ଫୁଲବାଣୀ : ରାଇକିଆ ଥାନା ଅଂଚଳରେ ଗତ ୨୦୧୨ ମସିହାରେ ଘଟିଥିବା ଏକ ନାବାଳିକା ଗଣ ବଳାକ୍ରାର ମାମଲାର ବିଚାର କରି ଗୁରବାର ଫୁଲବାଣୀ ବାଳ ନ୍ୟାୟିକ ସମିତି ଅଭିଯୁକ୍ତ ତିନି ନାବାଳକଙ୍କୁ ତିନି ବର୍ଷ ପାଇଁ ସ୍ୱତନ୍ତ୍ର ସୁଧାର ଗୃହରେ ରହିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ସୂଚନା ପ୍ରକାରେ, ୨୦୧୨ ଅକ୍ଟୋବର ୨୭ ତାରିଖ ଦିନ ଏହି ଥାନା ଅଂଚଳର ଜଣେ ନାବାଳିକା ରାଇକିଆ ବଜାରରେ ଚାଲିଥିବା ମେଲୋଡି ଦେଖିସାରି ନିଜ ସାଙ୍ଗ ସହ ଘରକୁ ଫେରୁଥିଲେ । ସେମାନଙ୍କୁ ପିଛା କରୁଥିବା ତିନି ନାବାଳକଙ୍କ ସହ ୬ ଜଣ ଯୁବକ ସ୍ତାନୀୟ ବାପଟିଷ୍ଟ ଚର୍ଚ୍ଚ ନିକଟରୁ ସେମାନଙ୍କୁ ଉଠାଇ ନେଇଥିଲେ । ସେଠାରୁ କିଛି ଦୂରକୁ ନେଇଯାଇ ଜଣେ ନାବାଳିକାଙ୍କୁ ସେମାନେ ବଳାକ୍ତାର କରିଥିଲେ । ତେବେ ପିଡିତାଙ୍କ ସାଙ୍ଗ ଜଣକ କୌଣସି ପ୍ରକାରେ ସେଠାରୁ ଖସି ଯାଇଥିଲେ । ବଳାକ୍ରାର କରିବା ପରେ ସେମାନେ ପିଡିତାଙ୍କୁ ଘରେ ଛାଡିବା ପାଇଁ ଆଣୁଥିବା ସମୟରେ ସ୍ଥାନୀୟ ଲୋକେ ଦେଖିବାରୁ ଅଭିଯୁକ୍ତ ମାନେ ଘଟଣାସ୍ଥଳରୁ ଧାଇଁ ପଳାଇ ଯାଇଥିଲେ । । ସୂଚନା ଯୋଗ୍ୟ ପିଡିତାଙ୍କ ବାପା ମା ଭୂବନେଶ୍ୱରେ ରହୁଥିବା ବେଳେ ସେ ରାଇକିଆରେ ନିଜ କକାଙ୍କ ଘରେ ରହି ପାଠ ପଢୁଥିଲେ । ଝିଅର କକା ପିଡିତାର ବାପାଙ୍କୁ ଘଟଣା ସଂପର୍କରେ ଜଣାଇବା ପରେ ସେ ଆସି ଝିଅକୁ ଭୂବେନଶ୍ୱର ନେଇଯାଇ ସେଠାରେ ମହିଳା ଥାନାରେ ଏତଲା ଦେଇଥିଲେ । ।ମହିଳା ଥାନା କେସ ନଂ ୪୪୩(୨୫)/୨୧ରେ ଏକ ମାମଲା ରୁଜୁ କରିବା ସହ ରାଇକିଆ ଥାନାକୁ ଖବର ଦେଇଥିଲେ । ପରେ ରାଇକିଆ ଥାନା ଏହି ମାମଲାରେ କେସ ନଂ ୭୬/୧୨ ରୁଜୁ କରି ୩ ନାବାଳକଙ୍କ ସହ ୪ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଥିଲେ । ତେବେ ଘଟଣାରେ ସଂପୃକ୍ତ ଅନ୍ୟ ଦୁଇ ଜଣ ଅଭିଯୁକ୍ତ ଧରତା ପଡି ନ ଥିଲେ । ଏହି ମ।।ମଲରେ ଅଭିଯୁକ୍ତ ଥିବା ତିନି ଜଣ ନାବାଳଖଙ୍କ ବିଚାର ଫୁଲବାଣୀ ବାଳ ନ୍ୟାିକ ସମିତିରେ ଚାଲିଥିଲା । ଆଜି ଏହାର ଶଧୁଣାଣୀ କରି ଜିଲା ବାଳ ନ୍ୟାୟିକ ସମିତିର ପ୍ରିନସପାଲ ମାଜିଷ୍ଟ୍ରେଟ ଅଭିଜିତ ପଲେଇ ତିନି ନାବାଳକଙ୍କୁ ୩ ବର୍ଷ ପାଇଁ ବ୍ରହ୍ମପୁରସ୍ଥିତ ସ୍ୱତନ୍ତ୍ର ସୁଧାର ଗୃହରେ ରହିବା ପଇଁ ନିର୍ଦ୍ଦେଶ ଦେଇଛନ୍ତି । ସରକାରଙ୍କ ତରଫରୁ ଅତିରିକ୍ତ ପିପି ପ୍ରତାପ କୁମାର ପାତ୍ର ମାମାଲା ପରିଚାଳନା କରୁଥିଲେ । ସୂଚନାଯୋଗ୍ୟ, ଘଟଣାରେ ସମ୍ପୃକ୍ତ ଅନ୍ୟ ଯୁବକଙ୍କ ବିଚାର ଫୁଲବାଣୀ ଜିଲା ଜଜ୍ଙ୍କ ଅଦାଲତରେ ବିଚାରାଧୀନ ଅଛି ।

Loading...

LEAVE A REPLY

Please enter your comment!
Please enter your name here