ଭୁବନେଶ୍ୱର : ଚଳିତ ବିଶ୍ୱକପ୍‌ରେ ପାକିସ୍ତାନ ବିଜୟ ଖାତା ଖୋଲିପାରିନାହିଁ । ୪ଥର ବିଶ୍ୱ ବିଜେତା ବନିଥିବା ପାକିସ୍ତାନ ଚତୁର୍ଦ୍ଦଶ ହକି ବିଶ୍ୱକପ୍‌ ପୁଲ୍‌ ଡି’ର ପ୍ରଥମ ମ୍ୟାଚ୍‌ରୁ ଜର୍ମାନୀ ନିକଟରୁ ୧-୩ ଗୋଲ୍‌ରେ ହାରିଥିଲା । ବୁଧବାର ମାଲେସିଆ ସହ ୧-୧ ଗୋଲ୍‌ରେ ଡ୍ର’ ରଖି ପଏଣ୍ଟ ଭାଗ କରିଛି । ବିଶ୍ୱକପ୍‌ର କ୍ରସ୍‌ଓଭର ମ୍ୟାଚ ଖେଳିବା ନିମନ୍ତେ ପାକିସ୍ତାନକୁ ଆଗାମୀ ୯ ତାରିଖରେ ଖେଳାଯିବାକୁଥିବା ନେଦରଲାଣ୍ଡସ୍‌ ବିପକ୍ଷ ମ୍ୟାଚ୍‌ରେ ଜମାଣିଆ ପ୍ରଦର୍ଶନ ଦେଖାଇବାକୁ ହେବ । ନଚେତ ବିଶ୍ୱକପର ଲିଗ୍‌ ପର୍ଯ୍ୟାୟରୁ ପାକିସ୍ତାନକୁ ବିଦାୟ ନେବାକୁ ପଡ଼ିବ ।
ମାଲେସିଆ ଓ ପାକିସ୍ତାନ ମଧ୍ୟରେ ମ୍ୟାଚ୍‌ ସଂଘର୍ଷପୂର୍ଣ୍ଣ ଥିଲା । ଆରମ୍ଭରୁ ଉଭୟ ଦଳ ରକ୍ଷଣାତ୍ମକ ଖେଳ ଦେଖାଇଥିଲେ । ପ୍ରଥମ ୩ଟି କ୍ୱାର୍ଟର ଗୋଲଶୂନ୍ୟ ରହିଥିଲା । ତେବେ ଚତୁର୍ଥ କ୍ୱାର୍ଟରରେ ଉଭୟ ଦଳ ଗୋଟିଏ ଲେଖାଏଁ ଗୋଲସ୍କୋର କରିଥିଲେ । ମ୍ୟାଚ୍‌ର ୫୧ତମ ମିନିଟ୍‌ରେ ପାକିସ୍ତାନର ଅତିକ୍‌ ମହମ୍ମଦ ଫିଲï ଗୋଲ୍‌ କରିଥିଲେ । ଏହାର ଠିକ୍‌ ୪ ମିନିଟ୍‌ ପରେ ଅର୍ଥାତ୍‌ ୫୫ତମ ମିନିଟ୍‌ରେ ମାଲେସିଆ ଗୋଲ ପରିଶୋଧ କରିଥିଲା । ପେନାଲଫି କର୍ଣ୍ଣରକୁ ଶାରୀ ଫୈଜଲ ଗୋଲ୍‌ କରି ମ୍ୟାଚ୍‌କୁ ୧-୧ ସ୍ଥିତିକୁ ଆଣିଥିଲେ । ପାକିସ୍ତାନ ୨ ମ୍ୟାଚ୍‌ରୁ ୧ ପଏଣ୍ଟ ସହ ପୁଲ୍‌ ଡି’ର ତୃତୀୟ ଏବଂ ମାଲେସିଆ ୧ ପଏଣ୍ଟ ସହ ଚତୁର୍ଥ ସ୍ଥାନରେ ରହିଛି ।

Loading...

LEAVE A REPLY

Please enter your comment!
Please enter your name here