ୱାଶିଂଟନ : ଭାରତର ବାଣିଜ୍ୟ ନଗରୀ ମୁମ୍ବାଇରେ ହୋଇଥିବା ଆତଙ୍କବାଦୀ ଆକ୍ରମଣ ଘଟଣାରେ ଏପର୍ଯ୍ୟନ୍ତ ନ୍ୟାୟ ମିଳିପାରି ନାହିଁ । ଏହି ଆକ୍ରମଣକୁ ୧୦ ବର୍ଷ ବିତିଯାଇଥିଲେ ମଧ୍ୟ ଷଡ଼ଯନ୍ତ୍ରକାରୀଙ୍କୁ ଦଣ୍ଡ ମିଳିନି । ଏଥିପାଇଁ ଭାରତ ପକ୍ଷରୁ ପାକିସ୍ତାନକୁ ଆକ୍ରମଣର ପ୍ରମାଣ ଦିଆଯାଛି । ହେଲେ ପଡୋଶୀ ଦେଶ କାହା ଉପରେ କାର୍ଯ୍ୟାନୁଷ୍ଠାନ ନେଇ ନାହିଁ । ୨୬/୧୧ ମୁମ୍ବାଇ ଆତଙ୍କବାଦୀ ଆକ୍ରମଣର ୧୦ ବର୍ଷ ପୂର୍ତିରେ ଆମେରିକାର ରାଷ୍ଟ୍ରପତି ଡୋନାଲï ଟ୍ରମ୍ପ କହିଛନ୍ତି ଯେ, ନ୍ୟାୟ ପାଇଁ ଭାରତ ସହ ଆମେରିକା ଠିଆ ହୋଇଛି । ଏହା ପୂର୍ବରୁ ଆମେରିକା ପାକିସ୍ତାନ ଉପରେ ଚାପ ପକାଇ ଲସ୍କର- ଏ- ତୈୟବା ଏବଂ ତା ସହ ଜଡିତ ସଙ୍ଗଠନ ଏବଂ
ଆତଙ୍କବାଦୀଙ୍କ ଉପରେ ପ୍ରତିବନ୍ଧକ ଲାଗୁ କରିବା ପାଇଁ କହିଥିଲା । ଏହି ଆକ୍ରମଣର ମାଷ୍ଟରମାଇଣ୍ଡ କୁହାଯାଉଥିବା ଲସ୍କର ମୁଖ୍ୟ ହାଫିଜ ସଇଦକୁ ପାକିସ୍ତାନ ଦଣ୍ଡ ଦେବା ପରିବର୍ତ୍ତେ ସହାୟତା କରୁଛି । ତେଣୁ ଆମେରିକାର ରାଷ୍ଟ୍ରପତି ଦୃଢ ଭାବରେ କହିଥିଲେ ଯେ, ଏହି ଆକ୍ରମଣରେ ଆମେରିକାର ୬ ଏବଂ ଭାରତର ୧୬୬ ନିର୍ଦ୍ଦୋଷ ଲୋକଙ୍କର ମୃତୁ୍ୟ ହୋଇଥିଲା । ସେ ଆତଙ୍କବାଦକୁ କେବେ ଜିତିବାକୁ ଦେବେ ନାହିଁ ବୋଲି କହିଛନ୍ତି । ଏହା ପରେ ମୁମ୍ବାଇ ଆକ୍ରମଣରେ ନିଜ ପତି ଏବଂ ୧୩ ବର୍ଷର ଝିଅକୁ ହରାଇଥିବା ମହିଳା କିଓ ଚେର ଟ୍ୱିିଟ୍‌ କରି ଟ୍ରମ୍ପଙ୍କୁ ଧନ୍ୟବାଦ ଜଣାଇଛନ୍ତି । ସୂଚନାନୁଯାୟୀ, ମୁମ୍ବାଇ ଆକ୍ରମଣରେ ପୀଡିତଙ୍କ ପାଇଁ ଏକ କାର୍ଯ୍ୟକ୍ରମର ଆୟୋଜନ କରାଯାଇ ଜଣେ ଶୀର୍ଷ ଅଧିକାରୀ ପାକିସ୍ତାନର ଲସ୍କର- ଏ- ତୈୟବା ତଥା ଅନ୍ୟ ଆତଙ୍କବାଦୀଙ୍କୁ ନ୍ୟାୟ ଚକ୍ରରେ ଆଣିବା ପାଇଁ ଦାବି କରିଛନ୍ତି । ସେହି ସମୟରେ ଆତଙ୍କବାଦ ନିରୋଧକ ସମନ୍ୱୟକ ନାଥନ ସେଲସ ଏକ ସଂକ୍ଷିପ୍ତ ବୟାନ ଦେଇ କହିଛନ୍ତି, ଦୋଶୀଙ୍କୁ ଦଣ୍ଡ ଦେବା ପାଇଁ ଅନ୍ତରଷ୍ଟ୍ରୀୟ ରାଷ୍ଟ୍ରମାନଙ୍କୁ ଦାୟିତ୍ୱ ଦିଆ ଯିବା ଉଚିତ ।

Loading...

LEAVE A REPLY

Please enter your comment!
Please enter your name here