ଭୁବନେଶ୍ୱର: ଛତିଶଗଡ଼ରେ ଚାଲିଥିବା ୭୭ତମ ମହନ୍ତ ରାଜା ସର୍ବେଶ୍ୱର ଦାସ ସ୍ମାରକୀ ସର୍ଭଭାରତୀୟ ହକି ଟୁର୍ଣ୍ଣାମେଣ୍ଟ (ପୁରୁଷ)ରେ ଓଡ଼ିଶାର ନିଶାନଜ୍ୟୋତି ମହାନ୍ତି ଅମ୍ପାୟାର ମନୋନୀତ ହୋଇଛନ୍ତି । ଦ୍ୱିତୀୟଥର ପାଇଁ ସେ ଏହି ମର୍ଯ୍ୟାଦାଜନକ ଟୁର୍ଣ୍ଣାମେଣ୍ଟରେ ମ୍ୟାଚ ପରିଚାଳନା ସୁଯୋଗ ପାଇଛନ୍ତି । ନିକଟରେ କଳିଙ୍ଗ ଷ୍ଟାଡିୟମ୍‌ରେ ଅନୁଷ୍ଠିତ ଓଡ଼ିଶା ପୁରୁଷ ହକି ବିଶ୍ୱକପ୍‌ରେ ନିଶାନଜ୍ୟୋତି ମହାନ୍ତି ସହଯୋଗ ଟେକ୍ନିକାଲ ମ୍ୟାନେଜର ଦାୟିତ୍ୱ ତୁଲାଇଥିଲେ । ରାଜ୍ୟ ହକି ଆସୋସିଏସନ୍‌ ସମ୍ପାଦକ ପ୍ରତାପ ଶତପଥୀ ଅମ୍ପାୟାର ନିଶାନଜ୍ୟୋତିଙ୍କୁ ଅଭିନନ୍ଦନ ଜଣାଇଛନ୍ତି ।

LEAVE A REPLY

Please enter your comment!
Please enter your name here