ଭୁବନେଶ୍ୱର: ହକି ବିଶ୍ୱକପ୍‌ରେ ଅଂଶଗ୍ରହଣ କରିବା ପାଇଁ ଗୁରୁବାର ବିଳମ୍ବିତ ରାତ୍ରିରେ ଚୀନ୍‌ ଓ ଶୁକ୍ରବାର ସକାଳୁ ସ୍ପେନ୍‌ ଦଳ ଭୁବନେଶ୍ୱର ପହଞ୍ଚିଛି । ବିଶ୍ୱକପ୍‌ରେ ୧୬ଟି ଟାଣୁଆ ଦଳ ଅଂଶଗ୍ରହଣ କରିଥିବା ବେଳେ ସେମାନଙ୍କ ମଧ୍ୟରୁ ୭/୮ଟି ଦଳ ମଧ୍ୟରେ କଡ଼ା ଟMର ହେବ ବୋଲି ସ୍ପେନ୍‌ କୋଚ୍‌ ଫ୍ରେଡରିକ୍‌ ସୋୟେଜ୍‌ କହିଛନ୍ତି । ତେବେ ଟାଇଟଲ ଦାବିଦାର ଦଳ ଗୁଡିକ ମଧ୍ୟରେ ଅନ୍ୟତମ ଫ୍ରେଡରିକ୍‌ ସ୍ୱୀକାର କରିଛନ୍ତି ।
ବିଶ୍ୱ ମାନ୍ୟତାର ଅଷ୍ଟମ ସ୍ଥାନରେ ସ୍ପେନ୍‌ ଥିବା ବେଳେ ଚୀନ୍‌ ୧୧ତମ ସ୍ଥାନରେ ରହିଛି । ଜର୍ମାନୀ, ନେଦରଲାଣ୍ଡସ୍‌, ବେଲଜିୟମ, ଅଷ୍ଟ୍ରେଲିଆ ଓ ଭାରତ ଚାମ୍ପିଅନ୍‌ସିପ୍‌ ଟାଇଟଲ ପାଇଁ ହଟ୍‌ ଫେବରିଟ୍‌ ବିବେଚନା କରାଯାଉଛି । ସ୍ପେନ୍‌ ପୁଲ୍‌ ଏ’ରେ ଅଲିମ୍ପିକ୍ସ ଚାମ୍ପିଅନ୍‌ ଆର୍ଜେଣ୍ଟିନା, ନୁ୍ୟଜିଲାଣ୍ଡ ଓ ଫ୍ରାନ୍ସ ସହ ସ୍ଥାନ ପାଇଛି । ୨୯ରେ ଆର୍ଜେଣ୍ଟିନା ସହ ମ୍ୟାଚ ଖେଳି ସ୍ପେନ୍‌ ଅଭିଯାନ ଆରମ୍ଭ କରିବ । ବିଶ୍ୱକପ୍‌ ପାଇଁ ଆମେ ଅଲଗା ଭାବେ ପ୍ରସ୍ତୁତ ହୋଇଛୁ ବୋଲି କୋଚ ସୋୟେଜ କହିଛନ୍ତି । ଗତ ବର୍ଷ ସ୍ପେନ୍‌ କଳିଙ୍ଗ ଷ୍ଟାଡିୟମ୍‌ରେ ଖେଳିଥିଲା । ଅନ୍ୟ ପକ୍ଷରେ ଚୀନ୍‌ ଏଥର ପ୍ରଥମଥର ପାଇଁ ବିଶ୍ୱକପ୍‌ ଖେଳିବାକୁ ଯାଉଛି । ପୁଲ୍‌ ବି’ରେ ଚାମ୍ପିଅନ୍‌ ଅଷ୍ଟ୍ରେଲିଆ, ଆୟର୍ଲାଣ୍ଡ ସହ ଚୀନ୍‌ ସ୍ଥାନ ପାଇଛି । ୩୦ ତାରିଖରେ ଇଂଲଣ୍ଡ ବିପକ୍ଷ ମ୍ୟାଚ୍‌ ଖେଳି ଚୀନ୍‌ ବିଶ୍ୱକପ୍‌ ଅଭିଯାନ ଆରମ୍ଭ କରିବ । ଡିସେମ୍ବର ୪ରେ ଆୟର୍ଲାଣ୍ଡ ଏବଂ ୭ରେ ଅଷ୍ଟ୍ରେଲିଆକୁ ଗ୍ରୁପ୍‌ ପର୍ଯ୍ୟାୟର ଶେଷ ମ୍ୟାଚ୍‌ରେ ଭେଟିବ । ପୁରୁଷ ହକି ବିଶ୍ୱକପ୍‌ର ୧୪ତମ ସଂସ୍କରଣ ୨୮ରୁ ଆରମ୍ଭ ହୋଇ ଡିସେମ୍ବର ୧୬ରେ ଶେଷ ହେବ ।

Loading...

LEAVE A REPLY

Please enter your comment!
Please enter your name here