ନୂଆଦିଲ୍ଲୀ: ତେଲେଙ୍ଗାନା ବିଧାନସଭା ନିର୍ବାଚନ ପାଇଁ ପ୍ରଚାର ଅଭିଯାନ ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ରାଜ୍ୟର ଭୁପଲପଲ୍ଲୀରେ ନିର୍ବାଚନ ରାଲିରେ ପ୍ରଚାର ବେଳେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି, ପ୍ରଧାନମନ୍ତ୍ରୀ ମୋଦିଙ୍କ ଉପରେ ଗୁରୁବାର ଦିନ ଅଭିଯୋଗ ଆଣିଛନ୍ତି କହିଛନ୍ତି କି, ସେ ନିଜର ସବୁ ପ୍ରତିଶୃତି ଭାଙ୍ଗିଦେଇଛନ୍ତି ଛ କୃଷକଙ୍କ ଋଣ ଛାଡ କରିବା ଉପରେ ରାହୁଲ ଗାନ୍ଧି କହିଛନ୍ତି ଯେ, ‘ଯଦି ପ୍ରଧାନମନ୍ତ୍ରୀ ଦେଶର ୧୫ ଜଣ ସବୁଠାରୁ ଅଧିକ ଧନୀ ବ୍ୟକ୍ତିଙ୍କୁ ତିନି ଲକ୍ଷ ୫୦ ହଜାର କୋଟି ଟଙ୍କା ଛାଡ କରିପାରୁଛନ୍ତି , ତେବେ ଦେଶର କୃଷକଙ୍କ ଋଣ ଛାଡ କରିବା ପାଇଁ ପ୍ରସ୍ତୁତ ରହିବା ଦରକାର । ଋାହୁଲ କହିଛନ୍ତି ଯେ, ‘ଆମେ କୃଷକଙ୍କ ପାଇଁ ମାଗଣା ଉପହାର ଦାବି କରୁନାହୁଁ । ଆମେ କେବଳ ଏତିକି କହୁଛୁ ,ସମସ୍ତଙ୍କ ଉପରେ ସମାନ ଦୃଷ୍ଟି ରଖ;ୁ । ଯଦି ଦେଶର ସବୁଠାରୁ ଧନୀ ଲୋକଙ୍କ ଋଣ ଛାଡ କରାଯାଉଛି , ତେବେ କୃଷକଙ୍କ ସହିତ ମଧ୍ୟ ଏପରି କରିବା ଦରକାର । ଋାହୁଲ ଗାନ୍ଧି ଡିସେମ୍ବର ୭ ରେ ହେବାକୁ ଥିବା ନିର୍ବାଚନ ପାଇଁ ତେଲେଙ୍ଗାନା ଆସିଥିବା ବେଳେ ଏକ ପ୍ରଚାରସଭାରେ ମୋଦିଙ୍କ ଉପରେ ଅଭିଯୋଗ ଆଣିଛନ୍ତି ଯେ, ମୋଦି ନିଜର ପ୍ରତିଶ୍ରୁତି ରକ୍ଷା କରିନାହାଁନ୍ତି ।

Loading...

LEAVE A REPLY

Please enter your comment!
Please enter your name here