ଭୁବନେଶ୍ୱର : ଚତୁର୍ଦଶ ହକି ବିଶ୍ୱକପ୍‌ର ଡେବୁ୍ୟଟାଣ୍ଟ ଦଳ ଚୀନ୍‌ର ଉଚ୍ଚକୋଟୀର ପ୍ରଦର୍ଶନ ଜାରି ରହିଛି । ବିଶ୍ୱର ୧୭ ନମ୍ବର ର୍ୟାଙ୍କରେ ଥିବା ସତ୍ତେ୍ୱ ଚୀନ ଲିଗ୍‌ ପର୍ଯ୍ୟାୟରେ ଅବିଶ୍ୱାସନୀୟ ପ୍ରଦର୍ଶନ ଦେଖାଇଛି । ଇଂଲଣ୍ଡ ସହ ୨-୨ ଗୋଲରେ ଡ୍ର’ ରଖି ଅଭିଯାନ ଆରମ୍ଭ କରିଥିବା ଚୀନ ମଙ୍ଗଳବାର ଦ୍ୱିତୀୟ ମ୍ୟାଚ୍‌ ମଧ୍ୟ ଆୟରଲାଣ୍ଡ ସହ ଅମିମାଂସିତ ରଖିଛି । ଏହି ମ୍ୟାଚ୍‌ ୧-୧ ଗୋଲରେ ଡ୍ର’ ରହିଛି । ଫଳରେ ଚୀନ ଦୁଇ ମ୍ୟାଚ୍‌ରୁ ୨ ପଏଣ୍ଟ ସହ ଟେବୁଲର ଦ୍ୱିତୀୟ ସ୍ଥାନରେ ରହିଥିବା ବେଳେ ଆୟରଲାଣ୍ଡ ଏକ ପଏଣ୍ଟ ସହ ତୃତୀୟରେ ରହିଛି ।
ଚୀନ ଖେଳାଳିଙ୍କ ପାରଙ୍ଗମତା ମ୍ୟାଚ୍‌ ଆରମ୍ଭରୁ ସ୍ପଷ୍ଟ ଝଲସୁ ଥିଲା । ଉଚ୍ଚତା କମ୍‌ ହେଲେ ବି ଦକ୍ଷତା ଓ ଟେକ୍‌ନିକ୍‌ରେ ଏମାନେ ଆୟରଲାଣ୍ଡ ଖେଳାଳିଙ୍କ ଠୁ ଦୁଇ ପାଦ ଆଗରେ ଥିଲେ । ମ୍ୟାଚ୍‌ର ପ୍ରଥମାର୍ଦ୍ଧରେ ଆୟରଲାଣ୍ଡ ଓ ଚୀନକୁ ସମପରିମାଣର ପେନାଲଫି କର୍ଣ୍ଣର ମିଳିଥିଲା । ହେଲେ ଗୋଲ୍‌ ସ୍କୋର ନହେବାରୁ ପ୍ରଥମାର୍ଦ୍ଧ ସମାନ ସ୍ଥିତିରେ ଶେଷ ହୋଇଥିଲା । ମ୍ୟାଚର ତୃତୀୟ କ୍ୱାର୍ଟରରେ ଉଭୟ ଦଳ ଗୋଟିଏ ଲେଖାଏଁ ଗୋଲ୍‌ କରିଥିଲେ । ଚୀନକୁ ପ୍ରଥମ ଗୋଲ୍‌ ସୁଯୋଗ ମିଳିଥିଲା । ମ୍ୟାଚ୍‌ର ୪୩ତମ ମିନିଟ୍‌ରେ ପେନାଲଫି କର୍ଣ୍ଣରକୁ ଗୋଲ୍‌ରେ ପରିଣତ କରିଥିଲେ ଗୁଓ ଜିନ୍‌ । ହେଲେ ଚୀନ ଖେଳାଳିଙ୍କ ଖୁସି ବେଶି ସମୟ ରହିନଥିଲା । ୪୪ତମ ମିନିଟ୍‌ରେ ଆୟରଲାଣ୍ଡର ଆଲାନ୍‌ ସଦରନ୍‌ ଫିଲï ଗୋଲ୍‌ କରି ମ୍ୟାଚ୍‌କୁ ୧-୧ ସ୍ଥିତିକୁ ଆଣି ଥିଲେ । ଶେଷ ପର୍ଯ୍ୟନ୍ତ ଆଉ ଗୋଲ ନହେବାରୁ ମ୍ୟାଚ ଡ୍ର’ ରହିଥିଲା ।

Loading...

LEAVE A REPLY

Please enter your comment!
Please enter your name here