ବିଶ୍ୱ ର୍ୟାଙ୍କିଙ୍ଗ୍‌ର ନଂ.୪ ଦଳ ନେଦରଲାଣ୍ଡସ୍‌ ଶନିବାର ସନ୍ଧ୍ୟାରେ ଭୁବନେଶ୍ୱର ପହଞ୍ଚିଛି । ପୁଲ୍‌ ଡି’ରେ ସ୍ଥାନ ପାଇଥିବା ନେଦରଲାଣ୍ଡସ୍‌ ବିଶ୍ୱ ହକିର ହେଭିେୱଟ୍‌ ଜର୍ମାନୀ, ପାକିସ୍ତାନ ଓ ମାଲେସିଆକୁ ଲିଗ୍‌ ପର୍ଯ୍ୟାୟରେ ଭେଟିବ । ମାଲେସିଆ ବିପକ୍ଷ ମ୍ୟାଚ୍‌ ଖେଳି ନେଦରଲାଣ୍ଡସ୍‌ ବିଶ୍ୱକପ୍‌ ଅଭିଯାନ ଆରମ୍ଭ କରିବ । ଆମେ ପ୍ରତିମ୍ୟାଚ୍‌ରେ ଶ୍ରେଷ୍ଠ ପ୍ରଦର୍ଶନ ଦେଖାଇବୁ ବୋଲି ମୁଖ୍ୟ କୋଚ୍‌ ମ୍ୟାକ୍ସ କାଲଦାସ ଆଶା ବ୍ୟକ୍ତ କରିଛନ୍ତି ।
ନେଦରଲାଣ୍ଡସ୍‌ର ଜଣେ କି ଦୁଇ ଜଣେ ନୁହେଁ, ସବୁ ଖେଳାଳି ଭୁବନେଶ୍ୱର ଦର୍ଶକଙ୍କୁ ଢ଼େର ପ୍ରଶଂସା କରିଛନ୍ତି । ବିଜୁ ପଟ୍ଟନାୟକ ବିମାନବନ୍ଦରରେ ପହଞ୍ଚିବା ପରେ ସ୍ଥାନୀୟ ଦର୍ଶକଙ୍କ ଯୋଗୁଁ ବିଶ୍ୱକପ୍‌ ଅଧିକ ଉପଭୋଗ୍ୟ ହେବ ବୋଲି କହିଛନ୍ତି ବିଲି ବାକର । ଭରପୂର ଦର୍ଶକଙ୍କ ଗହଣରେ ଖେଳିବାର ମଜା ଆମ ପାଇଁ ବେଶ ନିଆରା ହେବ । ଡିସେମ୍ବର ୧ରେ ମାଲେସିଆ ବିପକ୍ଷରେ ପ୍ରଥମ ମ୍ୟାଚ୍‌ ଖେଳିବ ନେଦରଲାଣ୍ଡସ୍‌ । ବିଶ୍ୱର ନଂ.୩ ଦଳ ବେଲଜିୟମ୍‌ ଆଉଥରେ କଳିଙ୍ଗ ଷ୍ଟାଡିୟମ୍‌ ଆସିଥିବାରୁ ଖୁସିବ୍ୟକ୍ତ କରିଛନ୍ତି । ବିଶ୍ୱକପ୍‌ ପାଇଁ ପାଖାପାଖି ୩ ମାସ ହେବ ବେଲଜିୟମ୍‌ ଅଭ୍ୟାସ କରିଛି ବୋଲି ଅଧିନାୟକ ଥୋମାସ ବ୍ରିଏଲ୍ସ କହିଛନ୍ତି । ଆୟୋଜକ ଭାରତ ସହ ପୁଲ ବି’ରେ ବେଲଜିୟମ୍‌, କାନାଡା ଓ ଦ.ଆଫ୍ରିକା ରହିଛି । ୨୮ ତାରିଖ କାନାଡା ସହ ବେଲଜିୟମ୍‌ ତାର ପ୍ରଥମ ମ୍ୟାଚ୍‌ ଖେଳିବ । ଶୁକ୍ରବାର ବିଳମ୍ବିତ ରାତିରେ ଇଂଲଣ୍ଡ ଓ ନୁ୍ୟଜିଲାଣ୍ଡ ଖେଳାଳି ଭୁବନେଶ୍ୱର ପହଞ୍ଚିଥିଲେ ।

Loading...

LEAVE A REPLY

Please enter your comment!
Please enter your name here