ଭୁବନେଶ୍ୱର: ବଢୁଛି ଚତୁର୍ଦଶ ହକି ବିଶ୍ୱକପର ଫିଭର । ଏହାକୁ ଆହୁରି ସରସ ସୁନ୍ଦର କରିବା ପାଇଁ କଳିଙ୍ଗ ଷ୍ଟାଡିୟମରେ ଖୋଲାଯାଇଛି ଫ୍ୟାନ୍‌ ଭିଲେଜ୍‌ । ଏଇଠି ଦର୍ଶକଙ୍କ ଭରପୂର ମନୋରଞ୍ଜନ କରିବାର ବ୍ୟବସ୍ଥା ହୋଇଛି । ଉଦଘାଟନୀ ଦିନଠୁ ଫ୍ୟାନ୍‌ ଭିଲେଜରେ ଦର୍ଶକଙ୍କ ଗହଳି ଲାଗି ରହିଛି । ହେଲେ ବିଶ୍ୱକପରେ ଅଂଶଗ୍ରହଣ କରିଥିବା ଦଳ ଗୁଡିକର ଖେଳାଳିମାନଙ୍କ ସହ ଭାବ ଆଦାନ ପ୍ରଦାନ କରିବାର ସୁଯୋଗ ଏପର୍ଯ୍ୟନ୍ତ ମିଳିପାରିନାହିଁ । ଖୁବଶୀଘ୍ର ଦର୍ଶକଙ୍କ ଅଭିଳାଷ ପୂରଣ ହେବାକୁ ଯାଉଛି । ଡିସେମ୍ବର ୪ ତାରିଖ ଅର୍ଥାତ୍‌ ମଙ୍ଗଳବାରଠୁ ପର୍ଯ୍ୟାୟକ୍ରମେ ଆମନ୍ତ୍ରିତ ଦଳ ଗୁଡିକ ଫ୍ୟାନ ଭିଲେଜକୁ ଆସିବା ଆରମ୍ଭ କରିବେ । ଏହି ଅବସରରେ ଖେଳାଳିମାନଙ୍କ ସହ ବ୍ୟକ୍ତିଗତ ଭାବେ ଭେଟିବା, କଥା ହେବା, ପ୍ରଶ୍ନୋତ୍ତର କାର୍ଯ୍ୟକ୍ରମ, ଫ୍ୟାନଙ୍କ ଅନୁରୋଧରେ ଖେଳାଳି ଗୀତ ଗାଇବେ, ହକି ସମ୍ପର୍କିତ ଟି« ଦେବେ ଖେଳାଳି, ସେମାନଙ୍କ ଅଭିଜ୍ଞତା ବାଣ୍ଟିବେ । ପସନ୍ଦର ଖେଳାଳିଙ୍କ ସହ ସେଲଫି ନେବାର ଭରପୂର ସୁଯୋଗ ମିଳିବ ।
ମଙ୍ଗଳବାର ବେଲଜିୟମ ଓ ଦ.ଆଫ୍ରିକା ଖେଳାଳି ଫ୍ୟାନ୍‌ ଭିଲେଜକୁ ଆସିବାର କାର୍ଯ୍ୟକ୍ରମ ରହିଛି । ଭାରତୀୟ ଖେଳାଳି ମଧ୍ୟ ସେମାନଙ୍କ ଫ୍ୟାନ୍‌ ନିରାଶ କରିବେ ନାହିଁ । ବେଲଜିୟମ ଓ ଦ.ଆଫ୍ରିକା ଖେଳାଳିଙ୍କ ଗସ୍ତ ପରେ ଭାରତୀୟ ଆସିବେ । ପୁଲ ଡି’ ଦଳ ମାଲେସିଆ, ନେଦରଲାଣ୍ଡସ୍‌ ଏବଂ ଜର୍ମାନୀ ଡିସେମ୍ବର ୬ରେ ଫ୍ୟାନ୍‌ ପାର୍କ ଆସିବେ । ସେହିଭଳି ୭ ତାରିଖରେ ଫ୍ରାନ୍ସ, ନୁ୍ୟଜିଳାଣ୍ଡ, ଆର୍ଜେଣ୍ଟିନା ଓ ସ୍ପେନ୍‌ ଖେଳାଳିଙ୍କୁ ଫ୍ୟାନ୍‌ ପାର୍କରେ ଦେଖିବାକୁ ମିଳିବ । ୮ ତାରିଖରେ ଚୀନ, ଇଂଲଣ୍ଡ, ଆୟରଲାଣ୍ଡ ଓ ଡିଫେଣ୍ଡିଂ ଚାମ୍ପିଅନ ଅଷ୍ଟ୍ରେଲିଆ ପ୍ରଶଂସକଙ୍କ ଗାଁ(ଫ୍ୟାନ୍‌ ଭିଲେଜ୍‌) ବୁଲିବାକୁ ଆସି ଭାବ ବିନିମୟ କରିବେ ।
