ନୂଆପଡା : ନୂଆପଡ଼ା ଜିଲାର ନୂଆପଡା, କୋମନା ଓ ଖଡ଼ିଆଳ ଠାରେ ପାଗଳ ପାଗଳିଙ୍କ ସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଉଥିବା ବେଳେ ସେମାନଙ୍କୁ ଥଇଥାନ କରିବାକୁ ଦାବି ହେଉଛି । ଖଡ଼ିଆଳ ଠାରେ ୫/୬ ଜଣ, କୋମନାରେ ୬/୭ ଜଣ ଏବଂ ନୂଆପଡାରେ ୧୦ ରୁ ଅଧିକ ପାଗଳ ପାଗଳି ଅତି ଦୟନୀୟ ଅବସ୍ଥାରେ ବୁଲି ରହୁଛନ୍ତି । ସେମାନେ ଭୋକ ଉପାସରେ ଆଉଟୁ ପାଉଟୁ ହେଉଥିବା ବେଲେ ସେମାନେ ନାଳ ନର୍ଦ୍ଧମାର ପାଣିକୁ ପିଉଥିବା ସହ ଅଳିଆ ଆବର୍ଜନାର ଖାଦ୍ୟକୁ ଖାଉଥିବା ଦେଖିବାକୁ ମିଳୁଛି । କିନ୍ତୁ ଏମାନଙ୍କୁ ଆହା କିମ୍ବା ଥଇଥାନ କରିବାକୁ କାହାର ନଜର ପଡୁନାହିଁ । ଏପରିକି ସହୃଦୟ ବ୍ୟକ୍ତି ବା ପ୍ରଶାସନ ମଧ୍ୟ ଏମାନଙ୍କ ପାଇଁ ଆଖି ବୁଜି ଦେଇଛନ୍ତି । ଫଳରେ ପାଗଳ ପାଗଳୀ ମାନେ ଭୋକ ଯନ୍ତ୍ରଣାରେ ଛଟପଟ ହେଉଥିବା ବେଳେ ଏହି ପ୍ରବଳ ଶୀତରେ ପଡ଼ି ରହିଛନ୍ତି । ଜିଲ୍ଲା ପ୍ରଶାସନ ତୁରନ୍ତ ଦୃଷ୍ଟିଦେଇ ଥଇଥାନ ବ୍ୟବସ୍ଥା କରିବାକୁ ସାଧାରଣରେ ଦାବି ହେଉଛି ।

Loading...

LEAVE A REPLY

Please enter your comment!
Please enter your name here