ଭୁବନେଶ୍ୱର, ୦୭/୧୨/୨୦୧୮: ୬୪ତମ ନ୍ୟାସନାଲ ସ୍କୁଲ ଗେମ୍ସର ଉଦ୍ଘାଟନ କରି ନାଲ୍‌କୋ ସିଏମ୍ଡି ଡଃ. ଚାନ୍ଦ ମତପ୍ରକାଶ କରିଛନ୍ତି ଯେ ଉଦିୟମାନ ଖେଳାଳି ମାନଙ୍କର ବିକାଶ ତଥା ସେମାନଙ୍କ ପାଇଁ ସୁବିଧା ସୁଯୋଗ ଯୋଗାଇ ଦେବାରେ ଏବଂ ଭବିଷ୍ୟତରେ ଅଲମ୍ପିକ୍ ପାଇଁ ଖେଳାଳି ପ୍ରସ୍ତୁତ କରିବାରେ ନ୍ୟାସନାଲ୍ ସ୍କୁଲ ଗେମସ୍ ଏକ ପ୍ରକୃଷ୍ଟ ସୁଯୋଗ କ୍ଷେତ୍ର । “ବର୍ତ୍ତମାନ ମୁଁ ଦେଖୁଛି ଯେ ଲୋକ ମାନଙ୍କର ମାନସିକ ସ୍ତରରେ ଧିରେ ଧିରେ ପରିବର୍ତ୍ତନ ହେବାରେ ଲାଗିଛି ଏବଂ ଖେଳ ପ୍ରତି ଆଗ୍ରହ ପ୍ରକାଶ ପାଇବା ସହ ଖେଳକୁ ଏକ କ୍ୟାରିଅର ଭାବେ ଗ୍ରହଣ କରିବା ପାଇଁ ଆଗେଇ ଆସିଛନ୍ତି । ଏହା ହିଁ ପରିବର୍ତ୍ତନର ପ୍ରାରମ୍ଭ ।୧୨୫ କୋଟି ଜନ ସଂଖ୍ୟା ବିଶିଷ୍ଟ ଆମର ଦେଶ ।

ଅଲମ୍ପିକ ଆଡକୁ ଧ୍ୟାନ ଦେବା ପାଇଁ ଏହା ହିଁ ଏକ ପ୍ରକୃଷ୍ଟ ସମୟ । ଯଦିଓ ଅତୀତରେ ଏହା ଦେଖାଯାଇ ନଥିଲା କିନ୍ତୁ ବିଗତ ଏସିଆନ୍ ଗେମସ୍ ଏବଂ କମନୱେଲ୍ଥ ଗେମସ୍ ସମୟରେ ପରିଲକ୍ଷିତ ହୋଇଥିଲା ।” ସ୍କୁଲ ଗେମସ ଫେଡେରେସନ୍ ଅଫ୍ ଇଣ୍ଡିଆ ଆନୁକୂଲ୍ୟରେ କେନ୍ଦ୍ରୀୟ ବିଦ୍ୟାଳୟ ଦ୍ୱାରା ଆୟୋଜିତ ୬୪ତମ ନ୍ୟାସନାଲ ଗେମସ୍ ଦେଶର ବିଭିନ୍ନ ପ୍ରାନ୍ତରୁ ୧୭ ବର୍ଷରୁ କମ୍ ବାଳକ ଓ ବାଳିକା ଲନ୍ ଟେନିସ୍ ଖେଳାଳି ମାନଙ୍କୁ ନେଇ କିଟ୍ ବିଶ୍ୱ ବିଦ୍ୟାଳୟ ପରିସରରେ ଆୟୋଜିତ କରା ଯାଉଛି । କ୍ରୀଡାର ବିକାଶ ଦିଗରେ କେନ୍ଦ୍ରୀୟ ବିଦ୍ୟଳୟ ସଂଗଠନର ଭୂମିକାକୁ ଡଃ. ଚାନ୍ଦ ଭୂୟସୀ ପ୍ରଶଂସା କରିଥିଲେ ।

Loading...

LEAVE A REPLY

Please enter your comment!
Please enter your name here