nalco

ନୂଆଦିଲ୍ଲୀ: ଟେଷ୍ଟ ସିରିଜ୍‌ ପରେ ଘରୋଇ ଅଷ୍ଟ୍ରେଲିଆ ଓ ଭାରତ ମଧ୍ୟରେ ୩ ମ୍ୟାଚ୍‌ ବିଶିଷ୍ଟ ଦିନିକିଆ ସିରିଜ୍‌ ଖେଳାଯିବ । ଏହି ସିରିଜ୍‌ ପାଇଁ ଭାରତୀୟ ଦଳ ଘୋଷଣା ହୋଇସାରିଛି । ଆଉ ଏଥିରେ ମହେନ୍ଦ୍ର ସିଂହ ଧୋନି ସ୍ଥାନ ପାଇଛନ୍ତି । ଗତ େୱଷ୍ଟଇଣ୍ଡିଜ୍‌ ଓ ଅଷ୍ଟ୍ରେଲିଆ ବିପକ୍ଷ ଟି-୨୦ ସିରିଜରେ ତାଙ୍କୁ ବିଶ୍ରାମ ଦିଆଯାଇଥିଲା । ଏହାକୁ ଧୋନିଙ୍କ ସଫଳ ପ୍ରତ୍ୟାବର୍ତ୍ତନ ବୋଲି କୁହାଯାଉଛି ।
ଧୋନିଙ୍କୁ ଅଷ୍ଟ୍ରେଲିଆ ବିପକ୍ଷ ଦିନିକିଆ ସିରିଜ୍‌ ସହିତ ନୁ୍ୟଜିଲାଣ୍ଡ ବିପକ୍ଷ ଟି-୨୦ ସିରିଜ୍‌ ପାଇଁ ବି ଟିମ୍‌ରେ ସାମିଲ କରାଯାଇଛି । ଧୋନିଙ୍କୁ ୬ଟି ଟି-୨୦ ମ୍ୟାଚ ବିଶ୍ରାମ ଦିଆଯିବା ପଛରେ ଏକ ବିଶେଷ କାରଣ ରହିଥିଲା । ଚୟନକର୍ତ୍ତା ନବାଗତ ୱିକେଟ୍‌ କିପର ଋଷଭ ପନ୍ତଙ୍କୁ ସୁଯୋଗ ଦେବାକୁ ଚାହୁଁଥିଲେ । ଟିମ୍‌ ଇଣ୍ଡିଆର ଅଷ୍ଟ୍ରେଲିଆ ଗସ୍ତ ପୂର୍ବରୁ ମୁଖ୍ୟ ଚୟନକର୍ତ୍ତା ଏମ୍‌ଏସକେ ପ୍ରସାଦ ଏହା ସ୍ପଷ୍ଟ ଭାବେ କହିଥିଲେ ।
ସେ ଏହା ବି କହିଥିଲେ ଯେ, ୨୦୧୯ ବିଶ୍ୱକପ୍‌ ପର୍ଯ୍ୟନ୍ତ ଟିମ୍‌ ଇଣ୍ଡିଆର ଚୟନରେ କୌଣସି ପରୀକ୍ଷାନିରୀକ୍ଷା କରାଯିବ ନାହିଁ । ଆଉ ବିଶ୍ୱକପ୍‌ ପାଇଁ ୱିକେଟ୍‌ କିପର ଭାବେ ଧୋନି ହେଉଛନ୍ତି ପ୍ରଥମ ପସନ୍ଦ । ଏଦୃଷ୍ଟିରୁ ବିଶ୍ୱକପ୍‌ ପାଇଁ ଧୋନି ହିଁ ଯୋଗ୍ୟ, ତେଣୁ ଧୋନିଙ୍କ ପ୍ରତ୍ୟାବର୍ତ୍ତନରେ କୌଣସି ସମସ୍ୟା ନଥିଲା ।
ଅନ୍ତର୍ଜାତୀୟ ମ୍ୟାଚରେ ଏବେ ଧୋନିଙ୍କ ବ୍ୟାଟରୁ ଆଉ ସେତେ ରନ୍‌ ବାହାରୁନି । ସେଥିପାଇଁ ତାଙ୍କୁ ସମାଲୋଚନା ମଧ୍ୟ କରାଯାଉଛି। ଗତ ସାତଟି ମ୍ୟାଚରେ ତାଙ୍କର ବ୍ୟକ୍ତିଗତ ସ୍କୋର ଯଥାକ୍ରମେ ୨୭, ୭,୨୦,୩୬,୮,୩୩ ଓ ୦ ରହିଛି । ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ପ୍ରଥମ ଦିନିକିଆ ମ୍ୟାଚ୍‌ ଜାନୁଆରୀ ୧୨ ତାରିଖରେ ସିଡନୀରେ ଖେଳାଯିବ । ଏହା ପରେ ଜାନୁଆରୀ ୧୫ରେ ଆଡିଲେଡ୍‌ ଓ ଜାନୁଆରୀ ୧୮ରେ ମେଲବୋର୍ଣ୍ଣରେ ମ୍ୟାଚ୍‌ ଖେଳାଯିବ ।

LEAVE A REPLY

Please enter your comment!
Please enter your name here