nalco

ନୂଆଦିଲ୍ଲୀ: ଟିଭି ଚ୍ୟାନେଲ୍‌ରେ ମହିଳାଙ୍କ ପ୍ରତି ଅରୁଚିକର ମନ୍ତବ୍ୟ ଦେଇ ସାମୟିକ ବାସନ୍ଦ ହୋଇଥିବା ହାର୍ଦ୍ଧିକ ପାଣ୍ଡ୍ୟ ଓ ଲୋକେସ୍‌ ରାହୁଲଙ୍କ ସମ୍ପର୍କରେ ଭେଟରାନ କ୍ରିକେଟ୍‌ର ହରଭଜନ୍‌ ସିଂ ମତ ରଖିଛନ୍ତି । ଅତ୍ୟନ୍ତ କଠୋର ଭାବେ ଉଭୟଙ୍କୁ ସମାଲୋଚନା କରି ବିସିସିଆଇ ସେମାନଙ୍କୁ ସମସ୍ତ ପ୍ରକାର କ୍ରିକେଟ୍‌ ଖେଳିବା ଉପରେ ରୋକ୍‌ ଲଗାଉ ବୋଲି ରୋକ୍‌ଠୋକ୍‌ ମନ୍ତବ୍ୟ ଦେଇଛନ୍ତିି । ଏଭଳି ଚରିତ୍ରର କ୍ରିକେଟ୍‌ରଙ୍କୁ ମୁଁ କେବେ ବି ଘରକୁ ନିମନ୍ତ୍ରଣ କରିବାର ଓ ପରିବାର ସହ ମିଶିବାକୁ ଦେବି ନାହିଁ । ଏମାନଙ୍କ ଯୋଗୁଁ ଭଦ୍ରଲୋକଙ୍କ ଖେଳ ବୋଲି କୁହାଯାଉଥିବା କ୍ରିକେଟ୍‌ରେ ଦାଗ ଲାଗିଛି । ଏପରିକି ପାଣ୍ଡ୍ୟା ଓ ରାହୁଲଙ୍କ ସହ ବସ୍‌ରେ ଯାତ୍ରା କରିବା ଅନୁଚିତ । ବିଶେଷ କରି ମୋ ପନିୀ ଓ ଝିଅ ଯଦି ଉଭୟଙ୍କ ସହ ବସ୍‌ ଯାତ୍ରା କରିବା ଭଳି ପରିସ୍ଥିତି ସୃଷ୍ଟି ହୁଏ, ମୁଁ ଏଥିରୁ ସେମାନଙ୍କୁ ବିରତ ରଖିବି । ଏମାନେ ମହିଳାମାନଙ୍କୁ କେବଳ କୁସିିତ ନଜରରେ ଦେଖିଥାନ୍ତି । ବେପରୁଆ ଓ ନିର୍ଲଜ ଭାବେ ପାଣ୍ଡ୍ୟା, ରାହୁଲ ମନ୍ତବ୍ୟ ଦେଇ ସବୁ କ୍ରିକେଟ୍‌ରଙ୍କ ମର୍ଯ୍ୟାଦାହାନୀ କରିଛନ୍ତି । ଏଭଳି ଖବର ପ୍ରଚାରିତ ହେବାପରେ ମୁଁ ଆଦୌ ସାଙ୍ଗ କିମ୍ବା ପରିବାର ସହ ଏସମ୍ପର୍କରେ ଆଲୋଚନା କରୁନାହିଁ ବୋଲି ଭଜି କହିଛନ୍ତି । ଏହାପରେ କ୍ରିକେଟ୍‌କୁ ଭଳ ପାଉଥିବା ପ୍ରଶାଂସକ ହରଭଜନ ସିଂ, ଅନୀଲ କୁମ୍ବଲେ, ସଚିନ୍‌ ତେନ୍ଦୁଲକର, ସୌରଭ ଗାଙ୍ଗୁଲିଙ୍କୁ ସେଭଳି ଖରାପ ନଜରରେ ଦେଖିବାକୁ ଆରମ୍ଭ କରିବେ । ଉଭୟଙ୍କୁ ବିସିସିଆଇ ବାସନ୍ଦ କରିବା ନିଷ୍ପତ୍ତି ଯୁକ୍ତିଯୁକ୍ତ ବୋଲି ହରଭଜନ ସିଂ କହିଛନ୍ତି । ଦିନକ ଆଗରୁ ବିସିସିଆଇ ଉଭୟଙ୍କୁ ଅଷ୍ଟ୍ରେଲିଆ ଓ ନୁ୍ୟଜିଲାଣ୍ଡ ଟୁର୍‌ରୁ ବାଦ ଦେଇଥିଲା । ସପ୍ତାହକ ମଧ୍ୟରେ ଦୁହେଁ ନିଜର ପକ୍ଷ ରଖିବା ସହ କ୍ଷମା ପ୍ରାର୍ଥନା କରିବେ । ଏହାପରେ ସେମାନଙ୍କ ବିରୋଧରେ ଦଣ୍ଡବିଧାନ ହେବ । ପାଣ୍ଡ୍ୟା ଓ ରାହୁଲଙ୍କ ସ୍ଥାନରେ ଖୁବ୍‌ ଶୀଘ୍ର ବଦଳ ଖେଳାଳିଙ୍କୁ ଅଷ୍ଟ୍ରେଲିଆ ପଠାଯିବ ବୋଲି ବିସିସିଆଇ ପକ୍ଷରୁ ସୂଚନା ଦିଆଯାଇଛି ।

LEAVE A REPLY

Please enter your comment!
Please enter your name here