ଭୁବନେଶ୍ୱର : ପୋଲାଭରମ ପ୍ରସଙ୍ଗରେ ସୁପ୍ରିମକୋର୍ଟ ଓଡିଶା ଓ ଛତିଶଗଡରେ ଜନଶୁଣାଣୀ ପାଇଁ ଦେଇଥିବା ଆଦେଶ ସ୍ୱାଗତଯୋଗ୍ୟ । ଓଡିଶା ସରକାର ରାଜନୀତିର ଉର୍ଦ୍ଧକୁ ଉଠି ସେହି ଜନଶୁଣାଣିରେ ସହଯୋଗ କରିବା ସହ ନିଜେ ରାଜ୍ୟସରକାର ଏହି ଜନଶୁଣାଣୀକୁ କରାଇବାରେ ଆଗେଇ ଆସନ୍ତୁ ବୋଲି ବିଜେପି ବିଧାୟକ ଦଳର ନେତା ଶ୍ରୀ କନକ ବର୍ଦ୍ଧନ ସିଂହଦେଓ କହିଛନ୍ତିା
ଶ୍ରୀ ସିଂହଦେଓ ଏକ ପ୍ରେସ ବିବୃତିରେ କହିଛନ୍ତି ଯେ, ସୁପ୍ରିମକୋର୍ଟ ପୋଲାଭରମ ପ୍ରକଳ୍ପ ଉପରେ ଦେଇଥିବା ଆଦେଶରେ କହିଛନ୍ତି କି ସମସ୍ତ ରାଜ୍ୟ ମିଶି ଆଲୋଚନା ମାଧ୍ୟମରେ ଏହାର ସମାଧାନ କରନ୍ତୁ । ପୁର୍ବରୁ ଆନ୍ଧ୍ରପ୍ରଦେଶ ସରକାର ଓଡିଶାସରକାରଙ୍କୁ ବାରମ୍ବାର ଆଲୋଚନା ପାଇଁ ଅନୁରୋଧ କଲେ ହେଲେ ଓଡିଶା ସରକାର ସେଥିରେ ସହଯୋଗ କଲେ ନାହିଁ । ଏପରିକି କେଉଁ କେଉଁ ଗାଁ ସବୁ ପ୍ରଭାବିତ ହେବ ତାହାର ତାଲିକା ମଧ୍ୟ ପ୍ରକାଶ କରୁନାହାନ୍ତି । ସୁପ୍ରିମକୋର୍ଟ ଆନ୍ଧ୍ରସରକାରଙ୍କୁ ଏହି ପ୍ରକଳ୍ପର ନିର୍ମାଣ ବନ୍ଦ ହେବା ନେଇ କୌଣସି ନିର୍ଦ୍ଦେଶନାମା ଦେଇନାହାନ୍ତି । ନିଜେ ମୁଖ୍ୟମନ୍ତ୍ରୀ ଜାଣନ୍ତି ଯେ, ଏହି ପ୍ରକଳ୍ପ ଏକ ଜାତୀୟ ପ୍ରକଳ୍ପ ଯାହାକୁ କେନ୍ଦ୍ର ସରକାର ଚାହିଁଲେବି ବନ୍ଦ କରିପାରିବେନି । ତାହା ଜାଣି ମଧ୍ୟ ମୁଖ୍ୟମନ୍ତ୍ରୀ ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖି କେବଳ ଏକ କେନ୍ଦ୍ର ବିରୋଧୀ ଓ କେନ୍ଦ୍ରୀୟ ଅବହେଳାର ମାହୋଲ ତିଆରି କରି ଓଡିଶା ଲୋକଙ୍କୁ ଭୁତାଇବାର ଚେଷ୍ଟା କରିଆସିଛନ୍ତି । ତାଙ୍କର ଏହି ଅପଚେଷ୍ଟାର ଆଜି ଖୁଲାସା ହୋଇଛି ।
ରାଜ୍ୟସରକାର ଆଦୌ ବିଳମ୍ବ ନକରି ଜନଶୁଣାଣୀ ପ୍ରକିୟା ଆରମ୍ଭ କରନ୍ତୁ ଏବଂ ଅଯଥା ରାଜନୀତିରୁ କ୍ଷାନ୍ତ ହୁଅନ୍ତୁ ବୋଲି ଶ୍ରୀ ସିଂହଦେଓ କହିଛନ୍ତି ।

Loading...

LEAVE A REPLY

Please enter your comment!
Please enter your name here