ଭୁବନେଶ୍ୱର: ହକି ବିଶ୍ୱକପ୍‌ ପୁଲ୍‌ ଏ’ର ଦ୍ୱିତୀୟ ମ୍ୟାଚ୍‌ରେ ବ୍ଲାକ୍‌ କ୍ୟାପ୍‌ ନୁ୍ୟଜିଲାଣ୍ଡ ୨-୧ ଗୋଲ୍‌ରେ ଫ୍ରାନ୍ସକୁ ପରାସ୍ତ କରିଛି । ରସେଲ୍‌, ଜେନିସ୍‌ ନୁ୍ୟଜିଲାଣ୍ଡ ପକ୍ଷରୁ ଏବଂ ଭିକଫର ଚାର୍ଲେଟ୍‌ ଫ୍ରାନ୍ସ ପକ୍ଷରୁ ଗୋଲ୍‌ ସ୍କୋର କରିଥିଲେ ।
ଆର୍ଜେଣ୍ଟିନା-ସ୍ପେନ୍‌ ମ୍ୟାଚ୍‌ ତୁଳନାରେ ନୁ୍ୟଜିଲାଣ୍ଡ-ଫ୍ରାନ୍ସ ମ୍ୟାଚ୍‌ ଧିମା ଥିଲା । ପ୍ରଥମ କ୍ୱାର୍ଟର ଗୋଲ୍‌ଶୂନ୍ୟ ରହିଥିଲା । ହେଲେ ଦ୍ୱିତୀୟ କ୍ୱାର୍ଟର ଆରମ୍ଭ ହେବା କ୍ଷଣୀ ନୁ୍ୟଜିଲାଣ୍ଡ ଦମ୍‌ ଦେଖାଇଥିଲା । ମ୍ୟାଚ୍‌ର ୧୬ତମ ମିନିଟ୍‌ରେ କେନ୍‌ ରସେଲ ଫିଲï ଗୋଲ୍‌ କରି ଫ୍ରାନ୍ସ ଖେଳାଳିଙ୍କୁ ଚକିତ କରିଥିଲେ । ଏହାପରେ ତୃତୀୟ କ୍ୱାର୍ଟର ଗୋଲ୍‌ଶୂନ୍ୟ ରହିଥିଲା । ଚତୁର୍ଥ କ୍ୱାର୍ଟରର ଶେଷ ୫ ମିନିଟ୍‌ ତୀବ୍ର ସଂଘର୍ଷ ଦେଖିବାକୁ ମିଳିଥିଲା । ୫୬ତମ ମିନିଟ୍‌ରେ କୁ୍ୟଇ (ନୁ୍ୟଜିଲାଣ୍ଡ)ର ଜେନିସ୍‌ ଷ୍ଟିଫେନ୍‌ ଗୋଲ୍‌ସ୍କୋର କରି ବିଜୟ ନିଶ୍ଚିତ କରିଥିଲେ । ତେବେ ୫୯ତମ ମିନିଟ୍‌ରେ ଫ୍ରାନ୍ସର ଚାର୍ଲଟ୍‌ ଭିକଫର ଗୋଲ୍‌ କରିବାରୁ ପରାଜୟ ବ୍ୟବଧାନ କମିଥିଲା । ପୂର୍ବରୁ ଫ୍ରାନ୍ସ ଓ ନୁ୍ୟଜିଲାଣ୍ଡ ମଧ୍ୟରେ ଖେଳାଯାଇଥିବା ୩ଟି ମ୍ୟାଚ୍‌ରେ ବ୍ଲାକ୍‌ କ୍ୟାପ୍‌ ଦୁଇଟିରେ ବିଜୟୀ ଓ ଗୋଟିଏ ମ୍ୟାଚ୍‌ ଡ୍ର’ ରହିଥିଲା । ଏହି ଧାରାକୁ ପୁଣି ବଜାୟ ରଖିବାକୁ ସମର୍ଥ ହୋଇଛି ନୁ୍ୟଜିଲାଣ୍ଡ । ପୂର୍ଣ୍ଣସଂଖ୍ୟକ ପଏଣ୍ଟ ସହ ନୁ୍ୟଜିଲାଣ୍ଡ ପୁଲ୍‌ ଏ’ର ଦ୍ୱିତୀୟ ସ୍ଥାନରେ ରହିଛି ।

Loading...

LEAVE A REPLY

Please enter your comment!
Please enter your name here