ଆବୁଧାବି: ତୀବ୍ର ସଂଘର୍ଷପୂର୍ଣ୍ଣ ପ୍ରଥମ ଟେଷ୍ଟରେ ନୁ୍ୟଜିଲାଣ୍ଡ ୪ରନ୍‌ରେ ପାକିସ୍ତାନକୁ ହରାଇଛି । ନିରପେକ୍ଷ ଭେନୁ୍ୟ ୟୁଏଇ ଷ୍ଟାଡିୟମ୍‌ରେ ଅନୁଷ୍ଠିତ ପ୍ରଥମ ଟେଷ୍ଟରେ ନୁ୍ୟଜିଲାଣ୍ଡ ଦୁଇଟି ଇନିଂସ୍‌ରେ ୧୫୩ ଓ ୨୪୯ ରନ୍‌ କରିଥିଲ । ଜବାବରେ ପାକିସ୍ତାନ ୨୨୭ ଓ ୧୭୧ ରନ୍‌ କରି ଅଲ୍‌ଆଉଟ୍‌ ହୋଇଛି । ନୁ୍ୟଜିଲାଣ୍ଡ ପକ୍ଷରୁ ଧାର୍ଯ୍ୟ ୧୭୬ ରନ୍‌ର ବିଜୟଲକ୍ଷ୍ୟକୁ ପିଛା କରି ପାକିସ୍ତାନ ୫୮.୪ ଓଭର୍‌ରେ ୧୭୧ ରନ୍‌ରେ ସୀମିତ ରହିଥିଲ । ଆଝାର୍‌ ଅଲ୍ଲୀଙ୍କ ଲଢ଼ୁଆ ୬୫ ରନ୍‌ ବ୍ୟତୀତ ଅନ୍ୟମାନେ ଆତ୍ମ ବିଶ୍ୱାସଭରା ପ୍ରଦର୍ଶନ ଦେଖାଇ ପାରି ନଥିଲେ । ଏଜାଜ୍‌ ପଟେଲ୍‌ ୫ଟି, ଇସ୍‌ ସୋଧୀ ଓ ନେଲ୍‌ ୱାଗ୍‌ନର୍‌ ଦୁଇଟି ଲେଖାଏଁ ୱିକେଟ୍‌ ଅକ୍ତିଆର କରି ପାକିସ୍ତାନ ଦ୍ୱିତୀୟ ଇନିଂସ ଜବନୀକା ଟାଣିଥିଲେ । ଜମାଣିଆ ବିଜୟ ସହ ୩ମ୍ୟାଚ୍‌ ବିଶିଷ୍ଟ ସିରିଜ୍‌ରେ ନୁ୍ୟଜିଲାଣ୍ଡ ୧-୦ରେ ଅଗ୍ରଣୀ ହାସଲ କରିଛି । ଦଳ ବିଜୟରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିବା ବାମହାତି ସ୍ପିନର୍‌ ଏଜାଜ୍‌ ପଟେଲ୍‌ଙ୍କୁ ପ୍ଲେୟାର୍‌ ଅଫ୍‌ ଦି ମ୍ୟାଚ୍‌ ବିବେଚନା କରାଯାଇଥିଲା ।

Loading...

LEAVE A REPLY

Please enter your comment!
Please enter your name here