ଭୁବନେଶ୍ୱର: ହକି ବିଶ୍ୱକପ୍‌କୁ ଦୃଷ୍ଟିରେ ରଖି ରାଜଧାନୀରେ ଫୁଡ ଫେଷ୍ଟିଭାଲର ଆୟୋଜନ ହେବ । ଏଥିରେ ଭିନ୍ନ ଭିନ୍ନ ହୋଟେଲ ରେସ୍ତୋରାଣ୍ଟ ଓ ଇନ୍‌ଷ୍ଟିଚୁ୍ୟଟ୍‌ ପକ୍ଷରୁ ସ୍ୱାଦିଷ୍ଟ ବ୍ୟଞ୍ଜନ ପରଷା ଯିବ । ଏନେଇ ଫୁଡ ଫେଷ୍ଟିଭାଲରେ ଅଂଶଗ୍ରହଣ କରିବାକୁ ଥିବା ହୋଟେଲ ଗୁଡିକ କିଭଳି ବ୍ୟଞ୍ଜନ ପରଷିବେ ସେ ସମ୍ପର୍କରେ ସ୍ପଷ୍ଟ କରାଯାଇଛି । ରାଜଧାନୀରେ ହକି ବିଶ୍ୱକପ୍‌ର ମଜା ସାଙ୍ଗକୁ ସ୍ୱାଦିଷ୍ଟ ବ୍ୟଞ୍ଜନ ଖାଇବାର ସୌଭାଗ୍ୟ ଏକା ସାଙ୍ଗରେ ମିଳିବ । ହୋଟେଲ ସ୍ୱସ୍ତି ପକ୍ଷରୁ ଅଣ୍ଡା ଚପ, ଚୁଙ୍ଗୁଡି ଚପ୍‌ ଓ କିମା ଚପ୍‌ ପରିବେଷଣ କରାଯିବ । ହୋଟେଲ ମେ ଫୟାର ସିଙ୍ଗଡା ଓ ବ୍ରେଡ ଚପ୍‌, ହୋଟେଲ ନୁ୍ୟ ମ୍ୟାରିଅନ୍‌ ପକୋଡି, ବାଇଗଣି ଓ ପୋକୋଡା, ଇନ୍‌ଷ୍ଟିଚୁ୍ୟଟ୍‌ ଅଫ୍‌ ହୋଟେଲ ମ୍ୟାନେଜମେଣ୍ଟ ପକ୍ଷରୁ ଗୁଲୁଗୁଲା, ଦି ରାଞ୍ଚ ପକ୍ଷରୁ ମଟନ ଚପ୍‌ ଓ ଚିକେନ୍‌ ପକୋଡା, ଭୁକନ୍‌ ପକ୍ଷରୁ ମୁଢ଼ି ମାଂସ ଓ ଝାଳ ମୁଢ଼ି, ପିପୁଲ ହୋଟେଲ ଓ ରେସର୍ଟ ପଦ୍ମଜା ପ୍ରିମିୟମ୍‌ (ମୁମ୍ବାଇ) ପକ୍ଷରୁ ଦହିବରା, କାଞ୍ଜିବରା ଓ ଆଳୁଦମ, କ୍ରାଉନ୍‌ ହୋଟେଲ ପକ୍ଷରୁ ଠୁଙ୍କାପୁରୀ ଓ ଛେନା ତରକାରୀ, ହୋଟେଲ ଟ୍ରାଇଡେଣ୍ଟ ପକ୍ଷରୁ ରୋଲ୍ସ, ମିଚେଲ ସ୍କିଚେନ୍‌ ପକ୍ଷରୁ ଚୁଡା କଦମ୍ବା, ମାଲପୁଆ, ଡାଲମା, ଚିତା ପକୋଡି । ଆଙ୍କଲ ପକ୍ଷରୁ ଚାଟ୍‌, କଚୋଡି ଚାଟ୍‌, ହୋଟେଲ ସୂର୍ଯ୍ୟାଂଶ ପକ୍ଷରୁ ଚିତାଉପିଠା ଓ ଛୁଞ୍ଚିପତ୍ର ଡାଲମା ପରିବେଷଣ କରାଯିବ । ସେହିଭଳି ମୁଡୁ ବ୍ଲì୍ୟ ପକ୍ଷରୁ ମଟନ ଚପ୍‌, କଙ୍କଡା ଚପ୍‌, ହୋଟେଲ ଶୀତଲ ପକ୍ଷରୁ ମୁଗ ବରା ଓ ରସବରା, ହୋଟେଲ ଏମ୍‌ପାୟାର୍ସ ପକ୍ଷରୁ ସିଙ୍ଗଡା, ବାଇଗଣି, ଦହିବରା ଓ ଆଳୁଦମ୍‌ । ଭିର୍ଡ୍ସ ହୋଟେଲ ପକ୍ଷରୁ ତେଲେଙ୍ଗାନା ଢ଼ାଞ୍ଚାରେ ଭେଜ୍‌ ଚପ ଓ କିମା ଚପ । ଓଟିଡିସି ଓଡ଼ିଶା ପକ୍ଷରୁ ପିଠା, ଚାଉଳ ବରା, ଆଳୁଚପ୍‌, ଘୁଗୁନି, କାକରା, ଦହିବରା, ମଣ୍ଡାପିଠା, ଆରିସା ପିଠା, କ୍ଷୀର କଜା, ଛେନା ପୋଡ ଓ ଛେନା ଝିଲ୍ଲି ଓ ରସଗଲା, ଡାଲମା ପକ୍ଷରୁ ଓଡ଼ିଆଙ୍କ ଖାଦ୍ୟ, ଦି ସାଡେ ପକ୍ଷରୁ ଥଣ୍ଡାପାନୀୟ, ପ୍ରମୋଦ ହୋଟେଲ ଓ ରିସର୍ଟ ପକ୍ଷରୁ ଦହିବରା, ଠୁଙ୍କାପୁରୀ ଓ ଛେନା ତରକାରି, ସ୍ୟାଣ୍ଡିଟାୱାର ପକ୍ଷରୁ ରୋଲ୍ସ ତଥା ଓଡ଼ିଆ ଘର ଖାଇବା, ଆଇଟିଆର୍‌, ବୋକାକେଫ୍‌ ପକ୍ଷରୁ ସ୍ଥାନୀୟ ଖାଦ୍ୟ ପରିବେଷଣ କରାଯିବ । ସେହିଭଳି କୋକାକୋଲା ମୃଦୁପାନୀୟ ସହ ପାନୀୟ ଜଳ ଯୋଗାଇବ ।

Loading...

LEAVE A REPLY

Please enter your comment!
Please enter your name here