍ରଶଂସକ ଗାଁ ବୁଲିବାର ମାଜା ସାଙ୍ଗକୁ ହକି ପ୍ରେମୀଙ୍କ ସହ ଭାବ ଆଦାନ ପ୍ରଦାନ କରିଛନ୍ତି ଖେଳାଳି । ଗୁରୁବାର ଦ୍ୱିତୀୟଥର ପାଇଁ ପାକିସ୍ତାନ ଦଳ ଫ୍ୟାନ୍‌ ଭିଲେଜ ବୁଲିବାକୁ ଆସିଥିଲା । ସ୍ୱତନ୍ତ୍ର ମଞ୍ଚରେ ଟିମ୍‌ର ସବୁ ଖେଳାଳି ଏକତ୍ରିତ ହେବାପରେ ଆରମ୍ଭ ହୋଇଥିଲା ବିଭିନ୍ନ ମନୋରଞ୍ଜନ ଭରା କାର୍ଯ୍ୟକ୍ରମ । ଆଙ୍କର ଟିମ୍‌ର ସବୁ ଖେଳାଳିଙ୍କୁ ପର୍ଯ୍ୟାୟକ୍ରମେ କଉତୁକିଆ ପ୍ରଶ୍ନ କରିଥିଲେ । ଏହାପରେ ହସଗୀତର ଆସର ଜମିଥିଲା । ପରେ ଦୁଇ ଖେଳାଳି ଫ୍ୟାନ୍‌ ଟେଷ୍ଟର ସମ୍ମୁଖୀନ ହୋଇଥିଲେ । ମାଲେସିଆ ଓ ନେଦରଲାଣ୍ଡସ୍‌ ଖେଳାଳି ମଧ୍ୟ ଦର୍ଶକଙ୍କ ସହ କିଛି ସମୟ ବିତାଇ ଢ଼େର ମନୋରଞ୍ଜନ କରିଥିଲେ ।

Loading...

LEAVE A REPLY

Please enter your comment!
Please enter your name here