କେନ୍ଦ୍ରାପଡ଼ା : କେନ୍ଦ୍ରାପଡା ବ୍ଲକ ପରିସରରେ ଧନ କ୍ରୟ ପ୍ରଶିକ୍ଷଣ ଶିବିର ମଙ୍ଗଳବାର ଦିନ ବ୍ଲକ ପରିସରରେ ଅନୁଷ୍ଠିତ ହୋଇଯାଇଛି । ଏହି ଶିବିରରେ ସହକାରୀ ଯୋଗାଣ ଅଧିକାରିଣୀ ରଶ୍ମିତା ସାହୁ ଅଧ୍ୟକ୍ଷତା କରିଥିବା ବେଳେ ଯୋଗାଣ ନିରିକ୍ଷକ ପିତାମ୍ବର ବେହେରା, ବଜାର ନିୟନ୍ତ୍ରିତ କମିଟି ନିରିକ୍ଷକ ଜଗନ୍ନାଥ ନାୟକ, ଧାନର ମାନ ପରିକ୍ଷକ ଶୁଶାନ୍ତ ସାହୁ ପ୍ରମୁଖ ଉପସ୍ଥିତ ହୋଇ ବ୍ଲକରେ ଥିବା ୧୧ଟି କୃଷି ସମବାୟ ସମିତି ସଂପାଦକଙ୍କୁ ପ୍ରଶିକ୍ଷଣ ଦେଇଥିଲେ । ଧାନ କ୍ରୟ କଲା ବେଳେ ଏଫଏକ୍ୟୁର ମାନ ପରୀକ୍ଷା, ପି ପାସ ମାଧ୍ୟମରେ ଧାନ କିଣା, ୭୨ ଘଂଟା ମଧ୍ୟରେ ଚାଷୀଙ୍କୁ ଧାନ ଟଙ୍କା ଅନଲାଇନରେ ପ୍ରଦାନ କରିବା ସହିତ ଚାଷୀମାନେ ଧନ ନେଇ ଆସୁଥିବା ସୋସାଇଟିରେ ଯେଭଳି କୌଣସି ଅସୁବିଧାର ସମ୍ମୁଖୀନ ନହୁଅନ୍ତି ସେଥିପ୍ରତି ଗୁରୁତ୍ୱ ଦେବା ଉପରେ ଆଲୋଚନା କରିଥିଲେ । ସୋସାଇଟିରୁ ମିଲର ମାଲିକମାନେ ତୁରନ୍ତ ଧାନ ଉଠାଇବା ସହିତ ଚାଷୀଙ୍କର ସବୁ ପ୍ରକାର ସୁରକ୍ଷା ଉପରେ ଦୃଷ୍ଟି ଦେବାକୁ ଏହି ବୈଠକରେ ଆଲୋଚନା କରାଯାଇଥିଲା । ଆୟୋଜିତ ଏହି ବୈଠକରେ ଚଉଦକୁଲାଟ ସୋସାଇଟିର ସଂପାଦକ ହେମନ୍ତ କୁମାର ପାତ୍ର, ବାରୁଅର ଶ୍ରୀବତ୍ସ ମହାନ୍ତି, ଜମଧରର ବୈରାଗୀ ସାହୁ ପ୍ର

nalco

LEAVE A REPLY

Please enter your comment!
Please enter your name here