ଭୁବନେଶ୍ୱର: ଚତୁର୍ଦଶ ହକି ବିଶ୍ୱକପର ପୁଲ-ସି’ ଦ୍ୱିତୀୟ ପର୍ଯ୍ୟାୟ ମ୍ୟାଚରେ ବିଶ୍ୱର ୧୧ ନମ୍ବର ଦଳ କାନାଡା ଓ ନଂ ୧୫ ଦଳ ଦ.ଆଫ୍ରିକା ମଧ୍ୟରେ ମ୍ୟାଚ ୧-୧ ଗୋଲରେ ଡ୍ର ରହିଛି। ପରାଜୟରୁ ଅଭିଯାନ ଆରମ୍ଭ କରିଥିବା ଉଭୟ ଦଳ ଗୋଟିଏ ଲେଖାଏଁ ପଏଣ୍ଟ ସହ ଖାତା ଖୋଲିଛନ୍ତି । କାନାଡା ଗୋଲ କିପର ଡେଭିଡ୍‌ କାର୍ଟରଙ୍କୁ ମୁଖ୍ୟ ଅତିଥି ସାଂସଦ ତଥାଗତ ଶତପଥୀ ମ୍ୟାନ୍‌ ଅଫ ଦି ମ୍ୟାଚ୍‌ ପୁରସ୍କାର ପ୍ରଦାନ କରିଥିଲେ । ଏହି ମ୍ୟାଚରେ କାନାଡା ପକ୍ଷରୁ ୪୫ ତମ ମିନିଟରେ ଅଧିନାୟକ ସ୍କଟ୍‌ ଟୁପର ଏବଂ ଦ.ଆଫ୍ରିକାର ଏନଟୁଲୀ ନାକୋବିଲେ ୪୩ ତମ ମିନିଟରେ ଗୋଲ ସ୍କୋର କରିଥିଲେ।
ଉଦଘାଟନୀ ମ୍ୟାଚରେ କାନାଡା ୧-୨ ଗୋଲରେ ବେଲଜିୟମ ନିକଟରୁ ମ୍ୟାଚ୍‌ ହାରିଥିଲା ।ସେହିଭଳି ଦ.ଆଫ୍ରିକା ୫-୦ ଗୋଲରେ ଭାରତ ନିକଟରୁ ପରାଜିତ ହୋଇ ଦୁଃଖଦ ବିଶ୍ୱକପ ଅଭିଯାନ ଆରମ୍ଭ କରିଥିଲା । ରବିବାର ଉଭୟ ଦଳ ପୂର୍ଣ୍ଣ ସଂଖ୍ୟକ ପଏଣ୍ଟ ହାସଲ କରିବା ପାଇଁ ପଡିଆକୁ ଓହ୍ଲାଇ ଥିଲେ । ହେଲେ ଭାଗ୍ୟ ଦେବୀ ଦୁଇ ଦଳ ଉପରେ ପ୍ରସନ୍ନ ହୋଇ ନାହାନ୍ତିି। ଫଳରେ ମ୍ୟାଚ୍‌ ଡ୍ର ରହିବା ସହ ପଏଣ୍ଟ ଭାଗ ହୋଇଛି । ମ୍ୟାଚର ପ୍ରଥମ ଓ ଦ୍ୱିତୀୟ କ ୍ୱାର୍ଟର ତୀବ୍ର ସଂଘର୍ଷ ପୂର୍ଣ୍ଣ ହୋଇଥିଲା ।ପ୍ରଥମାର୍ଦ୍ଧ ଗୋଲ ଶୂନ୍ୟ ରହିଥିଲା ।ହେଲେ ୪୩ତମ ମିନିଟରେ ଦ.ଆଫ୍ରିକା ପାଇ ଁଗୋଲ କରିବାର ସୁଯୋଗ ଉପନୀତ ହୋଇଥିଲା । ଏନଟୁଲି ନାକୋବିଲୋ ଚମତ୍କାର ଫିଲï ଗୋଲ ସ୍କୋରକରି ଦଳର ବିଜୟ ଆଶା ସଞ୍ଜାର କରିଥିଲେ । ହେଲେ ଦ.ଆଫ୍ରିକା ଖେଳାଳିଙ୍କ ଖୁସି ବେଶି ସମୟ ତିଷ୍ଠି ରହିଥିଲା । କାରଣ ୪୫ତମ ମିନିଟରେ କାନାଡା ଗୋଲ ସୁଝାଇବାକୁ ସମର୍ଥ ହୋଇଥିଲା । କାନାଡାକୁ ପେନାଲଫି ଷ୍ଟ୍ରୋକ୍‌ ମିଳିଥିଲା । ଅଧିନାୟକ ସ୍କଟ୍‌ ଟୁପର ଗୋଲ ସ୍କୋର କରି ମ୍ୟାଚ୍‌କୁ ୧-୧ରେ ବରାବର କରିଥିଲେ । ଶେଷ ପର୍ଯ୍ୟନ୍ତ ତୀବ୍ର ସଂଘର୍ଷ ହୋଇଥିଲେ ମଧ୍ୟ ଆଉ ଗୋଲ ନ ହେବାରୁ ମ୍ୟାଚ୍‌ ଅମିମାଂଶିତ ରହିଛି । ଆଗାମୀ ୮ ତାରିଖରେ କାନାଡା-ଭାରତ ଓ ଦ.ଆଫ୍ରିକା-ବେଲଜିୟମ ମଧ୍ୟରେ ମ୍ୟାଚ୍‌ ଖେଳାଯିବ।

Loading...

LEAVE A REPLY

Please enter your comment!
Please enter your name here