ଭୁବନେଶ୍ୱର, ୨୬.୧୧.୨୦୧୮ : କୋରାପୁଟର ଦାମନଯୋଡ଼ିରେ ଅବସ୍ଥିତ ନବରତ୍ନ ନାଲକୋର ଆଲୁମିନା ରିଫାଇନେରୀ, ମର୍ଯ୍ୟାଦାଜନକ ସିଆଇଆଇ-ଏକ୍ଜିମ୍ ବ୍ୟାଙ୍କ୍ ବ୍ୟବସାୟ ଉତ୍କର୍ଷ ପୁରସ୍କାର ହାସଲ କରିଛି । ଏହି ପୁରସ୍କାରଟି ଆନ୍ତର୍ଜାତୀୟ ସ୍ତରର ପ୍ରସିଦ୍ଧ ଇଏଫ୍କ୍ୟୁଏମ୍ ଉତ୍କର୍ଷ ମଡେଲ୍ ଉପରେ ପର୍ଯ୍ୟବସିତ ଏବଂ ଦେଶର ବ୍ୟବସାୟିକ ଉତ୍କର୍ଷ କ୍ଷେତ୍ରରେ ସର୍ବୋଚ୍ଚ ମର୍ଯ୍ୟାଦା ଲାଭ କରିଛି । ସିଆଇଆଇ ଏବଂ ଏକ୍ସପୋର୍ଟ୍-ଇମ୍ପୋର୍ଟ୍ ବ୍ୟାଙ୍କ୍ ଅଫ୍ ଇଣ୍ଡିଆ ଦ୍ୱାରା ପ୍ରଦାନ କରାଯାଉଥିବା ଏହି ପୁରସ୍କାର ନିକଟରେ ବେଙ୍ଗାଲୁରୁ ଠାରେ ଅନୁଷ୍ଠିତ କ୍ୱାଲିଟୀ ସମିଟ୍ ଅବସରରେ ପ୍ରଦାନ କରାଯାଇଥିଲା ।
କର୍ମଚାରୀଙ୍କ ନିଷ୍ଠାପର ଉଦ୍ୟମର ପ୍ରଶଂସା କରି ନାଲ୍କୋର ଅଧ୍ୟକ୍ଷ ଡଃ ତପନ କୁମାର ଚାନ୍ଦ ନାଲକୋ ସମୂଦାୟକୁ ଅଭିନନ୍ଦନ ଜଣାଇ କହିଛନ୍ତି ଯେ କମ୍ପାନୀର ନୂତନ ବ୍ୟବସାୟିିକ ଯୋଜନା ଦ୍ୱାରା ନାଲ୍କୋର ବ୍ୟବସାୟିକ ଉତ୍କର୍ଷ ଆହୁରି ସମୃଦ୍ଧ ହେବ ।
ଉଲ୍ଲେଖଯୋଗ୍ୟ ଯେ ନାଲକୋର ଆଲୁମିନା ରିଫାଇନେରୀକୁ ୨୦୧୬ରେ ମଧ୍ୟ ବ୍ୟବସାୟିକ ଉତ୍କର୍ଷ ପୁରସ୍କାର ମିଳିଥିଲା । ଆନ୍ତର୍ଜାତୀୟ ସ୍ତରରେ ମାନ୍ୟତା ହାସଲ କରିଥିବା କମ୍ପାନୀର ଆଲୁମିନା ରିଫାଇନେରୀ ଉଡ୍ ମାକେନ୍ଜି ରିପୋର୍ଟ୍ ଅନୁସାରେ ସମଗ୍ର ବିଶ୍ୱରେ ସବୁଠାରୁ କମ୍ ବ୍ୟୟରେ ଆଲୁମିନା ଉତ୍ପାଦନ କରୁଥିବା କମ୍ପାନୀ ମଧ୍ୟରେ ପ୍ରଥମ ସ୍ଥାନ ହାସଲ କରିଛି । ୨୦୧୭-୧୮ ବର୍ଷରେ ୧୦୦ ପ୍ରତିଶତ କ୍ଷମତା ଉପଯୋଗ କରି ଏହା ଏଯାବତ୍ ସର୍ବାଧିକ ୨୧.୦୬ ଲକ୍ଷ ଟନ୍ ଆଲୁମିନା ହାଇଡ୍ରେଟ୍ ଉତ୍ପାଦନ କରିଛି । ଉତ୍କୃଷ୍ଟ ଗୁôଣାତ୍ମକ ମାନ ପାଇଁ ପରିଚିତ ନାଲକୋର ଆଲୁମିନାର ଆନ୍ତର୍ଜାତୀୟ ବଜାରରେ ବ୍ୟାପକ ଚାହିଦା ରହିଛି । ସେହିପରି, ନାଲ୍କୋର ପଂଚପଟ୍ଟମାଳୀ ବକ୍ସାଇଟ୍ ଖଣି ବିଶ୍ୱରେ ସବୁଠାରୁ କମ୍ ବ୍ୟୟରେ ବକ୍ସାଇଟ୍ ଉତ୍ପାଦନ କରୁଥିବା କମ୍ପାନୀ ମଧ୍ୟରେ ଦ୍ୱିତୀୟ ସ୍ଥାନ ହାସଲ କରିଛି ।
ଉଲ୍ଲେଖଯୋଗ୍ୟ ଯେ ବ୍ୟବସାୟ ସହିତ ସିଏସ୍ଆର୍ ଦିଗରେ ନାଲ୍କୋର ପଦକ୍ଷେପଗୁଡ଼ିକ ମଧ୍ୟ ଉଚ୍ଚ ପ୍ରଶଂସିତ ଏବଂ କୋରାପୁଟ ଜିଲ୍ଲାରେ ନବରତ୍ନ କମ୍ପାନୀ ସ୍ୱାସ୍ଥ୍ୟସେବା, ଭିତିପ୍ରସ୍ତର ବିକାଶ, ଜଳ ପରିଚାଳନା ଏବଂ ଶିକ୍ଷା କ୍ଷେତ୍ରରେ ଅନେକ ପଦକ୍ଷେପ ଗ୍ରହଣ କରିଛି । ଏଥି ମଧ୍ୟରେ ନାଲକୋ ର ଅଳିଅଳୀ ଝିଅ ଯୋଜନା ଏବଂ ଗୁଣାତ୍ମକ ଶିକ୍ଷା ପାଇଁ ଆଦିବାସୀ ଶିଶୁଙ୍କ ପାଇଁ ମାଗଣା ଆବାସିକ ଶିକ୍ଷାଦାନ ବ୍ୟବସ୍ଥା ଆଦି ଅନ୍ତର୍ଭୁକ୍ତ ।

Loading...

LEAVE A REPLY

Please enter your comment!
Please enter your name here