ଭୁବନେଶ୍ୱର : ଉକିଳ ବିଶ୍ୱବିଦ୍ୟାଳୟ କ୍ରୀଡା ପରିଷଦ ଆନୁକୂଲ୍ୟରେ ଆୟୋଜିତ ପୂର୍ବାଞ୍ଚଳ ଆନ୍ତଃ ବିଶ୍ୱବିଦ୍ୟାଳୟ ମହିଳା ଖୋ ଖୋ ପ୍ରତିଯୋଗିତାରେ ଶନିବାର ଉକିଳ, କିଟ, କଲ୍ୟାଣୀ ଓ ବର୍ଦ୍ଧମାନ ନିଜ ନିଜ ଗ୍ରୁପ୍‌ରେ ଚାମ୍ପିଅନ୍‌ ହୋଇ ସର୍ବଭାରତୀୟ ଯୋଗ୍ୟତା ଅର୍ଜନ କରିଛନ୍ତି । ଗ୍ରୁପ୍‌ ଫାଇନାଲ ଗୁଡିକରେ ବର୍ଦ୍ଧମାନ ବିଶ୍ୱବିଦ୍ୟାଳୟ ୬ ପଏଣ୍ଟ ଓ ଗୋଟିଏ ପାଳି ବ୍ୟବଧାନରେ ଡିଡିୱି ବିଶ୍ୱବିଦ୍ୟାଳୟକୁ, କିଟ୍‌ ୩ ପଏଣ୍ଟ ଓ ଗୋଟିଏ ପାଳିରେ ନର୍ଥ ବେଙ୍ଗଲ ବିଶ୍ୱବିଦ୍ୟାଳୟକୁ ହରାଇଛି । ସେହିଭଳି ଉକିଳ ୧୩ ପଏଣ୍ଟ ଓ ଗୋଟିଏ ପାଳିରେ ବିଦ୍ୟାସାଗର ବିଦ୍ୟାଳୟକୁ ଏବଂ କଲ୍ୟାଣୀ ୧ ପଏଣ୍ଟରେ ଭିବିଏସ୍‌ ବିଶ୍ୱବିଦ୍ୟାଳୟକୁ ହରାଇଥିଲା ।
ଅପରାହ@ରେ ସର୍ବଭାରତୀୟସ୍ତରୀୟ ପ୍ରତିଯୋଗିତା ପାଇଁ ଯୋଗ୍ୟତା ଅର୍ଜନ କରାଯାଇଥିବା ୪ଟି ମ୍ୟାଚ୍‌ ମଧ୍ୟରୁ ଲିଗ୍‌ ମ୍ୟାଚ୍‌ ଖେଳାଯାଇଥିଲା । ଏଥିରେ ଉକିଳ ୧୬-୬, ୧୦ ପଏଣ୍ଟ ବ୍ୟବଧାନରେ କିଟ୍‌ ବିଶ୍ୱବିଦ୍ୟାଳୟକୁ ଏବଂ କଲ୍ୟାଣୀ ୬ ପଏଣ୍ଟ ଓ ଗୋଟିଏ ପାଳିରେ ବର୍ଦ୍ଧମାନ ବିଶ୍ୱବିଦ୍ୟାଳୟକୁ ହରାଇଥିଲା । ରବିବାର ଅନ୍ୟ ଦୁଇଟି ଲିଗ୍‌ ପର୍ଯ୍ୟାୟ ମ୍ୟାଚ୍‌ ଖେଳାଯିବା ସହ ପୁରସ୍କାର ବିତରଣ କରାଯିବ ବୋଲି କ୍ରୀଡା ପରିଷଦ ନିର୍ଦ୍ଦେଶକ କବୀର ମୋହନ ସେଠୀ ସୂଚନା ଦେଇଛନ୍ତି ।

Loading...

LEAVE A REPLY

Please enter your comment!
Please enter your name here