ହକି ବିଶ୍ୱକପର ଅତିଥି ସ୍ତମ୍ଭ ଲମ୍ବିବାରେ ଲାଗିଛି । ପ୍ରତ୍ୟେକ ଦିନ ଏକାଧିକ କିମ୍ବଦନ୍ତୀ କ୍ରୀଡାବିତ ଆତିଥ୍ୟ ଗ୍ରହଣ କରୁଛନ୍ତି । ଶୁକ୍ରବାର ପୁଲ ବି’ ର ଆୟରଲାଣ୍ଡ-ଇଂଲଣ୍ଡ ମ୍ୟାଚ୍‌ରେ ଅଲିମ୍ପିକ୍ସ ବ୍ରୋଞ୍ଜ ପଦକ ବିଜେତା ସୁଟର ଗଗନ ନାରଙ୍ଗ ଅତିଥି ସାଜିଥିଲେ । ଲାଇନ୍‌ ଅପ ବେଳେ ଉଭୟ ଦଳର ଖେଳାଳିଙ୍କ ସହ କରମର୍ଦନ କରିବା ପରେ ମ୍ୟାଚ୍‌ ଆରମ୍ଭ ହୋଇଥିଲା । ତାମିଲନାଡୁର ଚେନ୍ନାଇରେ ଜନ୍ମିତ ନାରଙ୍ଗ୍‌ ହକି ବିଶ୍ୱକପରେ ଅତିଥି ଭାବେ ଆମନ୍ତ୍ରଣ ପାଇଥିବାରୁ ଧନ୍ୟବାଦ ଜଣାଇଥିଲେ । ସାରା ଦେଶରେ ନାରଙ୍ଗ ସୁଟିଂ କ୍ରୀଡାର ବ୍ୟାପକତା ପାଇଁ ‘ଗନ ଫର ଗ୍ଲୋରୀ’ ସେଣ୍ଟର ଚଳାଉଛନ୍ତି । ଭୁବନେଶ୍ୱରରେ ମଧ୍ୟ ନାରଙ୍ଗଙ୍କ ସୁଟିଂ ଏକାଡେମୀର ଶାଖା ରହିଛି । ନିକଟରେ ଭୁବନେଶ୍ୱରରେ ହେବାକୁଥିବା ହାଇ ପରଫରମାନ୍ସ ସେଣ୍ଟର ସ୍ଥାପନ ପାଇଁ ରାଜ୍ୟ ସରକାର ଓ କ୍ରୀଡାବିଭାଗ ସହ ଚୁକ୍ତି କରିଥିଲେ । ନାରଙ୍ଗ୍‌ ୨୦୧୨ ଲଣ୍ଡନ ଅଲିମ୍ପିକ୍ସ ଯୋଗ୍ୟତା ସାଙ୍ଗକୁ ୧୦ ମିଟର ଏୟାର ରାଇଲରେ ବ୍ରୋଞ୍ଜ ପଦକ ହାସଲ କରିଥିଲେ । ନାରଙ୍ଗ ପ୍ରଥମ ଭାରତୀୟ ସୁଟର ଭାବେ ୪ଟି ଅଲିମ୍ପିକ୍ସରେ ଅଂଶଗ୍ରହଣ କରିବାର ଗୌରବ ଅର୍ଜନ କରିଛନ୍ତି । ସେ ୨୦୦୪ ଏଥେନ୍ସ, ୨୦୦୮ ବେଜିଂ, ୨୦୧୨ ଲଣ୍ଡନ ଏବଂ ୨୦୧୬ ରିଓ ଅଲିମ୍ପିକ୍ସରେ ଦେଶର ପ୍ରତିନିଧିତ୍ୱ କରିବା ସୁଯୋଗ ପାଇଥିଲେ ।

Loading...

LEAVE A REPLY

Please enter your comment!
Please enter your name here