ଭୁବନେଶ୍ୱର: ଚତୁର୍ଦଶ ହକି ବିଶ୍ୱକପ ପୁଲ’ ଏ ର କ ୍ୱାର୍ଟର ଫାଇନାଲ ଚିତ୍ର ସ୍ପଷ୍ଟ ହୋଇପାରି ନାହିଁ । ଲିଗ ପର୍ଯ୍ୟାୟର ଶେଷ ମ୍ୟାଚ୍‌ ପର୍ଯ୍ୟନ୍ତ ଲଟକିଛି । ସୋମବାର ସନ୍ଧ୍ୟାରେ ଅନୁଷ୍ଠିତ ପ୍ରଥମ ମ୍ୟାଚ୍‌ ସ୍ପେନ୍‌ ଓ ଫ୍ରାନ୍ସ ମଧ୍ୟରେ ୧-୧ ଗୋଲରେ ଡ୍ର’ ରହିଛି । ଉଭୟ ଗୋଟିଏ ଲେଖାଏଁ ପଏଣ୍ଟ ସହ ଟେବୁଲରେ ଖାତା ଖୋଲିଛନ୍ତି । ଗତ ୨୯ ତାରିଖରେ ସ୍ପେନ୍‌ ପ୍ରଥମ ମ୍ୟାଚରେ ଆର୍ଜେଣ୍ଟିନା ନିକଟରୁ ୩-୪ ଗୋଲରେ ହାରିଥିଲା । ସେହିଭଳି ଫ୍ରାନ୍ସ ୧-୨ ଗୋଲ ବ୍ୟବଧାନରେ ନୁ୍ୟଜିଲାଣ୍ଡ ନିକଟରୁ ପରାଜିତ ହୋଇଥିଲା । କ୍ରସ୍‌ ଓଭର ମ୍ୟାଚ୍‌ ନିମନ୍ତେ ଉଭୟ ଦଳ ଆଉ ଗୋଟିଏ ଲେଖାଏଁ ମ୍ୟାଚ୍‌ ଖେଳିବେ । ୬ ତାରିଖ ସ୍ପେନ୍‌-ନୁ୍ୟଜିଲାଣ୍ଡ ଏବଂ ସ୍ପେନ୍‌-ଆର୍ଜେଣ୍ଟିନା ମଧ୍ୟରେ ମ୍ୟାଚ୍‌ ଖେଳାଯିବ ।
ସୋମବାର ମ୍ୟାଚରେ ସ୍ପେନର ଆଲଭାରୋ ଇଗଲେସିଆସ୍‌ ୪୮ତମ ମିନିଟରେ ଗୋଲ ସ୍କୋର କରିଥିବା ବେଳେ ମାର୍ସ ସେଲ୍ସ ୨୦୦ତମ ଅନ୍ତର୍ଜାତୟ ମ୍ୟାଚ୍‌ ଖେଳିବାର ଗୌରବ ଅର୍ଜନ କରିବା ତଥା ଗୋଲ ରକ୍ଷକ ଅଧିନାୟକ କ ୍ୱିକୋ କୋର୍ଟିସ୍‌ ମ୍ୟାନ୍‌ ଅଫ ଦି ମ୍ୟାଚ୍‌ ହେବା ପ୍ରମୁଖ ଘଟଣାବଳୀ ଥିଲା । ଫ୍ରାନ୍ସ ପକ୍ଷରୁ ଟିମୋଥୀ କ୍ଲିମେଣ୍ଟ ଏକମାତ୍ର ଗୋଲ ସ୍କୋର କରିଥିଲେ ।
ତୀବ୍ର ସଂଘର୍ଷପୂର୍ଣ୍ଣ ମ୍ୟାଚର ପ୍ରଥମ କ ୍ୱାର୍ଟରରେ ଫ୍ରାନ୍ସର ପ୍ରାଧାନ୍ୟ ଜାରି ରହିଥିଲା । ୬ଷ୍ଠ ମିନିଟରେ ଟିମୋଥୀ କ୍ଲିମେଣ୍ଟ ଫିଲï ଗୋଲ ସ୍କୋର କରି ଫ୍ରାନ୍ସର ଆଧିପତ୍ୟ ଜାହିର କରିଥିଲେ । ଏପରିକି ତୃତୀୟ କ ୍ୱାର୍ଟର ପର୍ଯ୍ୟନ୍ତ ଫ୍ରାନ୍ସ ବିଜୟୀ ବୋଲି ନିଜକୁ ଦାବିଦାର ଘୋଷଣା କରିଥିଲା । ହେଲେ ୪୮ତମ ମିନିଟରେ ସ୍ପେନ୍‌ ଗୋଲ ପରିଶୋଧର ସୁଯୋଗ ପାଇଥିଲା । ଆଲଭାରୋ ଇଗଲେସିଆସ୍‌ ଫିଲï ଗୋଲ କରି ମ୍ୟାଚକୁ ୧-୧ରେ ଟାଇ କରିଥିଲେ । ଶେଷ ପର୍ଯ୍ୟନ୍ତ ଆଉ ଗୋଲ ହୋଇନଥିଲା ।
ଚଳିତ ବିଶ୍ୱକପରେ ଏପର୍ଯ୍ୟନ୍ତ ୧୧ଟି ମ୍ୟାଚ୍‌ ଖେଳ ସରିଥିବା ବେଳେ ୪ଟି ମ୍ୟାଚ୍‌ ଡ୍ର’ ରହିଛି । ପ୍ରଥମେ ଚୀନ୍‌ ଓ ଇଂଲଣ୍ଡ ମଧ୍ୟରେ ୨-୨ ଗୋଲରେ ମ୍ୟାଚ୍‌ ଡ୍ର’ ରହିଥିଲା । ଏହାପରେ ରବିବାର ଭାରତ-ବେଲଜିୟମ ମଧ୍ୟରେ ୨-୨ ଗୋଲରେ ଏବଂ କାନାଡା-ଦ.ଆଫ୍ରିକା ମରେ ୧-୧ ଗୋଲରେ ଡ୍ର ରହିଥିଲା । ତେବେ ଦୁଇ ଦିନ ମଧ୍ୟରେ ୩ଟି ମ୍ୟାଚ୍‌ ଡ୍ର’ ରହିଛି । ଯଦ୍ୱାରା ପୁଲ ପୋଜିସନ୍‌ ଚିତ୍ର ସ୍ପଷ୍ଟ ହୋଇପାରୁ ନାହିଁ ।

Loading...

LEAVE A REPLY

Please enter your comment!
Please enter your name here