ହକି ଇଣ୍ଡିଆ ସିଇଓ ଏଲିନା ନର୍ମାନ କହିଛନ୍ତି, ଓଡ଼ିଶା ହକି ବିଶ୍ୱକପକୁ ସଫଳତା କରିବା ସହ, ସମସ୍ତ ଦଳର ଖେଳାଳି ତଥା ପ୍ରଶଂସକଙ୍କ ପାଇଁ ଚଳିତ ବିଶ୍ୱକପକୁ ସ୍ମରଣୀୟ କରିବା ଆମର ଲକ୍ଷ୍ୟ । ପଡିଆ ଭିତରେ ଖେଳାଳିଙ୍କ ଟେନସନକୁ ପ୍ରଶଂସକ ଗାଁ ଚାପ ମୁକ୍ତ କରିବାର ବଡ ଭୂମିକା ଗ୍ରହଣ କରିବ ।
କଳିଙ୍ଗ ଷ୍ଟାଡିୟମର ୧୮ହଜାର ସ୍କୋୟାରମିଟର ଅଞ୍ଚଳରେ ପ୍ରଶଂସକ ଗାଁ ପ୍ରସ୍ତୁତ ହୋଇଛି । ଏଥିରେ ପ୍ରଶଂସକ ୩୬୦ ଡିଗ୍ରୀ ଫଟୋ ନେଇପାରିବେ । କଳିଙ୍ଗ ଷ୍ଟାଡିୟମର ଗେଟ୍‌ ନମ୍ବର ୩ ଓ ୪ ନିକଟ ଦୁଇଟି ପଡିଆରେ ଫ୍ୟାନ୍‌ ଭିଲେଜ୍‌ ହୋଇଛି । ପ୍ରତ୍ୟେକ ଦିନ ଅପରାହ@ ୧ଟା ବେଳେ ପ୍ରଶଂସକ ଗାଁ ଖୋଲୁଛି । ଏଥିରେ ଭିନ୍ନ ଭିନ୍ନ ସ୍ୱାଦିଷ୍ଟ ଖାଦ୍ୟ ଷ୍ଟଲ ଖୋଲାଯାଇଛି । ଏଗୁଡିକରେ ସ୍ଥାନୀୟ ଓ ବିଦେଶୀ ଖାଦ୍ୟର ପସରା ଖୋଲିଛି । କୁନି ପିଲାଙ୍କ ପାଇଁ ସାଇକେଲ ଚାଳନା, ଭିଡିଓ ଗେମ୍‌, ତିନି ଏ ସାଇଡ୍‌ ହକି ପାଇଁ ଟର୍ଫ ବିଛା ଯାଇଛି । ଭାରତୀୟ ପୋଷ୍ଟାଲ ଷ୍ଟାମ୍ପ୍‌ ଷ୍ଟଲରେ ହକି ବିଶ୍ୱକପ ସମ୍ପର୍କିତ ନୂତନ ଷ୍ଟାମ୍ପ ଉପଲବ୍ଧ ହେଉଛି । ଏସବୁକୁ ଦେଖିବାର ସୁଯୋଗ ପାଉଛନ୍ତି ଦର୍ଶକ ।
ରାଜ୍ୟ କ୍ରୀଡା ଓ ଯୁବସେବା ବିଭାଗ ସଚିବ ବିଶାଲ ଦେବ କହିଛନ୍ତି, ପ୍ରଶଂସକ ଗାଁ ସଭିଙ୍କୁ ଭିନ୍ନ ରୁଚି ଦେବ । ଏହା ସବୁ ଦର୍ଶକଙ୍କୁ କେବଳ ବିଶ୍ୱକପ ଦେଖିବାର ମଜା ନୁହେଁ ବରଂ ଏହାକୁ କ୍ରୀଡା କାର୍ନିଭାଲର ଅନୁଭବ ପ୍ରଦାନ କରିବ । କେବଳ ଟିକେଟ୍‌ କିଣିଥିବା ଦର୍ଶକ ହିଁ ଫ୍ୟାନ୍‌ ଭିଲେଜକୁ ପ୍ରବେଶ କରିବାର ସୁଯୋଗ ପାଉଛନ୍ତି ।

Loading...

LEAVE A REPLY

Please enter your comment!
Please enter your name here