ନିମାପଡା : ସ୍ଥାନୀୟ ସାପ୍ତାହିକ ହାଟଚାଳିରେ ଜଣେ ୧୭ ବର୍ଷିୟା ସଂଖ୍ୟାଲଘୁ ସଂପ୍ରଦାୟର ନାବାଳିକାକୁ ଦୁଷ୍କର୍ମ କରାଯାଇଥିବା ନେଇ ଅଭିଯୋଗ ହୋଇଛି । ଅଭିଯୋଗକୁ ଭିତି କରି ପୋଲିସ ଏ ସଂକ୍ରାନ୍ତରେ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି । ଅଭିଯୁକ୍ତକୁ ଗିରଫ କରିବା ପାଇଁ ପୋଲିସ ପକ୍ଷରୁ ବିଭିନ୍ନ ସ୍ଥାନରେ ଚଢ଼ଉ ଜାରି ରହିଛି ।
ଅଭିଯୋଗ ମୁତାବକ, ପୁରୀ ଜିଲ୍ଲା ନିମାପଡା ବ୍ଲକ ଅନ୍ତର୍ଗତ ତେରୁଣ୍ଡିଆ ପଂଚାୟତର ଜଣେ ମହିଳାଙ୍କ ପୁଅ ଅସୁସ୍ଥ ଥିବାରୁ ସେ ତାଙ୍କ ଝିଅ ସହିତ ନିମାପଡା ସ୍ୱାସ୍ଥ୍ୟକେନ୍ଦ୍ରରେ ୫ ଦିନ ହେବ ରହିଥିଲେ । ଗତ ଗୁରୁବାର ରାତି ୧୦ଟା ବେଳେ ଦିଘାଳୋ ମୁସଲିମ ବସ୍ତିର ତୋଲ୍ଲା ଖାଁ (୩୫) ନାବାଳିକାକୁ ହାଟଛକରୁ ଅପହରଣ କରିନେଇ ପାଟିରେ ଗାମୁଛା ବାନ୍ଧି ଏକାଧିକ ବାର ବଳାତ୍କାର କରିବା ପରେ ରାତି ୨ଟା ସମୟରେ ଦିଘାଳୋ ବଜାରରେ ଛାଡି ପଳାଇଥିଲେ । ନାବାଳିକାଟି ଏକୁଟିଆ କାନ୍ଦୁଥିବା ବେଳେ ସ୍ଥାନୀୟ ଲୋକେ ତା’ର ମାଆକୁ ଖବର ଦେଇଥିଲେ । ନାବାଳିକାର ପରିବାର ସେଠାରେ ପହଂଚି ସମସ୍ତ ଘଟଣା ବୁଝି ଏ ସମ୍ପର୍କରେ ଥାନାରେ ଅଭିଯୋଗ କରିଛନ୍ତି । ପୁଲିସ ଏହି ଘଟଣାରେ ଅପହରଣକାରୀ ତୋଲା ଖାଁ ନାମରେ ଏକ ମାମଲା ରୁଜୁ କରି ପୀଡିତାଙ୍କୁ ଡାକ୍ତରୀମାଇନା ପାଇଁ ପଠାଇଛି । ପୋଲିସ ପକ୍ଷରୁ ଏନେଇ ଅଧିକ ତଦନ୍ତ ଜାରୀ ରହିଛି ।

Loading...

LEAVE A REPLY

Please enter your comment!
Please enter your name here