ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀ ପୀଠା ଯୋଜନାର ଘୋଷଣା କରି ଏବେ ନିଜେ ସ୍ୱୀକାର କଲେ କି ଏ ରାଜ୍ୟରେ ସମସ୍ତ ସରକାର ଯୋଜନା ସବୁ ବାଟ ମାରଣା ହେଉଥିଲା । ଆଗରୁ ପିସି ମଷ୍ଟ ଷ୍ଟପ କହି ନିଜେ ମୁଖ୍ୟମନ୍ତ୍ରୀ ମାନିଥିଲେ କି ରାଜ୍ୟରେ ପିସି କାରବାର ଜୋରସୋରରେ ଚାଲିଛି । ଆଉ ଏବେ ପିଠା ଯୋଜନାର ଘୋଷଣା କରି ମାନିଲେ କି ଏହି ସରକାର ସମୟରେ ସରକାରୀ ଯୋଜନା ବାଟମାରଣା ହୋଇ ଠିକ ଲୋକଙ୍କ ପାଖେ ପହଚୁଂନାହିଁ ବୋଲି ବିଜେପି ପକ୍ଷରୁ କୁହାଯାଇଛି ।
ବିଜେପିର ରାଜ୍ୟ ଉପସଭାପତି ସମୀର ମହାନ୍ତି କହିଛନ୍ତି କି ମୁଖ୍ୟମନ୍ତ୍ରୀଙ୍କର ୧୮ ବର୍ଷ ପରେ ଗୁଡ ଗର୍ଭର୍ଣ୍ଣାସ କଥା ମନେପଡିଲା । ୪ ପାଳିର ନିରଙ୍କୁଶ ଶାସନର ଶେଷ ବର୍ଷରେ ଲୋକଙ୍କର ଅଧୀକାରକୁ ମନେପକାଇ ଯୋଜନା ସବୁ ବାଟମାରଣ ହେଉଛି ବୋଲି କହିବା ରାଜ୍ୟ ସରକାରଙ୍କର ଅପାରଗତାକୁ ସ୍ପଷ୍ଟ କରୁଛି । ଓଡିଆରେ ଗୋଟିଏ ଢଗ ବାଣି ଅଛି ହନୁ ମଲାବେଳେ ସତ କୁହେ । ଏହା ସେହିଭଳି ଏକ ଘଟଣା ବୋଲି ଶ୍ରୀ ମହାନ୍ତି କହିଛନ୍ତି ।
ଶ୍ରୀ ମହାନ୍ତି କହିଛନ୍ତି କି ରାଜ୍ୟରେ କୌଣସି ବି ଗୋଟିଏ ଯୋଜନା ସଠିକ ଭାବରେ ଲୋକଙ୍କ ପାଖରେ ପହଚୁଂନାହିଁ । କେଉଁଠି ଭୁତ ଭତା ପାଉଛନ୍ତି ତ କେଉଁଠି ମେୟର ହାତେଇଛନ୍ତି ରେସନ କାର୍ଡ । ବିଧାୟିକାଙ୍କ ଭାଇଙ୍କ ନାଁରେ ମନରେଗା ଜବ କାର୍ଡ ଜାରି ହୋଇପାରୁଛି ଏହି ରାଜ୍ୟରେ । ରାଜ୍ୟରେ ବିନା ପିସିରେ ପକ୍କା ଘର କି ପାଇଖାନାଟିଏ ବି ମିଳୁ ନାହିଁ । ଏପରି ସ୍ଥିତିରେ ମୁଖ୍ୟମନ୍ତ୍ରୀ ଟ୍ରାନସପରେନ୍ସି ଏବଂ ଆକାଉଟିଂବିଲିଟର କଥା କହିବା ଏକ ହାସ୍ୱାସ୍ପଦ ବୋଲି ଶ୍ରୀ ମହାନ୍ତି କହିଛନ୍ତି ।

Loading...

LEAVE A REPLY

Please enter your comment!
Please enter your name here